ପାକିସ୍ତାନୀ ଝିଅ, ଭାରତ ବୋହୂ

ବଲାଙ୍ଗିର(ମନୋରଞ୍ଜନ ଯୋଶୀ):ପାକିସ୍ତାନୀ ଝିଅ, ଭାରତ ବୋହୂ। ବର୍ଷେ କି ଦୁଇ ବର୍ଷ ନୁହେଁ, ୩୦ ବର୍ଷ ଧରି ଏଇ ପରିଚୟରେ ବଲାଙ୍ଗିରରେ ରହୁଛନ୍ତି ପାକିସ୍ତାନୀ ନାଗରିକ। ସାରଦା ସିଡୁଓ୍ୱାନୀ ଧର୍ମୀୟ ତାଡ଼ନା ସହି ନପାରି ୧୮ ବର୍ଷ ବୟସରୁ ବାପା-ମାଆଙ୍କ ସହ ପାକିସ୍ତାନ ଛାଡ଼ି କୋରାପୁଟ ଚାଲି ଆସିଥିଲେ। ଅଉ ବଲାଙ୍ଗିରର ପୁଅକୁ ବାହାହେଲେ ସଂସାର ଗାଡ଼ି ଆଗକୁ ବଢ଼ିଲା । ହେଲେ ଆଇନତଃ ଭାରତୀୟ ହୋଇପାରିଲେନି।  ତେବେ ସଂଶୋଧିତ ନାଗରିକତା ଆଇନ୍ ଆସିବା ପରେ ପରିବାରର […]

490

490

Tapas Behera
  • Published: Monday, 16 December 2019
  • Updated: 16 December 2019, 08:20 PM IST

Sports

Latest News

ବଲାଙ୍ଗିର(ମନୋରଞ୍ଜନ ଯୋଶୀ):ପାକିସ୍ତାନୀ ଝିଅ, ଭାରତ ବୋହୂ। ବର୍ଷେ କି ଦୁଇ ବର୍ଷ ନୁହେଁ, ୩୦ ବର୍ଷ ଧରି ଏଇ ପରିଚୟରେ ବଲାଙ୍ଗିରରେ ରହୁଛନ୍ତି ପାକିସ୍ତାନୀ ନାଗରିକ। ସାରଦା ସିଡୁଓ୍ୱାନୀ ଧର୍ମୀୟ ତାଡ଼ନା ସହି ନପାରି ୧୮ ବର୍ଷ ବୟସରୁ ବାପା-ମାଆଙ୍କ ସହ ପାକିସ୍ତାନ ଛାଡ଼ି କୋରାପୁଟ ଚାଲି ଆସିଥିଲେ। ଅଉ ବଲାଙ୍ଗିରର ପୁଅକୁ ବାହାହେଲେ ସଂସାର ଗାଡ଼ି ଆଗକୁ ବଢ଼ିଲା । ହେଲେ ଆଇନତଃ ଭାରତୀୟ ହୋଇପାରିଲେନି।  ତେବେ ସଂଶୋଧିତ ନାଗରିକତା ଆଇନ୍ ଆସିବା ପରେ ପରିବାରର ଆଶା ସାରଦାଙ୍କୁ ମିଳିଯିବ ଭାରତୀୟ ନାଗରିକତା ।

ବଲାଙ୍ଗିର ଠିକାଦାର ପଡ଼ାର ମହେଶ କୁମାର କୁଜ୍ରେକାଙ୍କ ପତ୍ନୀ ସାରଦା ସିତୁଓ୍ୱାନୀ। ସ୍ୱାମୀ, ପୁଅ, ଝିଅ ସମସ୍ତେ ହିନ୍ଦୁସ୍ତାନୀ। ଏକା ସେ ପାକିସ୍ତାନୀ। ହାତରେ ୧୯୮୬ ମସିହାର ପାକିସ୍ତାନୀ ପାସ୍‌ପୋର୍ଟ। ଏମିତି କେମିତି? ୟା ପଛରେ ଥିବା ଧର୍ମୀୟ ନିର୍ଯାତନାର ଲୋମଟାଙ୍କୁରା କାହାଣୀ ବଖାଣିଛନ୍ତି ସାରଦା।

