ଡାକ୍ତର ଶ୍ୱେତପଦ୍ମା ମିଶ୍ର ଆତ୍ମହତ୍ୟା ଘଟଣା: ଯୌତୁକ ନିର୍ଯାତନା ଅଭିଯୋଗ, ସ୍ୱାମୀ କହିଲେ ତଦନ୍ତରେ ସହଯୋଗ କରିବେ

ଭୁବନେଶ୍ୱର: ଭୁବନେଶ୍ୱରରେ ଏକ ଆପାର୍ଟମେଣ୍ଟରୁ ଡେଇଁ ପ୍ରସୂତୀ ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଶ୍ୱେତପଦ୍ମା ମିଶ୍ର ଆତ୍ମହତ୍ୟା କରିବା ଘଟଣାର ତଦନ୍ତ ଜାରି ରଖିଛି କମିଶନରେଟ ପୋଲିସ। ଆଜି କ୍ୟାପିଟାଲ୍ ହସ୍ପିଟାଲରେ ଶ୍ୱେତପଦ୍ମାଙ୍କ ଶବ ବ୍ୟବଚ୍ଛେଦ କରାଯାଇଛି । କମିଶନରେଟ୍ ପୋଲିସ ଏହାର ଭିଡିଓଗ୍ରାଫି କରିଛି । ଏଥିସହ ତାଙ୍କର ସିଟି ସ୍କାନ ମଧ୍ୟ କରାଯାଇଥିବା ଜଣାପଡ଼ିଛି। ଏ ନେଇ ଡିସିପି କହିଛନ୍ତି ଯେ, ଡାକ୍ତର ଶ୍ୱେତପଦ୍ମା ମିଶ୍ର ମୃତ୍ୟୁ ଘଟଣାରେ ପରିବାରର କିଛି ସଦସ୍ୟଙ୍କୁ […]

swetapadma 2

swetapadma 2

Rakesh Mallick
  • Published: Monday, 07 September 2015
  • Updated: 07 September 2015, 01:16 PM IST

