ଭୋଟ ମାଗିବାକୁ ଯାଇ ଫସି ଯାଉଛନ୍ତି ନେତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ହୋମ୍ ଓ୍ୱାର୍କ ନଥାଇ ଫିଲ୍ଡକୁ ଗଲେ ଫସି ଯିବାର ଭୟ ରହିଛି। ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ପ୍ରଚାର ମାହୋଲ ଜମୁଥିବା ବେଳେ ଏବେ ଖାଲି ନିରବ ଶ୍ରୋତା ନୁହେଁ, ପ୍ରଶ୍ନକର୍ତ୍ତାର ଭୂମିକା ନିଭାଉଛନ୍ତି ସଚେତନ ଭୋଟର । ଭରା ସଭାରେ ନେତାଏ ସବୁ କିଛି ଦେବା ଲାଗି ପ୍ରତିଶ୍ରୁତି ଅଜାଡୁ ଥିବା ବେଳେ ପାଲଟା ପ୍ରଶ୍ନବାଣରେ ପୋତୁଛନ୍ତି ଜନତା । ଗଲା କିଛି ଦିନରେ ନେତାଙ୍କୁ ଏଭଳି କାଉଣ୍ଟର ଘଟଣାର ଭିଡିଓକୁ […]

bjd

Tapas Behera
  • Published: Thursday, 29 October 2020
  • , Updated: 29 October 2020, 08:08 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ହୋମ୍ ଓ୍ୱାର୍କ ନଥାଇ ଫିଲ୍ଡକୁ ଗଲେ ଫସି ଯିବାର ଭୟ ରହିଛି। ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ପ୍ରଚାର ମାହୋଲ ଜମୁଥିବା ବେଳେ ଏବେ ଖାଲି ନିରବ ଶ୍ରୋତା ନୁହେଁ, ପ୍ରଶ୍ନକର୍ତ୍ତାର ଭୂମିକା ନିଭାଉଛନ୍ତି ସଚେତନ ଭୋଟର । ଭରା ସଭାରେ ନେତାଏ ସବୁ କିଛି ଦେବା ଲାଗି ପ୍ରତିଶ୍ରୁତି ଅଜାଡୁ ଥିବା ବେଳେ ପାଲଟା ପ୍ରଶ୍ନବାଣରେ ପୋତୁଛନ୍ତି ଜନତା । ଗଲା କିଛି ଦିନରେ ନେତାଙ୍କୁ ଏଭଳି କାଉଣ୍ଟର ଘଟଣାର ଭିଡିଓକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି। ଦୁଇ ଦିନ ତଳେ ବିଜେଡି ନେତା ପ୍ରଭାତ ବିଶ୍ୱାଳ ଏଭଳି ପରିସ୍ଥିତିର ସାମ୍ନା କରି ହଟହଟା ହୋଇଛନ୍ତି।

ଭୋଟ୍ ପୂର୍ବରୁ ପ୍ରଚାର ବେଳେ ଜନତାଙ୍କୁ ମିଠା ମିଠା ପ୍ରତିଶ୍ରୁତି ବେଳେ ନେତାଙ୍କୁ ଜନତାଙ୍କ ପାଲଟା ପ୍ରଶ୍ନ ବାଣ । ୨୧ ବର୍ଷରେ ବାଲେଶ୍ୱର ପାଇଁ କରିଛ କଣ? ନିଯୁକ୍ତି ଦେଇଛ କେତେ? କାହିଁକି ବନ୍ଦ ହେଲା ବିର୍ଲା ଟାୟାର? ବାଲେଶ୍ୱର ଉପନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ଜିଲ୍ଲାରେ ଟେଣ୍ଟ୍ ପକାଇଛନ୍ତି ସବୁ ଦଳର ଛାମୁଆ ନେତା । ୨ ଦିନ ତଳେ ବିଜେଡି ନେତା ପ୍ରଭାତ ବିଶ୍ୱାଳ ୯ ନମ୍ବର ଓ୍ୱାର୍ଡରେ ଭୋଟରଙ୍କୁ ମନାଉଥିବା ବେଳେ ତାଙ୍କୁ ଏମିତି ଅତର୍କିତ ପ୍ରଶ୍ନବାଣରେ ଘାଇଲା କରିଥିଲେ ଜନତା।

ତେବେ ନେତାଙ୍କୁ ଭୋଟରଙ୍କ କାଉଣ୍ଟରର ଇଏ ଗୋଟିଏ ଘଟଣା ନୁହେଁ ଚଳିତ ଉପନିର୍ବାଚନ ପ୍ରଚାର ବେଳେ କିଛି ଦିନ ତଳେ ସଦର ବ୍ଲକ୍ ବୁଆଁଳଠାରେ ବିଜେଡି ନେତା ଅରୁଣ ଦେ ମଧ୍ୟ ଅନୁରୂପ ହଟହଟାର ଶିକାର ହୋଇଥିଲେ । ସଭାରେ ଭାଷଣ ଦେବା ବେଳେ ସମୂହ ନାରା ଦେଇ ମହିଳା ଭୋଟର କହିଥିଲେ ଗାଁରେ ମଦ ବନ୍ଦ କର, ତା ପରେ ଭୋଟ୍। ସେହିଭଳି ଜନତା ଜନର୍ଦ୍ଦନଙ୍କ ପାଲଟା ପ୍ରଶ୍ନ ବାଣରେ ଘାଇଲା ହୋଇଥିଲେ ସ୍ଥାନୀୟ ପାତ୍ରପଡ଼ାକୁ ନିର୍ବାଚନ ପ୍ରଚାରରେ ଯାଇଥିବା ପଯର୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ।

Related story