ଆଇଆଇଟି ସବୁବେଳେ ଅଭିନବ ଚିନ୍ତାଧାରାକୁ ପ୍ରୋତ୍ସାହନ ଦେଇଥାଏ: ସ୍ମୃତି ଇରାନି

ଭୁବନେଶ୍ୱର: ଆଇଆଇଟି ଭୁବନେଶ୍ୱରର ଚତୁର୍ଥ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବା ପାଇଁ କେନ୍ଦ୍ର ମାନବ ସମ୍ୱଳ ମନ୍ତ୍ରୀ ସ୍ମୃତି ଇରାନି ଶନିବାର ଓଡିଶା ଆସିଛନ୍ତି। କେନ୍ଦ୍ରମନ୍ତ୍ରୀ ହେବା ପରେ ସ୍କୃତି ଇରାନିଙ୍କ ଏହା ପ୍ରଥମ ଓଡିଶା ଗସ୍ତ। ପ୍ରଥମଥର ପାଇଁ ଅରୁଗୁଳସ୍ଥିତ ସ୍ଥାୟୀ କ୍ୟାମ୍ପସରେ ସମାବର୍ତ୍ତନ ଉତ୍ସବରେ ସେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ  ଓ ଡକରେଟ୍ ଉପାଧି ପ୍ରଦାନ କରିଛନ୍ତି। ୧୦୯ ଜଣ ବି-ଟେକ୍, ୫୦ ଜଣ ଏମ୍ଏସସି, ୪୪ ଜଣ ଏମ୍-ଟେକଙ୍କୁ […]

iit

Rakesh Mallick
  • Published: Saturday, 12 September 2015
  • , Updated: 12 September 2015, 01:10 PM IST

ଭୁବନେଶ୍ୱର: ଆଇଆଇଟି ଭୁବନେଶ୍ୱରର ଚତୁର୍ଥ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବା ପାଇଁ କେନ୍ଦ୍ର ମାନବ ସମ୍ୱଳ ମନ୍ତ୍ରୀ ସ୍ମୃତି ଇରାନି ଶନିବାର ଓଡିଶା ଆସିଛନ୍ତି। କେନ୍ଦ୍ରମନ୍ତ୍ରୀ ହେବା ପରେ ସ୍କୃତି ଇରାନିଙ୍କ ଏହା ପ୍ରଥମ ଓଡିଶା ଗସ୍ତ। ପ୍ରଥମଥର ପାଇଁ ଅରୁଗୁଳସ୍ଥିତ ସ୍ଥାୟୀ କ୍ୟାମ୍ପସରେ ସମାବର୍ତ୍ତନ ଉତ୍ସବରେ ସେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ  ଓ ଡକରେଟ୍ ଉପାଧି ପ୍ରଦାନ କରିଛନ୍ତି। ୧୦୯ ଜଣ ବି-ଟେକ୍, ୫୦ ଜଣ ଏମ୍ଏସସି, ୪୪ ଜଣ ଏମ୍-ଟେକଙ୍କୁ ଡିଗ୍ରୀ ଏବଂ ୧୨ ଜଣଙ୍କୁ ଡକ୍ଟରେଟ୍ ଉପାଧି ପ୍ରଦାନ କରାଯାଇଛି। ଏହି ଅବସରରେ ସେ କହିଛନ୍ତି, ଆଇଆଇଟି ସବୁବେଳେ  ଅଭିନବ ଚିନ୍ତାଧାରକୁ ପ୍ରୋତ୍ସାହନ ଦେଇଥାଏ। ଛାତ୍ରଛାତ୍ରୀମାନେ ସେମାନଙ୍କ ଅନ୍ତର୍ନିହିତ ଗୁଣକୁ ପରିପ୍ରକାଶ କରନ୍ତୁ। ସେମାନଙ୍କ ଏହି ସୁଗୁଣ ହିଁ ଦେଶରେ ବିକାଶ ସାଧିତ ହେବ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ପୁରୀ ସିପସରୁବାଲିଠାରେ ଆଇଆଇଟି ଭୁବନେଶ୍ୱରର ଏକ ଓସେନ ଅବଜର୍ଭେଟରି ପ୍ରତିଷ୍ଠା କରିବ। ପ୍ରାକୃତିକ ଦୁର୍ବିପାକ ବିଷୟରେ ଏହା ପ୍ରାକ୍ ସୂଚନା ଦେବା ସହ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ମଧ୍ୟ ସହାୟକ ହୋଇପାରିବ। ସେହିପରି  ପ୍ରଥମଥର ପାଇଁ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ଇଲେକ୍ଟିଭ ସବଜେକ୍ଟ ଅନ୍ତର୍ଗତ ଓଡିଶୀ ନୃତ୍ୟକୁ ଇଛାଧୀନ ଭାବେ ପ୍ରଚଳନ କରାଯିବ ବୋଲି ଭୁବନେଶ୍ୱର ଆଇଆଟି ନିର୍ଦ୍ଦେଶକ ଆର. ଭି. ରାଜକୁମାର ଗତକାଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

Related story