ଚିଟ୍‌ଫଣ୍ଡ୍‌ ଲିଙ୍କରେ କିଙ୍ଗ୍‌ ଖାନ୍, ବନି ଥିଲେ ପ୍ରୟାଗ ଗ୍ରୁପର ବ୍ରାଣ୍ଡ୍‌  ଆମ୍ବାସଡର୍

ଭୁବନେଶ୍ୱର:  ଚିଟ୍‌ଫଣ୍ଡ୍‌ ଲିଙ୍କ୍ ସହ ଯୋଡ଼ି ହୋଇଯାଇଛି ବଲିଉଡ୍ ଷ୍ଟାର ଶାହରୁଖ୍ ଖାନ୍‌ଙ୍କ ନାଁ। ଜମାକାରୀଙ୍କ କୋଟି କୋଟି ଟଙ୍କା ଠକେଇ କରିଥିବା ପ୍ରୟାଗ ଗ୍ରୁପର ବ୍ରାଣ୍ଡ୍‌  ଆମ୍ବାସଡର୍ ଥିଲେ ଶାହରୁଖ୍। ଏପରିକି ଶାହରୁଖଙ୍କ ଆଇପିଏଲ୍‌ ଟିମ୍ କୋଲକାତା ନାଇଟ୍  ରାଇଡର୍ସରେ ଏହି ଚିଟ୍‌ଫଣ୍ଡ୍‌ ସଂସ୍ଥାର ଅଂଶଧନ ଥିବା ସନ୍ଦେହ କରାଯାଉଛି। ପୂରା ମାମଲା ନେଇ ଖୋଳତାଡ଼ କରୁଛି ସିବିଆଇ। ପ୍ରାୟ ହଜାରେ କୋଟି ଟଙ୍କା ବ୍ୟୟରେ ପଶ୍ଚିମ ମେଦିନାପୁରରେ ତିଆରି ହୋଇଥିବା ପ୍ରୟାଗ ଫିଲ୍ମ ସିଟିକୁ […]

ShahrukhKhan

Rakesh Mallick
  • Published: Thursday, 11 May 2017
  • , Updated: 11 May 2017, 09:01 PM IST

ଭୁବନେଶ୍ୱର:  ଚିଟ୍‌ଫଣ୍ଡ୍‌ ଲିଙ୍କ୍ ସହ ଯୋଡ଼ି ହୋଇଯାଇଛି ବଲିଉଡ୍ ଷ୍ଟାର ଶାହରୁଖ୍ ଖାନ୍‌ଙ୍କ ନାଁ। ଜମାକାରୀଙ୍କ କୋଟି କୋଟି ଟଙ୍କା ଠକେଇ କରିଥିବା ପ୍ରୟାଗ ଗ୍ରୁପର ବ୍ରାଣ୍ଡ୍‌  ଆମ୍ବାସଡର୍ ଥିଲେ ଶାହରୁଖ୍। ଏପରିକି ଶାହରୁଖଙ୍କ ଆଇପିଏଲ୍‌ ଟିମ୍ କୋଲକାତା ନାଇଟ୍  ରାଇଡର୍ସରେ ଏହି ଚିଟ୍‌ଫଣ୍ଡ୍‌ ସଂସ୍ଥାର ଅଂଶଧନ ଥିବା ସନ୍ଦେହ କରାଯାଉଛି। ପୂରା ମାମଲା ନେଇ ଖୋଳତାଡ଼ କରୁଛି ସିବିଆଇ।

ପ୍ରାୟ ହଜାରେ କୋଟି ଟଙ୍କା ବ୍ୟୟରେ ପଶ୍ଚିମ ମେଦିନାପୁରରେ ତିଆରି ହୋଇଥିବା ପ୍ରୟାଗ ଫିଲ୍ମ ସିଟିକୁ ୨୦୧୨ରେ ଉଦ୍‌ଘାଟନ କରିଥିଲେ ଶାହରୁଖ୍। କେବଳ  ଶାହରୁଖ ନୁହନ୍ତି, ବଲିଉଡ୍ ଅଭିନେତ୍ରୀ ଶର୍ମିଲା ଟାଗୋର୍ ଓ ତାଙ୍କ ଝିଅ ସୋହା  ଅଲ୍ଲୀ ଖାନଙ୍କୁ ମଧ୍ୟ କମ୍ପାନୀ ତା’ର ଏକ ବିସ୍କୁଟ୍‌ ପ୍ରମୋଟ୍ କରିବା ପାଇଁ ପ୍ରଚୁର ଅର୍ଥ ଦେଇଥିବା କଥା ସିବିଆଇ ଖୋଳତାଡ଼ରୁ ଜଣାପଡ଼ିଛି।

ଚିଟ୍‌ଫଣ୍ଡ ଟଙ୍କାରେ ଓଡ଼ିଶାରେ ବି ଅନେକ ବଡ଼ ପ୍ରକଳ୍ପ ପାଇଁ ଯୋଜନା କରିଥିଲା ପ୍ରୟାଗ ଗ୍ରୁପ୍।  ଏଠାରେ ଏକ ଫିଲ୍ମ ସିଟି ଓ ଫିଲ୍ମ ଇନ୍‌ଷ୍ଟିଚ୍ୟୁଟ୍‌ ଖୋଲିବାକୁ କଂପାନୀ ଯୋଜନା କରିଥିଲା। ତା’ଛଡ଼ା ରାଜ୍ୟରେ ମତ୍ସ୍ୟ ବ୍ୟବସାୟ, ନର୍ସରୀ ଭଳି ଏକାଧିକ  କ୍ଷେତ୍ରରେ ପୁଞ୍ଜି ବିନିଯୋଗ ପାଇଁ ରାଜ୍ୟ ସରକାରଙ୍କ ସହଯୋଗ ଲୋଡିଥିଲା ଏହି ଚିଟ୍‌ଫଣ୍ଡ ସଂସ୍ଥା।

ସୂଚନା ଅନୁଯାୟୀ,  ପ୍ରୟାଗ ନର୍ସରୀ ପାଇଁ ଭୁବନେଶ୍ୱରରେ ୧୦୦ ଏକର ଜମି   ଓ ଫିଲ୍ମ ସିଟି ନିର୍ମାଣ ପାଇଁ ବାଲେଶ୍ୱରରେ ଜମି ଅଧିଗ୍ରହଣ ପ୍ରକ୍ରିୟା ବି ଆରମ୍ଭ କରିଥିଲା। ପଶ୍ଚିମବଙ୍ଗର ଏହି  କଂପାନୀ ଜମାକାରୀଙ୍କଠାରୁ ପ୍ରାୟ ୧୯୦୦ କୋଟି ଟଙ୍କା ହଡ଼ପ କରିଥିବା ଅଭିଯୋଗ ରହିଛି। ସଂସ୍ଥା ବିରୁଦ୍ଧରେ ୧୫୦ରୁ ଅଧିକ ଅଭିଯୋଗ ରହିଛି।

Related story