ଗୁରୁବାର ଓଡ଼ିଶା ଆସିବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ, ନବୀନଙ୍କୁ ଭେଟିବେ

ଭୁବନେଶ୍ୱର: ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ। ଦୁଇ ଦିନିଆ ଗସ୍ତ ସମୟରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବେ। କାଲି ଅପରାହ୍ନ ୫ଟାରେ ସେ ଭୁବନେଶ୍ୱରରେ ପହଁଞ୍ଚିବା ପରେ ସଂଧ୍ୟା ୬ ଟାରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି। ତେବେ ଦୁଇ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଏହି ସାକ୍ଷାତ କାର୍ଯ୍ୟକ୍ରମ ରାଜନୈତିକ ଦୃଷ୍ଟିକୋଣରୁ ଗୁରୁତ୍ୱ ବହନ କରୁଛି। କାରଣ ସମାଜବାଦୀ ପାର୍ଟି ଏବେ ବିହାର ନିର୍ବାଚନରେ ଥାର୍ଡ ଫ୍ରଣ୍ଟରୁ ଦୂରରେ ଥିବା ବେଳେ […]

akhilesh_nabin

akhilesh_nabin

Rakesh Mallick
  • Published: Wednesday, 28 October 2015
  • Updated: 29 October 2015, 02:57 AM IST

Sports

Latest News

akhilesh_nabinଭୁବନେଶ୍ୱର: ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ। ଦୁଇ ଦିନିଆ ଗସ୍ତ ସମୟରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବେ। କାଲି ଅପରାହ୍ନ ୫ଟାରେ ସେ ଭୁବନେଶ୍ୱରରେ ପହଁଞ୍ଚିବା ପରେ ସଂଧ୍ୟା ୬ ଟାରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି। ତେବେ ଦୁଇ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଏହି ସାକ୍ଷାତ କାର୍ଯ୍ୟକ୍ରମ ରାଜନୈତିକ ଦୃଷ୍ଟିକୋଣରୁ ଗୁରୁତ୍ୱ ବହନ କରୁଛି। କାରଣ ସମାଜବାଦୀ ପାର୍ଟି ଏବେ ବିହାର ନିର୍ବାଚନରେ ଥାର୍ଡ ଫ୍ରଣ୍ଟରୁ ଦୂରରେ ଥିବା ବେଳେ ବିଜେଡି ମଧ୍ୟ ଥାର୍ଡ ଫ୍ରଣ୍ଟରେ ଯୋଗ ଦେବା ନେଇ ଆଭିମୁଖ୍ୟ ସ୍ପଷ୍ଟ କରିନି। ତେଣୁ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ବେଳେ କିଛି ନୂଆ ସମୀକରଣର ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos