ଚେନ୍ନାଇ:ଚେନ୍ନାଇରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳା ଯାଉଥିବା ସିରିଜର ଚତୁର୍ଥ ଦିନିକିଆରେ ଭାରତ ଟସ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ୪ ବୋଲର ୬ ବ୍ୟାଟ୍ସମ୍ୟାନଙ୍କୁ ପଡିଆକୁ ଓହ୍ଲେଇଛି ଭାରତ।
ଅନ୍ୟପକ୍ଷରେ ଗାନ୍ଧୀ-ମାଣ୍ଡେଲା ଫ୍ରେଣ୍ଡସିପ ସିରିଜର ଏହି ମ୍ୟାଚ ଭାରତ ପାଇଁ ‘କର ବା ମର’ ପରିସ୍ଥିତି ସୃଷ୍ଟି କରିଛି। ସିରିଜ ବରାବର କରିବାକୁ ହେଲେ ଭାରତକୁ ଏହି ମ୍ୟାଚ ଜିତିବାକୁ ପଡିବ। ତେବେ ଭାରତର ମୁଣ୍ଡବିନ୍ଧାର କାରଣ ସାଜିଛି ମିଡିଲ ଅଡର ବ୍ୟାଟ୍ସମ୍ୟାନ ସୁରେଶ ରାଇନାଙ୍କ ଖରାପ ଫର୍ମ। ଅନ୍ୟପକ୍ଷରେ ଏହି ପିଚରେ ଗତ ୫ଟି ମ୍ୟାଚରୁ ଭାରତ ୩ଟି ମ୍ୟାଚ ଜିତି ଥିଲାବେଳେ ୨ଟି ମ୍ୟାଚରେ ପରାଜିତ ହୋଇଛି।
ରାଜକୋଟରେ ଦକ୍ଷିଣ ଆଫ୍ରିକାଠାରୁ ଭାରତ ହାରିବା ପରେ ସିରିଜ ଏବେ ୨-୧ ସ୍ଥିତିରେ ରହିଛି। ଏହି ମ୍ୟାଚ ଜିତିଲେ ଦକ୍ଷିଣ ଆଫ୍ରିକା ଦଳ ସିରିଜ ଜିତିଯିବ। ଏଥିପାଇଁ ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂ ପ୍ରତି ଗୁରୁତ୍ୱ ଦେଇଛି ଦକ୍ଷିଣ ଆଫ୍ରିକା। ତେବେ ଦକ୍ଷିଣ ଆଫ୍ରିକା ଏହି ପିଚରେ ଗତ ୫ଟି ମ୍ୟାଚରେ ୩ଟି ମ୍ୟାଚରେ ବିଜୟୀ ହୋଇଥିବା ବେଳେ ୨ଟି ମ୍ୟାଚରେ ପରାଜିତ ହୋଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଇସ୍ତଫା ଦେଲେ ମହାରାଷ୍ଟ୍ରର କଂଗ୍ରେସ ଅଧ୍ୟକ୍ଷ ନାନା ପଟୋଲେ!
ମହାରାଷ୍ଟ୍ର ନିର୍ବାଚନରେ କଂଗ୍ରେସର ବଡ଼ ପରାଜୟ ପରେ ସେ ନିଜ ପଦରୁ ଇସ୍ତଫା ଦେଇଥିବା ନେଇ ଚର୍ଚ୍ଚା ହେଉଛି।
National
କିଏ ହେବ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ? ଫଡନାବିସଙ୍କୁ ସମର୍ଥନ କଲେ ଅଜିତ ପାଓ୍ୱାର
ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଆସନରେ କିଏ ବସିବ ତାକୁ ନେଇ ଜାରି ରହିଛି ସସ୍ପେନ୍ସ। ଏହାରି ଭିତରେ ଦିଲ୍ଲୀ ଅଭିମୁଖେ ଗସ୍ତ କରିଛନ୍ତି ଦେବେନ୍ଦ୍ର ଫଡନାବସ, ଅଜିତ ପାଓ୍ୱାର ଓ ଏକନାଥ ସିନ୍ଦେ।
National
ଜୀବନ ନେଲା ଗୁଗୁଲ ମ୍ୟାପ୍, ଅଧା ଗଢ଼ା ପୋଲରୁ ଖସି ପଡ଼ିଲା କାର୍
ଏକ ବିବାହ ଭୋଜରେ ଯୋଗ ଦେବା ପାଇଁ ୩ ଜଣକ ସାଙ୍ଗ ଗୁରୁଗ୍ରାମରୁ ରାଇବରେଲିକୁ କାର୍ ଯୋଗେ ବାହାରିଥିଲେ। ତେବେ ଠିକଣା ସ୍ଥାନରେ ପହଞ୍ଚିବା ପାଇଁ ଏମାନେ ଗୁଗୁଲ ମ୍ୟାପ୍ର ସାହାରା ନେଇଥିଲେ।
National
ମସଜିଦ ସର୍ଭେକୁ ନେଇ ଥମୁନି ହିଂସା: ୪ ମୃତ, ସ୍କୁଲ ବନ୍ଦ
ହିଂସା ପରେ ସମ୍ଭଲ ଏବଂ ଏହାର ଆଖପାଖ ଅଞ୍ଚଳରେ ଇଣ୍ଟରନେଟ୍ ସେବା ବନ୍ଦ ରଖାଯାଇଛି। ସେହିପରି ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲଗୁଡ଼ିକୁ ଆଜି ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
National
ଆଜିଠୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ
ଡିସେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଅଧିବେଶନକୁ ସୁରୁଖୁରୁରେ ଚଳାଇବାକୁ ଗତକାଲି ସର୍ବଦଳୀୟ ବୈଠକରେ ଆଲୋଚନା କରାଯାଇଛି।