ଭୁବନେଶ୍ୱର: ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ହିତାଧିକାରୀଙ୍କୁ ଡିଜିଟାଲ୍ ରେସନ୍ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ କାର୍ଯ୍ୟକାରୀ ହେବାକୁ ଯାଉଥିବା ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ହିତାଧିକାରୀଙ୍କୁ ଆଜି ଗାନ୍ଧୀ ଜୟନ୍ତୀ ଅବସରରେ ବଣ୍ଟା ଯାଇଛି ଡିଜିଟାଲ୍ ରେସନ୍ କାର୍ଡ। ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ଏହି କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୧୪ଟି ଜିଲ୍ଲାରେ ହିତାଧିକାରୀଙ୍କୁ ରେସନ୍ କାର୍ଡ ପ୍ରଦାନ କରାଯାଇଛି। ରାଜ୍ୟର ୨୬ଲକ୍ଷ ୩୩ହଜାର ପରିବାରର ୯୩ଲକ୍ଷ ୩୫ ହଜାର ଲୋକ ପ୍ରଥମ ପର୍ଯ୍ୟାୟରେ ଏହି ଯୋଜନାରେ ସାମିଲ ହୋଇଛନ୍ତି। ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଡାଟାବେସ୍ ଅପଡେଟ୍ […]

rationcard

Rakesh Mallick
  • Published: Friday, 02 October 2015
  • , Updated: 03 October 2015, 04:53 AM IST

ଭୁବନେଶ୍ୱର: ରାଜ୍ୟରେ କାର୍ଯ୍ୟକାରୀ ହେବାକୁ ଯାଉଥିବା ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ହିତାଧିକାରୀଙ୍କୁ ଆଜି ଗାନ୍ଧୀ ଜୟନ୍ତୀ ଅବସରରେ ବଣ୍ଟା ଯାଇଛି ଡିଜିଟାଲ୍ ରେସନ୍ କାର୍ଡ। ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ଏହି କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୧୪ଟି ଜିଲ୍ଲାରେ ହିତାଧିକାରୀଙ୍କୁ ରେସନ୍ କାର୍ଡ ପ୍ରଦାନ କରାଯାଇଛି। ରାଜ୍ୟର ୨୬ଲକ୍ଷ ୩୩ହଜାର ପରିବାରର ୯୩ଲକ୍ଷ ୩୫ ହଜାର ଲୋକ ପ୍ରଥମ ପର୍ଯ୍ୟାୟରେ ଏହି ଯୋଜନାରେ ସାମିଲ ହୋଇଛନ୍ତି। ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଡାଟାବେସ୍ ଅପଡେଟ୍ କରି ହିତାଧିକାରୀଙ୍କୁ ୨୬ଅକ୍ଟୋବର ସୁଦ୍ଧା ରେସନ କାର୍ଡ ଦେବାକୁ ଯୋଜନା ହୋଇଛି। ଏହାଦ୍ୱାରା ୩କୋଟି ୨୬ଲକ୍ଷ ଲୋକ ରିହାତି ଦରରେ ଚାଉଳ ଓ ଗହମ ପାଇବେ। ହିତାଧିକାରୀ ମୁଣ୍ଡ ପିଛା ୫କେଜି ଚାଉଳ କିମ୍ୱା ଗହମ ପାଇବେ। ଚାଉଳ କିଲୋ ପିଛା ୩ଟଙ୍କ। ଓ ଗହମ ୨ଟଙ୍କାରେ ମିଳିବ। ନଭେମ୍ୱର ପହିଲାରୁ ସାରା ରାଜ୍ୟରେ ଖାଦ୍ୟ ସୁରକ୍ଷା ଯୋଜନା ଚାଲୁ ହେବ।

ଆଜି ଭୁବନେଶ୍ୱରଠାରେ ଡିଜିଟାଲ୍ ରେସନ୍ କାର୍ଡ ବଣ୍ଟନ କାର୍ଯ୍ୟର ଶୁଭାରମ୍ଭ ଅବସରରେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା କହିଥିଲେ ଯେ ଖାଦ୍ୟ ସୁରକ୍ଷା ଯୋଜନା ପାଇଁ ହିତାଧିକାରୀ ଚୟନରେ ସ୍ୱଚ୍ଛତା ଅବଲମ୍ବନ କରାଯାଇଛି। ତାଲିକାରୁ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ୍ ଦିଆଯାଇପାରିବ ଓ ଯୋଗ୍ୟ ହିତାଧିକାରୀଙ୍କୁ ଯୋଡ଼ା ଯାଇପାରିବ।   ହିତାଧିକାରୀ ସଂପର୍କରେ ଭୁଲଭଟକା ଥିଲେ ସଂଶୋଧନ କରାଯାଇପାରିବ। ହିତାଧିକାରୀଙ୍କ ସଂପର୍କରେ ରହିଥିବା ତ୍ରୁଟିକୁ ୩ ମାସ ମଧ୍ୟରେ ସଂଶୋଧନ କରାଯିବ।

ଡିଜିଟାଲ୍ ରେସନ୍ କାର୍ଡ ବଣ୍ଟନର ଶୁଭାରମ୍ଭ ଅବସରରେ ଭୁବନେଶ୍ୱରଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସାଂସଦ ପ୍ରସନ୍ନ ପାଟଶାଣୀ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା, ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତି, ଉନ୍ନୟନ କମିଶନର ଉପେନ୍ଦ୍ର ନାଥ ବେହେରା ଓ ଖାଦ୍ୟ ଏବଂ ଯୋଗାଣ ସଚିବ ମଧୁସୂଦନ ପାଢ଼ି ପ୍ରମୁଖ ଉପସ୍ଥିତ ଥିଲେ।

Related story