କଟକ: କଟକରେ କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନରଙ୍କ ଅଧୀନରେ ଥିବା ଜିଲ୍ଲାଗୁଡିକର ଜିଲ୍ଲାପାଳମାନଙ୍କୁ ନେଇ ଆଜି ଏକ ସମ୍ମିଳନୀ ଅନୁଷ୍ଠିତ ହେବ। ଆରଡିସିଙ୍କ କାର୍ଯ୍ୟାଳୟରେ ହେବାକୁ ଥିବା ଏହି ସମ୍ମିଳନୀରେ ମୁଖ୍ୟତଃ ଚାଷୀମାନଙ୍କଠାରୁ ଧାନ ସଂଗ୍ରହ ସମ୍ପର୍କରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ତେବେ କେଉଁଠି କେବେଠାରୁ ଧାନ ସଂଗ୍ରହ କରାଯିବ, ଧାନର ମୂଲ୍ୟ କେତେ ରହିବ, ଚାଷୀମାନେ କିଭଳି ସହଜ ଓ ସରଳ ପ୍ରକ୍ରିୟା ଜରିଆରେ ନିଜର ଧାନ ବିକ୍ରି କରିପାରିବେ ସେ ନେଇ ସମ୍ମିଳନୀରେ ବିସ୍ତୃତ ଭାବେ ଆଲୋଚନା ହେବ। ଏହି ସମ୍ମିଳନୀରେ କଟକ, କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁର, ଭଦ୍ରକ୍, ବାଲେଶ୍ୱର, ମୟୁରଭଂଜ, ନୟାଗଡ, ପୁରୀ, ଖୋର୍ଦ୍ଧା ଜିଲ୍ଲାର ଜିଲ୍ଲାପାଳମାନେ ଯୋଗ ଦେବେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ସଞ୍ଜୟ ରାଉତଙ୍କ ବିସ୍ଫୋରକ ବୟାନ, ପରାଜୟ ପାଇଁ ପୂର୍ବତନ CJI ଦାୟୀ
ମହାରାଷ୍ଟ୍ରରେ ପରାଜୟ ପାଇଁ ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କୁ ଦାୟୀ କରିଛନ୍ତି ସଞ୍ଜୟ ରାଉତ।
Guest Column
ନିର୍ବାଚନରେ ଅପ୍ରାସଙ୍ଗିକ ହେଉଛି ଗଣମାଧ୍ୟମ
ଭାରତର ଲୋକମାନେ ଗଣମାଧ୍ୟମ ଦ୍ୱାରା ଯେ ସମ୍ପୂର୍ଣ୍ଣ ଭାବରେ ପ୍ରଭାବିତ ହୁଅନ୍ତି ନାହିଁ, ତାହା ଜରୁରୀ ପରିସ୍ଥିତି ପରେ ପରେ ହୋଇଥିବା ନିର୍ବାଚନରେ ପ୍ରମାଣିତ ହୋଇଥିଲା। ଜରୁରୀ ପରିସ୍ଥିତି ସମୟରେ ଭାରତର ସବୁ ଗଣମାଧ୍ୟମ ସରକାରଙ୍କର ଓ ଇନ୍ଦିରା ଗାନ୍ଧୀଙ୍କର ପ୍ରଶଂସାରେ ଭରି ରହିଥିଲେ ମଧ୍ୟ ନିର୍ବାଚନ ଘୋଷଣା କ୍ଷଣି ଜନସାଧାରଣ ଆପେ ଆପେ ସେମାନଙ୍କର ମତ ସ୍ଥିର କରିନେଲେ।
National
ତଦନ୍ତ ଆଳରେ ଉଲଗ୍ନ କଲା ପୁଲିସ, ଆତ୍ମହତ୍ୟା କରିଦେଲେ ମହିଳା
ମହିଳା ଜଣକ ଛାଡିଯାଇଥିବା ସୁସାଇଡ୍ ନୋଟ୍ ଅନୁଯାୟୀ, ପୁଲିସ ଅଧିକାରୀ ତାଙ୍କୁ ସମସ୍ତଙ୍କ ସାମ୍ନାରେ ଡ୍ରେସ୍ ଖୋଲିବାକୁ କହିବା ସହ ୨୫ ଲକ୍ଷ ଟଙ୍କା ଲାଞ୍ଚ ମଧ୍ୟ ମାଗିଥିଲେ।
National
ମସଜିଦ ସର୍ଭେକୁ ନେଇ ହିଂସା, ସାଂସଦ ଓ ବିଧାୟକଙ୍କ ପୁଅ ବିରୋଧରେ FIR
ହିଂସା ସୃଷ୍ଟି କରିଥିବା ଓ ଭିଡକୁ ଉସକାଇଥିବା ଅଭିଯୋଗରେ ମାମଲା ରୁଜୁ ହୋଇଛି।