କେଉଁଠି ଗାଁ ଦାଣ୍ଡରେ ପାଣିର ସୁଅ, କେଉଁଠି ଚାଷ ଜମି ଜଳମଗ୍ନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର ) : ଲଗାଣ ବର୍ଷା ଯୋଗୁ ରାଜ୍ୟର ବହୁ ନଦୀ ଉଛୁଳି ବିପଦସଙ୍କେତ ଉପରେ ଥିବା ବେଳେ ବହୁ ଅଞ୍ଚଳ ଜଳମଗ୍ନ ହୋଇ ଯାଇଛି। କେଉଁଠି ଗାଁ ଦାଣ୍ଡରେ ବନ୍ୟା ପାଣି ଯାଉଛି ତ କେଉଁଠି ରାସ୍ତା ଧୋଇ ହୋଇ ଯାଇ ଗମନାଗମନ ବାଧାପ୍ରାପ୍ତ ହୋଇଛି। ଏପରି ସ୍ଥିତିରେ କେଉଁଠି ବୋଟ୍‌ ଦ୍ୱାରା ବିପନ୍ନଙ୍କୁ ଉଦ୍ଧାର କାର୍ଯ୍ୟ ଚାଲିଛି, ତ କେଉଁଠି ଲୋକଙ୍କୁ ଦିଆଯାଉଛି ରିଲିଫ୍‌। ଏଥର ବର୍ଷାରେ ବନ୍ୟା ସୃଷ୍ଟି ହେବାର […]

flood-paradip-1-1

flood-paradip-1-1

Niharika Rout
  • Published: Friday, 16 August 2019
  • Updated: 16 August 2019, 02:31 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର ) : ଲଗାଣ ବର୍ଷା ଯୋଗୁ ରାଜ୍ୟର ବହୁ ନଦୀ ଉଛୁଳି ବିପଦସଙ୍କେତ ଉପରେ ଥିବା ବେଳେ ବହୁ ଅଞ୍ଚଳ ଜଳମଗ୍ନ ହୋଇ ଯାଇଛି। କେଉଁଠି ଗାଁ ଦାଣ୍ଡରେ ବନ୍ୟା ପାଣି ଯାଉଛି ତ କେଉଁଠି ରାସ୍ତା ଧୋଇ ହୋଇ ଯାଇ ଗମନାଗମନ ବାଧାପ୍ରାପ୍ତ ହୋଇଛି। ଏପରି ସ୍ଥିତିରେ କେଉଁଠି ବୋଟ୍‌ ଦ୍ୱାରା ବିପନ୍ନଙ୍କୁ ଉଦ୍ଧାର କାର୍ଯ୍ୟ ଚାଲିଛି, ତ କେଉଁଠି ଲୋକଙ୍କୁ ଦିଆଯାଉଛି ରିଲିଫ୍‌। ଏଥର ବର୍ଷାରେ ବନ୍ୟା ସୃଷ୍ଟି ହେବାର ଭୟ ନାହିଁ ବୋଲି ପ୍ରଶାସନ ତରଫରୁ କୁହାଯାଉଥିଲେ ମଧ୍ୟ ବହୁ ଅଞ୍ଚଳ ଜଳମଗ୍ନ ହୋଇ ରହିଛି। ଫଳରେ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।   ବନ୍ୟା ସ୍ଥିତି ଉପରେ  ପ୍ରଶାସନ ମଧ୍ୟ ସତର୍କ ଦୃଷ୍ଟି ରଖିଛି ।

ଖୋର୍ଦ୍ଧା ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ହରିମୂଳ ଏବଂ ଡିହଖଳା ସମେତ ୬ଟି ଗାଁରେ ବନ୍ୟା ପାଣି ପଶିଯାଇଛି । ରାଜୁଆ ନଦୀର ବନ୍ୟା ପାଣି  ପଶି ଏସବୁ ଗାଁ  ଦାଣ୍ଡରେ ଆଣ୍ଠୁଏ ଉଚ୍ଚରେ ପାଣି ଚାଲୁଛି । ଫଳରେ ବାହ୍ୟଜଗତରୁ ଉଭୟ ଗାଁ ବିଚ୍ଛିନ୍ନ ହେବା ସହ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି ।

