ମୋତିଲାଲ ସରକାରୀ ଲିଙ୍କକୁ ନେଇ ଚିନ୍ତାରେ ବିଜେଡି

ଭୁବନେଶ୍ୱର: ମିଥ୍ୟା ବିଜ୍ଞପ୍ତି କେଳେଙ୍କାରୀର ମୁଖ୍ୟ ଅଭିଯୁକ୍ତ ଡାକ୍ତର ମୋତିଲାଲ ଗୌଡ଼ଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିବା ପରେ ମଧ୍ୟ ବିଜେଡି ସହ ତାଙ୍କର ଲିଙ୍କକୁ ନେଇ ଚର୍ଚ୍ଚା ଥମୁନାହିଁ। ବିରୋଧୀ ବିଜେପି ଓ କଂଗ୍ରେସ ଏହି ଘଟଣାରେ ବିଜେଡିକୁ ଟାର୍ଗେଟ କରୁଥିବା ବେଳେ ଏବେ ନିଜ ଦଳ ମଧ୍ୟରୁ ବି ବିରୋଧର ସ୍ୱର ଉଠିବା ଆରମ୍ଭ ହୋଇଛି। ବରିଷ୍ଠ ମନ୍ତ୍ରୀ ଦାମୋଦର ରାଉତ ମୋତିଲାଲଙ୍କ କେଳେଙ୍କାରୀ ପାଇଁ ସରକାରୀ କଳ ଦାୟୀ ରହିବା ଉଚିତ ବୋଲି ମନ୍ତବ୍ୟ […]

motilal

Rakesh Mallick
  • Published: Sunday, 03 July 2016
  • , Updated: 03 July 2016, 10:14 PM IST

ଭୁବନେଶ୍ୱର: ମିଥ୍ୟା ବିଜ୍ଞପ୍ତି କେଳେଙ୍କାରୀର ମୁଖ୍ୟ ଅଭିଯୁକ୍ତ ଡାକ୍ତର ମୋତିଲାଲ ଗୌଡ଼ଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିବା ପରେ ମଧ୍ୟ ବିଜେଡି ସହ ତାଙ୍କର ଲିଙ୍କକୁ ନେଇ ଚର୍ଚ୍ଚା ଥମୁନାହିଁ। ବିରୋଧୀ ବିଜେପି ଓ କଂଗ୍ରେସ ଏହି ଘଟଣାରେ ବିଜେଡିକୁ ଟାର୍ଗେଟ କରୁଥିବା ବେଳେ ଏବେ ନିଜ ଦଳ ମଧ୍ୟରୁ ବି ବିରୋଧର ସ୍ୱର ଉଠିବା ଆରମ୍ଭ ହୋଇଛି। ବରିଷ୍ଠ ମନ୍ତ୍ରୀ ଦାମୋଦର ରାଉତ ମୋତିଲାଲଙ୍କ କେଳେଙ୍କାରୀ ପାଇଁ ସରକାରୀ କଳ ଦାୟୀ ରହିବା ଉଚିତ ବୋଲି ମନ୍ତବ୍ୟ ଦେଇଛନ୍ତି। ତାଙ୍କର ଏହି ମନ୍ତବ୍ୟ ସରକାରଙ୍କୁ ଅଡୁଆରେ ପକାଇବା ସହ ବିରୋଧୀଙ୍କୁ ସମାଲୋଚନା କରିବାକୁ ଆଉ ଏକ ଖୋରାକ ଯୋଗାଇଛି।

ସମବାୟ ମନ୍ତ୍ର ଦାମୋଦର ରାଉତ କହିଛନ୍ତି, “ଏହା ଗୁରୁତର ଅଭିଯୋଗ। ଏଥିପାଇଁ ସରକାରୀ କଳ ଦାୟୀ ରହିବା ଉଚିତ୍‌। କୌଣସି ରାଜନେତା ତାଙ୍କୁ ସୁରକ୍ଷା ଯୋଗାଉ ଥିଲେ କି ନାହିଁ ତାହା ଖୋଜା ଚାଲିଛି। ଏଥିରେ କାହାର ସମ୍ପୃକ୍ତି ପ୍ରମାଣ ମିଳିଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବରିଷ୍ଠ ହିସାବରେ ମୋର ଅଭିଜ୍ଞତା ଓ ଧାରଣାକୁ ଭିତ୍ତି କରି ମୁଁ ଏ ମନ୍ତବ୍ୟ ଦେଉଛି। ମୁଁ କାହାକୁ ଚ୍ୟାଲେଞ୍ଚ କରୁଛି ବୋଲି ମୋ ମନ୍ତବ୍ୟରୁ ବାହାର କରା ନ ଯାଉ।”