Sports

Latest News

ଭୁବନେଶ୍ୱର: ଭୁବନେଶ୍ୱରରେ ଏକ ଆପାର୍ଟମେଣ୍ଟରୁ ଡେଇଁ ପ୍ରସୂତୀ ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଶ୍ୱେତପଦ୍ମା ମିଶ୍ର ଆତ୍ମହତ୍ୟା କରିବା ଘଟଣାର ତଦନ୍ତ ଜାରି ରଖିଛି କମିଶନରେଟ ପୋଲିସ। ଆଜି କ୍ୟାପିଟାଲ୍ ହସ୍ପିଟାଲରେ ଶ୍ୱେତପଦ୍ମାଙ୍କ ଶବ ବ୍ୟବଚ୍ଛେଦ କରାଯାଇଛି । କମିଶନରେଟ୍ ପୋଲିସ ଏହାର ଭିଡିଓଗ୍ରାଫି କରିଛି । ଏଥିସହ ତାଙ୍କର ସିଟି ସ୍କାନ ମଧ୍ୟ କରାଯାଇଥିବା ଜଣାପଡ଼ିଛି। ଏ ନେଇ ଡିସିପି କହିଛନ୍ତି ଯେ, ଡାକ୍ତର ଶ୍ୱେତପଦ୍ମା ମିଶ୍ର ମୃତ୍ୟୁ ଘଟଣାରେ ପରିବାରର କିଛି ସଦସ୍ୟଙ୍କୁ ପଚରାଉଚରା କରାଯାଇଛି । ତାଙ୍କ ସ୍ୱାମୀ ଅରିଜିତ ମହାପାତ୍ରଙ୍କୁ ମଧ୍ୟ ପଚରାଉଚରା କରାଯିବ । ଶ୍ୱେତପଦ୍ମାଙ୍କ ଶବ ବ୍ୟବଚ୍ଛେଦ କରାଯାଇଛି । ବ୍ୟବଚ୍ଛେଦ ରିର୍ପୋଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ । ତଦନ୍ତ ଏବେ ପ୍ରାଥମିକ ସ୍ତରରେ ଅଛି, ସବୁ ଦିଗରୁ ତଦନ୍ତ କରାଯାଉଥିବା ଡିସିପି କହିଛନ୍ତି। ସେପଟେ ପୋଲିସ କମିଶନର ଶ୍ୱେତପଦ୍ମା ଡେଇଁ ଆତ୍ମହତ୍ୟା କରିଥିବା ଆପାର୍ଟମେଣ୍ଟକୁ ଯାଇ ପରିଦର୍ଶନ କରିଛନ୍ତି । ପୋଲିସ ମଧ୍ୟ ଆପାର୍ଟମେଣ୍ଟର ସିସିଟିଭି ଫୁଟେଜ ଜବତ କରିଛି । ସେପଟେ ଶ୍ୱେତପଦ୍ମାଙ୍କ ଶ୍ୱଶୁର କହିଛନ୍ତି କିଛିଦିନ ହେବ ଶ୍ୱେତପଦ୍ମାଙ୍କ ଭିତରେ ଆତ୍ମହତ୍ୟା ପ୍ରବଣତା ଦେଖାଦେଇଥିଲା। ଏଥିପାଇଁ ସେ ଚିକିତ୍ସିତ ହେଉଥିଲେ। ପତ୍ନୀଙ୍କ ମୃତ୍ୟୁ ନେଇ ପ୍ରଥମ ଥର ଲାଗି ଅରିଜିତ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଶ୍ୱେତପଦ୍ମା ସିଜୋଫେର୍ଣ୍ଣିୟାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ତାଙ୍କୁ କୌଣସି ଯୌତୁକ ନିର୍ଯାତନା ଦିଆଯାଇନାହିଁ । ତଦନ୍ତରେ ପୋଲିସକୁ ସବୁ ପ୍ରକାର ସହଯୋଗ କରିବି ବୋଲି କହିଛନ୍ତି ଅରିଜିତ ।

ସେପଟେ ଶ୍ୱେତପଦ୍ମାଙ୍କ ମୃତ୍ୟୁ ପରେ ତାଙ୍କ ସ୍ୱାମୀ ଡାକ୍ତର ଅରିଜିତ ମହାପାତ୍ର ଓ ତାଙ୍କ ପରିବାର ଲୋକଙ୍କ ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଛନ୍ତି ତାଙ୍କ ମା’ ସ୍ନେହଲତା ମିଶ୍ର। ୨୦୧୧ରେ ଏକ କ୍ଲିନିକ ଖୋଲିବା ପାଇଁ ଶ୍ୱେତପଦ୍ମାଙ୍କ ଶାଶୂଘର ଲୋକେ ୮୦ ଲକ୍ଷ ଟଙ୍କା ଦାବି କରିଥିବା ସେ ଏଫଆଇଆରରେ ଉଲ୍ଲେଖ କରିଛନ୍ତି ।ସୂଚନାଯୋଗ୍ୟ ଯେ, ଗତକାଲି ଶ୍ୱେତପଦ୍ମା ସହିଦ୍ ନଗରସ୍ଥିତ ବନଲତା ଆପାର୍ଟମେଣ୍ଟର ଅଷ୍ଟମ ମହଲା ଛାତରୁ ଡେଇଁ ପଡିଥିଲେ। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଶ୍ୱେତପଦ୍ମା ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସ୍ତ୍ରୀ ରୋଗ ବିଶେଷଜ୍ଞ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ସ୍ୱାମୀ ଡାକ୍ତର ଅରିଜିତ ମହାପାତ୍ର ମଧ୍ୟ ସେହି ସମାନ ହସ୍ପିଟାଲରେ କାର୍ଯ୍ୟ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos