ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଗଞ୍ଜାମକୁ କରୋନାମୁକ୍ତ କରିବାକୁ ଆରମ୍ଭ ହୋଇଛି ଜୋରଦାର ପ୍ରୟାସ। ଆଜିଠୁ ଅକ୍ଟୋବର ୧ ତାରିଖ ଯାଏଁ ଗଞ୍ଜାମରେ କୋଭିଡ୍ ସଚେତନତା ସପ୍ତାହ ପାଳିତ ହେବ । ଏହି ସମୟରେ ଉଭୟ ଅନ୍ଲାଇନ୍ ଓ ଅଫଲାଇନ୍ କ୍ୟାମ୍ପେନ୍ ମାଧ୍ୟମରେ ଲୋକଙ୍କୁ ସଚେତନ କରାଯିବ।
ସ୍ୱେଚ୍ଛାସେବୀ ଏବଂ ଜନପ୍ରତିନିଧିମାନେ ଘରକୁ ଘର ବୁଲି କରୋନା ସଂପର୍କରେ ଲୋକଙ୍କୁ ସଚେତନ କରିବେ । ଉପାନ୍ତ ଅଞ୍ଚଳକୁ ସ୍ୱତନ୍ତ୍ର ଟିମ୍ ଯାଇ କରୋନାର ଭୟାବହତା ସମ୍ପର୍କରେ ଲୋକଙ୍କୁ ସଚେତନ କରାଇବେ । ସେହିପରି ରାଲି ମାଧ୍ୟମରେ କରୋନା ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯିବ। ଏନ୍ଜିଓ, କୋଭିଡ୍ ଶକ୍ତି ମହିଳାମାନେ ଲୋକଙ୍କୁ ସଚେତନ କରାଇବେ ।
ପିଲାଙ୍କ ମଧ୍ୟରେ ଅନଲାଇନ୍ରେ କରୋନା ସମ୍ପର୍କିତ ପ୍ରବନ୍ଧ ପ୍ରତିଯୋଗିତା ମଧ୍ୟ ହେବ । ଗଞ୍ଜାମକୁ କରୋନାମୁକ୍ତ କରିବାକୁ ଜିଲ୍ଲାବାସୀଙ୍କ ସହଯୋଗ ଲୋଡ଼ିଛନ୍ତି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ।