ଆଫ୍ରିଦିଙ୍କୁ ଗମ୍ଭୀରଙ୍କ ଜବାବ, "୭୦ ବର୍ଷ ହେଲା ଭିକ ମାଗୁଛି ପାକିସ୍ତାନ"

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ବିବାଦୀୟ ବୟାନ ଦେବା ପାକିସ୍ତାନର ପୂର୍ବତନ କ୍ରିକେଟର୍ ଶାହିଦ୍ ଆଫ୍ରିଦିଙ୍କୁ ମହଙ୍ଗା ପଡ଼ିଛି। ପାକିସ୍ତାନର ଏହି ପୂର୍ବତନ ଅଲରାଉଣ୍ଡରଙ୍କୁ କାଉଣ୍ଟର କରିଛନ୍ତି ତାଙ୍କର ଚିରପ୍ରତିଦ୍ୱନ୍ଦ୍ୱୀ ତଥା ଭାରତର ପୂର୍ବତନ କ୍ରିକେଟର୍ ଏବଂ ସାଂସଦ ଗୌତମ ଗମ୍ଭୀର। କେବଳ ଏତିକି ନୁହେଁ, ଗମ୍ଭୀର ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଏବଂ ସେନା ପ୍ରମୁଖ କମର ବାଜୱା ଓ ଆଫ୍ରିଦିଙ୍କୁ ଜୋକର୍ କହି ସମ୍ବୋଧିତ କରିଛନ୍ତି। Pak has 7 lakh […]

gambhir

Ranjit Kumar Jena
  • Published: Sunday, 17 May 2020
  • , Updated: 17 May 2020, 05:44 PM IST

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ବିବାଦୀୟ ବୟାନ ଦେବା ପାକିସ୍ତାନର ପୂର୍ବତନ କ୍ରିକେଟର୍ ଶାହିଦ୍ ଆଫ୍ରିଦିଙ୍କୁ ମହଙ୍ଗା ପଡ଼ିଛି। ପାକିସ୍ତାନର ଏହି ପୂର୍ବତନ ଅଲରାଉଣ୍ଡରଙ୍କୁ କାଉଣ୍ଟର କରିଛନ୍ତି ତାଙ୍କର ଚିରପ୍ରତିଦ୍ୱନ୍ଦ୍ୱୀ ତଥା ଭାରତର ପୂର୍ବତନ କ୍ରିକେଟର୍ ଏବଂ ସାଂସଦ ଗୌତମ ଗମ୍ଭୀର। କେବଳ ଏତିକି ନୁହେଁ, ଗମ୍ଭୀର ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଏବଂ ସେନା ପ୍ରମୁଖ କମର ବାଜୱା ଓ ଆଫ୍ରିଦିଙ୍କୁ ଜୋକର୍ କହି ସମ୍ବୋଧିତ କରିଛନ୍ତି।


ଭାରତର ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ୍ ଆଫ୍ରିଦିଙ୍କୁ ତାତ୍ସଲ୍ୟ କରି କହିଛନ୍ତି, "୧୬ ବର୍ଷୀୟ ଆଫ୍ରିଦିଙ୍କ କହିବା ଅନୁଯାୟୀ, ପାକିସ୍ତାନ ପାଖରେ ୭ଲକ୍ଷ ସେନା ଅଛନ୍ତି ଏବଂ ୨୦କୋଟି ଜନସଂଖ୍ୟା ସେମାନଙ୍କର ପଛରେ ଅଛି। ତଥାପି କଶ୍ମୀର ପାଇଁ ୭୦ବର୍ଷ ହେବ ଭିକ ମାଗୁଛି ପାକିସ୍ତାନ। ଆଫ୍ରିଦି, ଇମ୍ରାନ୍ ଓ ବାଜୱାଙ୍କ ଭଳି ଜୋକର ହିଁ ଭାରତ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ବିରୋଧରେ ବିଷ ଓଗାଳିପାରିବେ ଏବଂ ସେମାନେ ଏମିତି କାମ କରି ପାକିସ୍ତାନ ଲୋଗଙ୍କୁ ଭୁଆଁ ବୁଲାଇ ପାରିବେ। କିନ୍ତୁ ସତ କଥା ହେଉଛି, କଶ୍ମୀର କେବେବି ସେମାନଙ୍କୁ ମିଳିବ ନାହିଁ। ମନେ ଅଛି ତ ବାଂଲାଦେଶ କଥା?"

ଅନ୍ୟପକ୍ଷରେ ଅଭିଜ୍ଞ ସ୍ପିନର ହରଭଜନ ସିଂହ ମଧ୍ୟ ଆଫ୍ରିଦିଙ୍କୁ କଡ଼ା ଜବାବ ଦେଇଛନ୍ତି। ଭଜି କହିଛନ୍ତି, "ଆମର ଦେଶର ପ୍ରଧାନମନ୍ତ୍ରୀ ବିରୋଧରେ ଆଫ୍ରିଦି ଯାହା କହିଲେ, ତାହା ଆଦୌ ସ୍ୱୀକାରୋକ୍ତି ନୁହେଁ। ଏମିତି କହି ଆଫ୍ରିଦି ନିଜର ସୀମା ଉଲ୍ଲଙ୍ଘନ କରିଛନ୍ତି।"

Related story