ରାଜ୍ୟ ବସ୍ ମାଲିକ ସଂଘ ଏବଂ ପରିବହନ ମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ବିଫଳ, ଡିସେମ୍ୱର ୧ରୁ ଧର୍ମଘଟ  କରିବ ବସ୍ ମାଲିକ ସଂଘ

ଭୁବନେଶ୍ୱର: ଡିସେମ୍ୱର ୧ରୁ ବସ୍ ମାଲିକ ସଂଘ ଦେଇଥିବା ଧର୍ମଘଟ ଡାକରା ପରିପେକ୍ଷୀରେ  ଗତକାଲି ସଂଘ ପରିବହନ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝିଙ୍କୁ ଭେଟିଥିଲେ। ହେଲେ  ରାଜ୍ୟ ବସ ମାଲିକ ସଂଘ ଏବଂ ପରିବହନ ମନ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ଆଲୋଚନା ବିଫଳ ହୋଇଛି। ତେଣୁ ଡିସେମ୍ୱର ୧ରୁ ଧର୍ମଘଟ କରିବା ପୂର୍ବ ନିଷ୍ପତ୍ତିରେ ଅଟଳ ରହିଛି ବସ ମାଲିକ ସଂଘ।

ସିଟି ବସ୍ ସିଟି ବାହାରକୁ ଚଳାଚଳ କରିବା ଏବଂ  ରୋଡ ଓ ମୋଟର ଯାନ ଟ୍ୟାକ୍ସ ବୃଦ୍ଧିକୁ ସଂଘ ବିରୋଧ କରି ଏହି ଧର୍ମଘଟ ଡାକରା ଦେଇଛି।