ଚିଟ୍‌ଫଣ୍ଡ ଜମାକାରୀଙ୍କୁ ଠକି ଦେଲେ ସରକାର

ଭୁବନେଶ୍ୱର/କଟକ/ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର):୧୦ ହଜାରରୁ ଅଧିକ ଟଙ୍କା ଜମା ରଖି ଠକେଇର ଶିକାର ହୋଇଥିବା ଚିଟଫଣ୍ଡ ଜମାକରୀଙ୍କ ମୁଣ୍ଡରେ ଚଡ଼କ। ଏମାନେ ଟଙ୍କା ଫେରିବା ତ’ ଦୂରର କଥା, ତଦନ୍ତ ପାଇଁ ଗଠିତ କମିଶନ ବି ବଡ଼ ଜମାକାରୀଙ୍କ ଠକେଇ ନେଇ ତଦନ୍ତ କରିବେ ନାହିଁ ।  ଏ ନେଇ ଗୃହ ବିଭାଗର ସାନି ବିଜ୍ଞପ୍ତି ପରେ ୧୦ ହଜାରରୁ ଅଧିକ ଟଙ୍କା ରଖିଥିବା ଲକ୍ଷ ଲକ୍ଷ ଜମାକାରୀଙ୍କ ଭାଗ୍ୟ ଏବେ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି। ବ୍ରହ୍ମପୁରର […]

b-98

Tapas Behera
  • Published: Wednesday, 18 December 2019
  • , Updated: 18 December 2019, 09:09 PM IST

ଭୁବନେଶ୍ୱର/କଟକ/ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର):୧୦ ହଜାରରୁ ଅଧିକ ଟଙ୍କା ଜମା ରଖି ଠକେଇର ଶିକାର ହୋଇଥିବା ଚିଟଫଣ୍ଡ ଜମାକରୀଙ୍କ ମୁଣ୍ଡରେ ଚଡ଼କ। ଏମାନେ ଟଙ୍କା ଫେରିବା ତ’ ଦୂରର କଥା, ତଦନ୍ତ ପାଇଁ ଗଠିତ କମିଶନ ବି ବଡ଼ ଜମାକାରୀଙ୍କ ଠକେଇ ନେଇ ତଦନ୍ତ କରିବେ ନାହିଁ ।  ଏ ନେଇ ଗୃହ ବିଭାଗର ସାନି ବିଜ୍ଞପ୍ତି ପରେ ୧୦ ହଜାରରୁ ଅଧିକ ଟଙ୍କା ରଖିଥିବା ଲକ୍ଷ ଲକ୍ଷ ଜମାକାରୀଙ୍କ ଭାଗ୍ୟ ଏବେ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି।

ବ୍ରହ୍ମପୁରର ରଘୁନାଥ ସାହୁ ଓ ତାଙ୍କ ପତ୍ନୀ ଦମୟନ୍ତୀ ସାହୁ।  ଆଖିରୁ ବହୁଛି ଅବିଶାନ୍ତ ଅଶ୍ରୁ । ଚିଟ୍‌ଫଣ୍ଡ ଛଡ଼ାଇ ନେଇଛି ବଞ୍ଚିବାର ରାହା । ଘର ଦ୍ୱାର ଛାଡ଼ି ଦୁଇବର୍ଷ ଏଠି ସେଠି ମୁଣ୍ଡ ଗୁଞ୍ଜୁଛନ୍ତି ରଘୁନାଥ ଓ ଦମୟନ୍ତୀ ।  ୬ ବର୍ଷରେ ଟଙ୍କା ଡବଲ ହେବାର ଲୋଭରେ ଗୋଲଡେନ ଲ୍ୟାଣ୍ଡ ଚିଟ୍‌ଫଣ୍ଡ ସଂସ୍ଥାରେ ରଘୁନାଥ ରଖିଥିଲେ ୧୫ ଲକ୍ଷ ଟଙ୍କା । ପରେ  କମ୍ପାନୀର ଏଜେଣ୍ଟ ସାଜି ଗାଁ ଲୋକଙ୍କ ପାଖରୁ ଆଣି ରଖିଥିଲେ  ଆଉ ୫୫ ଲକ୍ଷ ଟଙ୍କା । ହେଲେ ସଂସ୍ଥା ବନ୍ଦ ହୋଇଯିବା ପରେ ଲୋକେ ଟଙ୍କା ମାଗିବାରୁ ଭୟରେ ବାରଦ୍ୱାର ବୁଲୁଛନ୍ତି ରଘୁନାଥ ଓ ଦମୟନ୍ତୀ।

