କଟକ(ଓଡ଼ିଶା ରିପୋର୍ଟର): କୋରନା ଭଳି କଠିନ ସମୟରେ ବିଭିନ୍ନ ବେସରକାରୀ ସ୍କୁଲମାନଙ୍କରେ ଅହେତୁକ ଫି ବୃଦ୍ଧିକୁ ନେଇ ଦାୟର ରିଟ ପିଟିସନକୁ ଗ୍ରହଣ କରିଛନ୍ତି ହାଇକୋର୍ଟ । ଏହି ମାମଲାର ଶୁଣାଣି କରି କେନ୍ଦ୍ର ସରକାର, CBSE , ICSE, ରାଜ୍ୟ ଗଣ ଶିକ୍ଷା ସଚିବ ଓ ଅନ୍ୟାନ୍ୟ ସମସ୍ତ ପ୍ରତିପକ୍ଷଙ୍କୁ ନୋଟିସ ଜାରି କରିଛନ୍ତି ଉଚ୍ଚ ନ୍ୟାୟାଳୟ ।
ଅନ୍ଲାଇନ୍ ପାଠପଢ଼ା ଜାରି ରଖିବା ପାଇଁ ଫି ଦେଇ ନଥିଲେ ମଧ୍ୟ ସମସ୍ତ ଛାତ୍ରଛାତ୍ରୀଙ୍କୁ ଆଇଡି ଓ ପାସଓ୍ୱାର୍ଡ ପ୍ରଦାନ କରିବାକୁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି । ଲକଡାଉନ୍ ପରିସ୍ଥିତିରେ ୪ ମାସ ପାଇଁ ସ୍କୁଲ୍ ଫି ଓ କେତେକ ସ୍କୁଲ୍ରେ ନିଆଯାଉଥିବା ଆନୁଷଙ୍ଗିକ ଫି ଛାଡ କରିବାକୁ ଆବେଦନ ହୋଇଥିଲା ।
ଓଡିଶା ଅଭିଭାବକ ମହାସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟଙ୍କ ପକ୍ଷରୁ ହୋଇଥିବା ଆବେଦନରେ ବୃଦ୍ଧି କରାଯାଇଥିବା ଟିଉସନ୍ ଫି ପ୍ରତ୍ୟାହାର କରିବା ପାଇଁ ଉଲ୍ଲେଖ ରହିଥିଲା। ଆସନ୍ତା ୨୬ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ଧାର୍ଯ୍ୟ କରିଛନ୍ତି ହାଇକୋର୍ଟ ।