ମହାନଦୀରେ ବନ୍ୟାଜଳ ଛଡାଯିବା ପରେ କଟକ ବାଙ୍କିରେ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । କଇଁଆ ନାଳ ନିକଟରେ ମହାନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ବାଙ୍କୀ ଡାକବଙ୍ଗଳା ନିକଟରେ ମଧ୍ୟ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ରହିଛି । ନଦୀରେ ପାଣି ଆସି ଶିମିଳିପୁର ଓ ବିଲିପଡ଼ାକୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।

ରଣଶଙ୍ଖ ଦେଇ ମହାନଦୀର ବନ୍ୟାଜଳ ପ୍ରବାହିତ ହେଉଥିବାରୁ ତଳିଆ  ଅଞ୍ଚଳର ଅନେକ ଚାଷ ଜମି ଜଳମଗ୍ନ ହୋଇଛି । କଇଁମୁଣ୍ଡି ଓ ସାଁପୁର ଗାଁ ରାସ୍ତା ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାବେଳେ ଆଜି ତାହା ହ୍ରାସ ପାଇଛି । ତେବେ ଗତକାଲି ୨୦ଟି ଗେଟ୍ ଖୋଲାଯାଇଥିବାରୁ ନଦୀର ଜଳସ୍ତର ବୃଦ୍ଧି ପାଇବା ଆଶଙ୍କାରେ ଲୋକେ ଭୟଭୀତ ହୋଇ ରହିଛନ୍ତି।

କଟକ ଆଠଗଡ଼ ଚଷାଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ପଡ଼ିଛି। ନଦୀରେ ବନ୍ୟାଜଳ ଆସି ଗାଁ ଚାରିପଟେ ପାଣି ଜମି ରହିଛି । ଶତାଧିକ ଲୋକ ଜଳବନ୍ଦୀ ହୋଇ ରହିଛନ୍ତି । ଗାଇନାଳ ଉପରେ ବନ୍ୟା ପାଣି ଚାଲୁଥିବା ସୂଚନା ମିଳିଛି। ତିଗିରିଆ ଓ ବାଙ୍କୀର ୫ଟି ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଲୋକଙ୍କୁ ଉଦ୍ଧାର ପାଇଁ ପ୍ରଶାସନ ପକ୍ଷରୁ ୩ଟି ବୋଟ୍‌ ଚାଲିଛି। ଉଦ୍ଧାର କାର୍ଯ୍ୟ ସହ ଏହି ଗାଁରେ ରିଲିଫ ଯୋଗାଣ ଆରମ୍ଭ ହୋଇଛି ।

ଜଗତସିଂହପୁର ଜିଲା କୁଜଙ୍ଗ ବ୍ଲକର ୪ଟି ଗାଁରେ ବନ୍ୟାପାଣି ପଶିଛି । ଜିଲ୍ଲାନାସୀ ପଞ୍ଚାୟତର ସାହାରାଡିଆ ଓ ସାଇଲୋ ପଞ୍ଚାୟତର ହରିପୁର, ମଧୁପୁର ଏବଂ କୁଜଙ୍ଗର ଭଣ୍ଡୁଆ ଗ୍ରାମବାସୀ ଏଥିଯୋଗୁ ପ୍ରଭାବିତ ହୋଇଛନ୍ତି । ହରିପୁର ଓ ସାହାରାଡିଆ ଗାଁକୁ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି । ମହାନଦୀର ଜଳସ୍ତର ବୃଦ୍ଧି ପାଇବା ଫଳରେ କୁଜଙ୍ଗ-ରାହାମା ଅଞ୍ଚଳର କିଛି ଗାଁରେ ପାଣି  ପଶିଛି। ପୂର୍ଣ୍ଣିମା  ଥିବାରୁ ସମୁଦ୍ର ମଧ୍ୟକୁ ଜଳ ପ୍ରବାହିତ ହେବାରେ ବିଳମ୍ବ ହେଉଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story