ରଘୁନାଥଙ୍କ ପରି ବ଼ଡ ଜମାକାରୀ ଓ ଏଜେଣ୍ଟଙ୍କ ମୁଣ୍ଡରେ ଚଡ଼କ ପଡିଛି । କାରଣ ଟଙ୍କା ଫେରିପାଇବାର ଆଶା ଟିକକ ବି ବନ୍ଦ କରିଦେଇଛନ୍ତି ସରକାର । ୧୦ ହଜାରରୁ ଅଧିକ ଟଙ୍କା ଜମା ରଖିଥିଲେ କମିଶନ ଆଉ ତାହାର ତଦନ୍ତ କରିବେ ନାହିଁ ବୋଲି ବିଜ୍ଞପ୍ତି ପ୍ରକାଶ କରିଛନ୍ତି ରାଜ୍ୟ ସରକାର। ପୂର୍ବରୁ ୨୦୧୫ ପେବୁଆରୀ ୨୦ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ ପ୍ରକୃତ ଜମାକାରୀଙ୍କୁ ଚିହ୍ନଟ ପାଇଁ କହିଥିଲେ ସରକାର। ହେଲେ ସଂଶୋଧିତ ବିଜ୍ଞପ୍ତି ଅନୁସାରେ, କେବଳ କ୍ଷୁଦ୍ର ଜମାକାରୀ ଅର୍ଥାତ ୧୦ ହଜାରରୁ କମ୍‌ ଟଙ୍କା ରଖି ଠକେଇର ଶିକାର ହୋଇଥିବା ଜମାକାରୀଙ୍କୁ ଚିହ୍ନଟ ପାଇଁ ହିଁ ତଦନ୍ତ କରିବେ କମିଶନ। ଅନ୍ୟ କୌଣସି ମାମଲାରେ ପରାମର୍ଶ ଦେବା ନେଇ ପୂର୍ବରୁ ଥିବା କ୍ଲଜ୍‌କୁ ମଧ୍ୟ ଉଠାଇଦେଇଛନ୍ତି ସରକାର। ସେପଟେ ଟର୍ମ ଅଫ୍ ରେଫରେନ୍ସ ପରିବର୍ତ୍ତନ କରିବା ପରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ।

ଚିଟଫଣ୍ଡ ଠକେଇର ତଦନ୍ତ ପାଇଁ ସରକାର ଗଠନ କରିଥିବା କମିଶନଙ୍କ ପାଖରେ ଦୁଇଟି ପର୍ଯ୍ୟାୟରେ ୧୬ ଲକ୍ଷ ସତ୍ୟାପାଠ ପହଁଞ୍ଚିଛି । ଏଥିରୁ ୪ ଲକ୍ଷ ୯୭ ହଜାର ୮୪୪ ଜଣ କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରି ସରକାରଙ୍କୁ ୭ଟି ଅନ୍ତରିଣ ରିପୋର୍ଟ ଦେଇଛନ୍ତି କମିଶନ । ତେବେ କମିଶନ ଠାବ କରିଥିବା ୯୮୦ ଚିଟଫଣ୍ଡ ସଂସ୍ଥାରୁ ପ୍ରାୟ ୬ ଶହଙ୍କ ପତ୍ତା ମିଳୁନି। ଅନ୍ୟପକ୍ଷରେ ୭ ବର୍ଷ ମଧ୍ୟରେ କମିଶନଙ୍କ ମାଧ୍ୟମରେ ମାତ୍ର ୧୯ ଶହ ୫୨ କ୍ଷୁଦ୍ର ଜମାକାରୀ ଟଙ୍କା ଫେରିପାଇଛନ୍ତି।

Related story