ରାଞ୍ଚି: ରାଞ୍ଚିରେ ଚାଲିଥିବା ଜାତୀୟ ଓପନ୍ ଆଥଲେଟିକ୍ସ ଚାମ୍ପିୟନଶିପରେ ଓଡ଼ିଶାର ଷ୍ଟାର୍ ସ୍ପ୍ରିଣ୍ଟର୍ ଦୂତୀ ଚାନ୍ଦ ୧୦୦ ମିଟରରେ ଜାତୀୟ ରେକର୍ଡ ଭାଙ୍ଗିଛନ୍ତି। ପୂର୍ବରୁ ୧୦୦ ମିଟରରେ ଜାତୀୟ ରେକର୍ଡ ୧୧.୨୬ ସେକେଣ୍ଡ ଥିଲା। କିନ୍ତୁ ଶୁକ୍ରବାର ଦୂତୀ ୧୧.୨୨ ସେକେଣ୍ଡରେ ୧୦୦ ମିଟର୍ ଅତିକ୍ରମ କରି ଏହି ରେକର୍ଡକୁ ପଛରେ ପକାଇଛନ୍ତି।
ମହିଳା ୧୦୦ ମିଟରରେ ପୂର୍ବ ଜାତୀୟ ରେକର୍ଡ ଉଭୟ ଦୂତୀ ଓ ରଚିତା ମିସ୍ତ୍ରୀ (୧୧.୨୬ ସେକେଣ୍ଡ)ଙ୍କ ନାଁରେ ଥିଲା। ଏହି ନୂଆ ଟାଇମିଂ ସହ ଦୂତୀ ୨୦୨୦ ଟୋକିଓ ଅଲିମ୍ପିକକୁ କ୍ୱାଲିଫିକେଶନ୍ ମାର୍କର ନିକଟତର ହୋଇଛନ୍ତି। ୧୦୦ ମିଟରରେ ଅଲିମ୍ପିକ୍ କ୍ୱାଲିଫାଏ ପାଇଁ ୧୧.୧୫ ସେକେଣ୍ଡ ସମୟ ଧାର୍ଯ୍ୟ ରଖାଯାଇଛି।
ଦୂତୀ ଯଦି ୧୦୦ ମିଟର ଫାଇନାଲକୁ ୧୧.୧୫ ସେକେଣ୍ଡରେ ଅତିକ୍ରମ କରନ୍ତି, ତାହେଲେ ତାଙ୍କର ଅଲିମ୍ପିକ୍ ଟିକେଟ୍ ପକ୍କା ହୋଇଯିବ। ନିକଟରେ ଆୟୋଜିତ ୱାର୍ଲ୍ଡ ଆଥଲେଟିକ୍ସ ଚାମ୍ପିୟନଶିପରେ ଦୂତୀ ମହିଳା ୧୦୦ ମିଟର୍ ସେମିଫାଇନାଲରୁ ବିଦାୟ ନେଇଥିଲେ। ସେ ତୃତୀୟ ହିଟରେ ସପ୍ତମ ସ୍ଥାନରେ ରହିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଲିଫ୍ଟ ଦେଉଥିଲା, ଜୀବନ ନେଉଥିଲା: ୧୧ ଜଣଙ୍କୁ ମାରିବା ପରେ ଧରାପଡ଼ିଲା
ଜଣେ ମୃତକଙ୍କ ପୀଠରେ ଅଭିଯୁକ୍ତ ଜଣକ ପିଠିରେ ଧୋକା ବାଜ ବୋଲି ଲେଖିଥିଲା। ପୀଡ଼ିତ ଜଣଙ୍କ ପୂର୍ବତନ ସେନା କର୍ମଚାରୀ। ସେ ଗୋଟିଏ ଘରୋଇ ଫ୍ୟାକ୍ଟ୍ରୀରେ ସିକ୍ୟୁରିଟୀ ଗାର୍ଡ ଭାବେ କାମ କରୁଥିଲେ।
Politics
କଂଗ୍ରେସକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସିଧା ହମଲା, କହିଲେ ଏମିତି କଥା
ମୋଦି ଦାବି କରିଛନ୍ତି ଯେ ବାବା ସାହେବ ଆମ୍ବେଦକର ଭାରତର ଜଳ ସଂରକ୍ଷଣ ନୀତିକୁ ଉପଯୁକ୍ତ ରୂପ ଦେବାକୁ ଚେଷ୍ଟା କରୁଥିବା ବେଳେ କଂଗ୍ରେସ ନିୟମିତ ଭାବେ ତାଙ୍କ ଅବଦାନକୁ ଅଣଦେଖା କରି ଆସୁଥିଲା।
Politics
ଚର୍ଚ୍ଚାରେ କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହଙ୍କ ମନ୍ତବ୍ୟ; କହିଲେ- ନବୀନ ଓ ନୀତୀଶଙ୍କୁ ଭାରତରତ୍ନ ମିଳିବା ଉଚିତ
ନୀତୀଶ କୁମାରଙ୍କ ଦଳ ଏବେ ବିଜେପି ନେତୃତ୍ୱାଧୀନ ଏନ୍ଡିଏରେ ଅଛି। ନବୀନଙ୍କ ନେତୃତ୍ୱାଧୀନ ବିଜେଡି ଏକଦା ଏନ୍ଡିଏରେ ଥିଲା।
National
୬ ଜଣଙ୍କୁ ବାହା ହୋଇ ଟଙ୍କା ଓ ଅଳଙ୍କାର ନେଇ ପଳାଇଥିଲେ, ୭ମ ଉଦ୍ୟମରେ ଧରା ପଡ଼ିଲେ ମହିଳା
ମହିଳା ଜଣଙ୍କ ଧରା ପଡ଼ିବା ପରେ ତାଙ୍କ ପଛରେ କାମ କରୁଥିବା ପୂରା ରାକେଟର ପର୍ଦ୍ଦାଫାସ ହୋଇଛି।
Politics
‘ମୌକା ମୌକା ହର ବାର ଧୋକା’: ଆପ ଓ ବିଜେପି ପାଇଁ କଂଗ୍ରେସ ଜାରି କଲା ବହି
ଦିଲ୍ଲୀ ପାଇଁ ବିଜେପି ଓ ଆପ୍ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରିବାରେ ବାରମ୍ବାର ବିଫଳ ହୋଇଥିବାରୁ କଂଗ୍ରେସ ମୌକା ମୌକା ହର ବାର ଧୋକା ବହି ରିଲିଜ କରିଥିବା କହିଛି।