ଆଜି ମଧ୍ୟ ବିଜେପି ମୋତିଲାଲ କେଳେଙ୍କାରୀକୁ ନେଇ ବିଜେଡିକୁ ଟାର୍ଗେଟ କରିଛି। “ମୋତିଲାଲ ସରକାରୀ ଗେଜେଟ୍‌ ଜାଲିଆତି କରିବା ଘଟଣାରେ ଯେତିକି ଦୋଷୀ, ତାଙ୍କୁ ପ୍ରତିକ୍ଷେତ୍ରରେ ସାହାଯ୍ୟ କରିଥିବା ମନ୍ତ୍ରୀ ଏବଂ ବିଧାୟକମାନେ ମଧ୍ୟ ସେତିକି ଦୋଷୀ” ବୋଲି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର କହିଛନ୍ତି।

ସେ କହିଛନ୍ତି, “ଏହି କେଳେଙ୍କାରୀରେ ମୋତିଲାଲଙ୍କ ସହ ମୁଷ୍ଠିମେୟ ଅଫିସର, ରାଜନେତା, ମନ୍ତ୍ରୀ, ବିଧାୟକମାନେ ସମ୍ପୃକ୍ତ ଅଛନ୍ତି। ଏମାନଙ୍କ ବିରୋଧରେ ମଧ୍ୟ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଜରୁରୀ।”

ଏହି ଘଟଣାରେ ବ୍ୟାକଫୁଟ୍‌ରେ ଥିବା ବିଜେଡି ନଜକୁ ବଞ୍ଚାଇବା ଚେଷ୍ଟା କରୁଛି। ବିଜେଡି ମୁଖପାତ୍ର ସମୀର ଦାଶ କହିଛନ୍ତି, “କିଛି ନେତୃତ୍ୱଙ୍କ ଫଟୋ ମୋତିଲାଲ ସହ ଆସିଛି। ଏହାର ମାନେ ନୁହେଁ ଯେ ସେମାନେ ତାଙ୍କ ସହ ସମ୍ପୃକ୍ତ ଥିବେ। କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରୁଛି। ଯଦି କାହାର କିଛି ସମ୍ପୃକ୍ତି ପ୍ରମାଣିତ ହୁଏ ଆଇନ ତା’ ବାଟରେ ଯିବ।”

ମୋତିଲାଲଙ୍କର ବିଜେଡି ମନ୍ତ୍ରୀ ଓ ବିଧାୟକମାନଙ୍କ ସହ ଘନିଷ୍ଠ ସମ୍ପର୍କ ଥିବା ଫଟୋ ଗୋଟିଏ ପରେ ଗୋଟିଏ ପଦାକୁ ଆସିବାକୁ ଲାଗିଛି। କେବଳ ଏମାନଙ୍କ ସହ ନୁହେଁ ଏମାନଙ୍କ ପରିବାର ସହ ମଧ୍ୟ ମୋତିଲାଲଙ୍କ ପରିବାରର ସମ୍ପର୍କ ଥିଲା। ହୋଲି ହେଉ କି ଦୀପାବଳି ମନ୍ତ୍ରୀ ଓ ବିଧାୟକଙ୍କ ପରିବାର ସହ ମୋତିଲାଲଙ୍କ ପରିବାର ଉତ୍ସବ ମନାଉଥିବାର ଫଟୋ ଦେଖିବାକୁ ମିଳୁଛି। ଆଇନ ମନ୍ତ୍ରୀ ଅରୁଣ ସାହୁଙ୍କ ପରିବାର ସହ ମୋତିଲାଲଙ୍କ ପରିବାର ଲୋକେ ଦୀପାବଳି ମନାଉଥିବାର ଫଟୋ ଦେଖିବାକୁ ମିଳୁଛି। ବିଧାୟକ ବ୍ୟୋମକେଶଙ୍କ ସହ ମୋତିଲାଲ ହୋଲି ପାଳନ କରୁଥିବା ମଧ୍ୟ ନଜରକୁ ଆସିଛି। ରାଜ୍ୟ ବାହାରକୁ ମଧ୍ୟ ଏହି ବିଧାୟକ ଜଣଙ୍କ ମୋତିଲାଲଙ୍କ ସହ ଯାଉଥିବା ଚର୍ଚ୍ଚା ହେଉଛି।

Related story