ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ଶନିବାର ଲୋକସଭା ନିର୍ବାଚନ ପାଇଁ ୧୮ତମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ମୋଟ ୭ଟି ରାଜ୍ୟ ପାଇଁ ୨୪ ପ୍ରାର୍ଥୀଙ୍କ ନାଁ ତାଲିକାରେ ପ୍ରକାଶ ପାଇଛି।
ଏହି ପର୍ଯ୍ୟାୟରେ କେନ୍ଦ୍ରମନ୍ତ୍ରୀ ଉମା ଭାରତୀ, ରାଞ୍ଚିର ପାଞ୍ଚ ଥରର ସାଂସଦ ରାମ ଟହଲ ଚୌଧୁରୀଙ୍କ ସମେତ ୧୦ ସାଂସଦଙ୍କ ଟିକେଟ୍ କାଟିଛି ବିଜେପି। ତେବେ ଉମା ଭାରତୀ ଚଳିତ ନିର୍ବାଚନ ଲଢ଼ିବେ ନାହିଁ ବୋଲି ପୂର୍ବରୁ ସ୍ପଷ୍ଟ କରିଥିଲେ।
ବିଜେପିର କେନ୍ଦ୍ରୀୟ ନିର୍ବାଚନ ସମିତି ଦ୍ୱାରା ପ୍ରକାଶ ପାଇଥିବା ୧୮ତମ ପ୍ରାର୍ଥୀ ତାଲିକାରେ ହରିଆଣାରେ ୮, ଉତ୍ତର ପ୍ରଦେଶର ୪, ରାଜସ୍ଥାନର ୪, ମଧ୍ୟପ୍ରଦେଶ ୩, ଝାରଖଣ୍ଡର ୩ ଏବଂ ଓଡ଼ିଶା ଓ ପଶ୍ଚିମବଙ୍ଗର ଗୋଟିଏ ଲେଖାଏ ଆସନ ପାଇଁ ନାଁ ଘୋଷଣା କରାଯାଇଛି।
ଝାନସି ଲୋକସଭାରୁ ସାଂସଦ ଥିବା ଉମା ଭାରତୀଙ୍କ ସ୍ଥାନରେ ବୈଦ୍ୟନାଥ ଗ୍ରୁପ୍ର ମାଲିକ ଅନୁରାଗ ଶର୍ମାଙ୍କୁ ଦଳ ଟିକେଟ୍ ଦେଇଛି। ସେହିପରି ଓଡ଼ିଶାରେ ଜଗତସିଂହପୁର ଲୋକସଭା ଆସନ ପାଇଁ କଂଗ୍ରେସ ଛାଡ଼ି ଆସିଥିବା ପୂର୍ବତନ ସାଂସଦ ବିଭୂ ପ୍ରସାଦ ତରାଇଙ୍କୁ ଦଳ ଟିକେଟ୍ ଦେଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
୨୦୨୩-୨୪ ବର୍ଷରେ ବି ବିଜେପି ମାଲେମାଲ, ପାଇଛି ୨,୨୪୪ କୋଟି ଚାନ୍ଦା
୨୦୨୩-୨୪ ବର୍ଷରେ ବିଜେପି ସର୍ବାଧିକ ୨,୨୪୪ କୋଟି ଟଙ୍କା ପାଇଥିବାବେଳେ ପୂର୍ବତନ ତେଲେଙ୍ଗାନା ସିଏମ ଚନ୍ଦ୍ରଶେଖର ରାଓଙ୍କ ଦଳ ବିଆରଏସ ଦ୍ୱିତୀୟ ସ୍ଥାନରେ ରହିଛି।
National
ମଝି ସମୁଦ୍ରରେ ବୁଡ଼ିଲା ଯାତ୍ରୀବାହୀ ଡ଼ଙ୍ଗା, ଜଣେ ମୃତ, ୨୦ ଉଦ୍ଧାର
ଦୁର୍ଘଟଣାରେ ଜଣେ ୫୪ ବର୍ଷୀୟ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୨୦ ଜଣଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।
National
ଆସାମରୁ ଗିରଫ ହେଲେ ଆଉ ୨ ଦୁଇ ବାଂଲାଦେଶୀ ଆତଙ୍କୀ
ଏହାପୂର୍ବରୁ ଆସାମ, ପଶ୍ଚିମବଙ୍ଗ ଓ କେରଳରୁ ୮ ଜଣ ଏବିଟି ସଦସ୍ୟ ଗିରଫ ହୋଇଥିଲେ। ସେମାନଙ୍କୁ ଜେରା କରାଯିବା ବେଳେ ଅବଦୁଲ ଓ ମୀର୍ଦ୍ଧା ସମ୍ପର୍କରେ ସୂଚନା ମିଳିଥିଲା।
Viral
ଅସୁସ୍ଥ ପତ୍ନୀଙ୍କ ପାଇଁ ନେଲେ VRS, କିନ୍ତୁ ବିଦାୟ ସମ୍ବର୍ଦ୍ଧନା ବେଳେ ଆଖି ବୁଜିଲେ ପତ୍ନୀ
କ୍ୟାମେରାକୁ ଚାହିଁ ହସୁଥିଲେ। ବେକରେ ଥିଲା ବିରାଟ ଗେଣ୍ଡୁମାଳ। କିଛି ଫୁଲ ମଧ୍ୟ ସେ ଧରିଥିଲେ। ସ୍ୱାମୀଙ୍କ ବିଦାୟୀ କାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ପାଇଁ ତାଙ୍କ ଚାରି ପାଖର ପରିବେଶ ବେଶ ଉତ୍ସବ ମୁଖର ଥିଲା। ସମସ୍ତେ ଖୁସି ହୋଇ କାର୍ଯ୍ୟକ୍ରମର ମଜା ନେଉଥିଲେ। କିନ୍ତୁ ...
National
ସଂସଦ ନିକଟରେ ନିଜକୁ ଜାଳି ଦେଲେ, ମିଳିଲା ଅଧା ପୋଡ଼ା ଚିଠି
ଘଟଣା ସ୍ଥଳରୁ ପୁଲିସ୍ ଦୁଇ ପୃଷ୍ଠାର ଅଧା ଲେଖା ଚିଠି ଠାବ କରିଛି। କିନ୍ତୁ ଏଥିରେ ଥିବା ବିଷୟବସ୍ତୁ ସମ୍ପର୍କରେ ଜଣାପଡ଼ି ନାହିଁ।