ହିନ୍ଦୁ ହୋଇଥିବାରୁ ପାକିସ୍ତାନରେ ସାରଦାଙ୍କ ପରିବାରକୁ ଦିଆଯାଉଥିଲା ଅକଥନୀୟ ନିର୍ଯାତନା । ଧର୍ମ ପରିବର୍ତ୍ତନ ପାଇଁ ବାଧ୍ୟ କରାଯାଉଥିଲା, ବାପାଙ୍କୁ ଅପହରଣ ଉଦ୍ୟମ ହୋଇଥିଲା। ଘରର ଭେଣ୍ଡିଆ ପୁଅକୁ ଉଠାଇ ନେଇ ଜବରଦସ୍ତ ମୁସଲମାନ କରୁଥିଲେ ।  ଝିଅଙ୍କୁ ବି ମୁସଲମାନ କରି ସେହି ସଂପ୍ରଦାୟର ଲୋକଙ୍କ ସହିତ ବିବାହ କରାଉଥିଲେ।  ଖୋଲାରେ ନିଶ୍ୱାସ ପ୍ରଶ୍ୱାସ ବି ନେବା ମୁସ୍କିଲ ହୋଇ ପଡୁଥିଲ॥ ଫଳରେ ଯେତେବେଳେ ତାଙ୍କୁ ୧୮ ବର୍ଷ ସେତେବେଳେ ବାଧ୍ୟ ହୋଇ ସାରଦାଙ୍କ ବାପା ପୂରା ପରିବାର ସହ ପାକିସ୍ତାନ ଛାଡ଼ି କୋରାପୁଟ ଚାଲି ଆସିଥିଲେ। ଘର, ଜମିବାଡ଼ି, ସଂପର୍କ...ସବୁକୁ ଛାଡ଼ି ଏବେ ଏଇଠି ସବୁ  କିଛି।

ଉଭୟ ମହେଶ ଓ ସାରଦା ସିନ୍ଧି ସଂପ୍ରଦାୟର। ତେଣୁ ଘର ଲୋକଙ୍କ ମର୍ଜିରେ ଆଜକୁ ୨୯ ବର୍ଷ ତଳେ ଉଭୟଙ୍କର ବାହାଘର ହୋଇଥିଲା । ହେଲେ ବାହାଘର ପୂର୍ବରୁ କିନ୍ତୁ ମହେଶଙ୍କ ପରିବାର ଜାଣି ନଥିଲେ ସାରଦା ପାକିସ୍ତାନୀ ବୋଲି। ବାହାଘର ପରେ ସିତୁଓ୍ୱାନୀ ପରିବାର ପକ୍ଷରୁ ସାରଦାଙ୍କ  କାଗଜପତ୍ର ହସ୍ତାନ୍ତର ସମୟରେ ପତ୍ନୀ ପାକିସ୍ତାନୀ ଜାଣି କିଛି ସମୟ ପାଇଁ ଅବାକ୍ ହୋଇଯାଇଥିଲେ ମହେଶ । ତା’ ପରଠୁ କିନ୍ତୁ ସବୁ ଠିକ୍ ଠାକ୍  ହୋଇଯାଇ ଥିଲା । ହେଲେ ସ୍ୱାମୀ ହିନ୍ଦୁସ୍ତାନୀ-ସ୍ତ୍ରୀ ପାକିସ୍ତାନୀ । ୨୯ ବର୍ଷ ଭିତରେ ଭାରତୀୟ ନାଗରିକତା ପାଇବାକୁ ସାରଦା ଅନେକ ଉଦ୍ୟମ କରିଛନ୍ତି। କିନ୍ତୁ ସମ୍ଭବ ହୋଇନି । ହେଲେ ଏବେ ସଂଶୋଧିତ ନାଗରିକତା ଆଇନ୍ ଆସିଯାଇଥିବାରୁ ସାରଦାଙ୍କୁ ଭାରତୀୟ ନାଗରିକତା ମିଳିଯିବା ଆଶାରେ ପୂରା ଖୁସି ଅଛନ୍ତି ପରିବାର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos