ଆରସିବିକୁ ୧୮୮ ରନ୍‌ର ଟାର୍ଗେଟ୍ ଦେଲା କ୍ୟାପିଟାଲ୍ସ

ନୂଆଦିଲ୍ଲୀ: ଶିଖର ଧୱନ୍ ଓ ଅଧିନାୟକ ଶ୍ରେୟସ ଆୟରଙ୍କ ଅର୍ଦ୍ଧଶତକ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ ଚଳିତ ଆଇପିଏଲର ରବିବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ବିପକ୍ଷ ମ୍ୟାଚରେ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୮୭ ରନ୍ କରିଛି। ଫଳରେ ଏହି ମ୍ୟାଚକୁ ଜିତିବା ପାଇଁ ଆରସିବିକୁ ୧୮୮ ରନ୍ କରିବାକୁ ପଡ଼ିବ। ଦିଲ୍ଲୀ ପକ୍ଷରୁ ଧୱନ୍ (୫୦) ଓ ଆୟର (୫୨)ଙ୍କ ବ୍ୟତୀତ ଶେଷଭାଗରେ ଶେରଫାନେ ରଦରଫର୍ଡ (୨୮*) ଓ ଅକ୍ଷର ପଟେଲ (୧୬*) […]

ନେୀଂ

Hemant Lenka
  • Published: Sunday, 28 April 2019
  • , Updated: 28 April 2019, 05:52 PM IST

ନୂଆଦିଲ୍ଲୀ: ଶିଖର ଧୱନ୍ ଓ ଅଧିନାୟକ ଶ୍ରେୟସ ଆୟରଙ୍କ ଅର୍ଦ୍ଧଶତକ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ ଚଳିତ ଆଇପିଏଲର ରବିବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ବିପକ୍ଷ ମ୍ୟାଚରେ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୮୭ ରନ୍ କରିଛି। ଫଳରେ ଏହି ମ୍ୟାଚକୁ ଜିତିବା ପାଇଁ ଆରସିବିକୁ ୧୮୮ ରନ୍ କରିବାକୁ ପଡ଼ିବ।

ଦିଲ୍ଲୀ ପକ୍ଷରୁ ଧୱନ୍ (୫୦) ଓ ଆୟର (୫୨)ଙ୍କ ବ୍ୟତୀତ ଶେଷଭାଗରେ ଶେରଫାନେ ରଦରଫର୍ଡ (୨୮*) ଓ ଅକ୍ଷର ପଟେଲ (୧୬*) ଦ୍ରୁତ ରନ୍ କରି ଟିମକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ।

ଫିରୋଜ ଶାହ କୋଟଲାରେ ଅନୁଷ୍ଠିତ ଏହି ମ୍ୟାଚରେ ଦିଲ୍ଲୀ କ୍ୟାପଟେନ୍ ଆୟର ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଟିମ୍ ପକ୍ଷରୁ ଓପନ୍ କରିବାକୁ ଆସିଥିବା ପୃଥ୍ୱୀ ଶ' ଓ ଧୱନ୍ ପ୍ରଥମ ୱିକେଟ୍ ପାଇଁ ୩୫ ରନ୍ ଯୋଡ଼ିଥିଲେ। ପୃଥ୍ୱୀ ମାତ୍ର ୧୮ ରନ୍ କରି ଉମେଶ ଯାଦବଙ୍କ ଶିକାର ହୋଇଥିଲେ।

ଏହା ପରେ ଧୱନ୍ ଓ ଆୟର ଅର୍ଦ୍ଧଶତକ ମାରି ଟିମ୍ ସ୍କୋରରୁ ୧୦୦ରେ ପହଞ୍ଚାଇଥିଲେ। ଟିମ୍ ସ୍କୋର ୧୦୩ ଥିବା ବେଳେ ଧୱନଙ୍କୁ ୟୁଜବେନ୍ଦ୍ର ଚହଲ୍ ପ୍ୟାଭିଲିୟନ୍ ପଠାଇଥିଲେ। ଧୱନ୍ ନିଜ ଇନିଂସରେ ୩୭ ବଲ୍ ଖେଳି ୫ ଚୌକା ଓ ୨ ଛକା ମାରିଥିଲେ।

ଆୟର ମଧ୍ୟ ଅର୍ଦ୍ଧଶତକ ମାରି ୱାଶିଂଟନ ସୁନ୍ଦରଙ୍କ ବଲରେ ଆରସିବି କ୍ୟାପଟେନ୍ କୋହଲିଙ୍କ ଦ୍ୱାରା କ୍ୟାଚ୍ ହୋଇଥିଲେ। ଆୟର୍ ୩୭ ବଲରେ ୨ ଚୌକା ଓ ୩ ଛକା ସହ ୫୨ ରନ୍ କରିଥିଲେ। ମଧ୍ୟକ୍ରମରେ ଋଷଭ ପନ୍ତ (୭) ଓ କଲିନ୍ ଇନଗ୍ରାମ୍ (୧୧) ନିରାଶ କରିଥିଲେ। ତେବେ ଶେଷଭାଗରେ ରଦରଫର୍ଡ ଓ ଅକ୍ଷର ଷଷ୍ଠ ୱିକେଟ୍ ପାଇଁ ଦ୍ରୁତ ୪୬ ରନ୍ ଯୋଡ଼ି ଟିମ୍ ସ୍କୋରକୁ ୧୮୭ରେ ପହଞ୍ଚାଇଥିଲେ।

ରଦରଫର୍ଡ ନିଜର ବିସ୍ଫୋରକ ଇନିଂସ୍ ମଧ୍ୟରେ ୧୩ ବଲ୍ ଖେଳି ୧ ଚୌକା ଓ ୩ ଛକା ଏବଂ ଅକ୍ଷର ୯ ବଲରେ ୩ ଚୌକା ମାରି ଅପରାଜିତ ଥିଲେ। ଆରସିବି ପକ୍ଷରୁ ଚହଲ୍ ୨ଟି, ଉମେଶ, ସୁନ୍ଦର ଓ ନବଦୀପ ସାଇନି ଗୋଟିଏ ଲେଖାଏ ୱିକେଟ୍ ନେଇଛନ୍ତି।

Related story