ଚତୁର୍ଥ ଟେଷ୍ଟ: ପୁଣି ଶତକ ମାରିଲେ ରାହାଣେ, ଦକ୍ଷିଣ ଆଫ୍ରିକା ଆଗରେ ୪୮୧ ରନର ବିଜୟ ଲକ୍ଷ୍ୟ

ନୂଆଦିଲ୍ଲୀ: ଦିଲ୍ଲୀର ଫିରୋଜଶାହା କୋଟଲା ଷ୍ଟାଡିୟମରେ ଚାଲିଥିବା ଗାନ୍ଧୀ-ମଣ୍ଡେଲା ଟେଷ୍ଟ୍ ସିରିଜର ଚତୁର୍ଥ ତଥା ଶେଷ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ଆଗରେ ୪୮୧ ରନରେ ବିଜୟ ଲକ୍ଷ୍ୟ ରଖିଛି ଭାରତ। ରବିବାର ଭାରତୀୟ ଦଳ ୫ ୱିକେଟରେ ୨୬୭ ରନ କରି ଦ୍ୱିତୀୟ ଇନିଂସ ପାଳି ଘୋଷଣା କରିବା ପରେ ଟାର୍ଗେଟର ପିଛା କରୁଛି ଭ୍ରମଣକାରୀ ଦଳ। ଆଜି ଷ୍ଟମ୍ପ ଅପସାରଣ ସୁଦ୍ଧା ଦକ୍ଷିଣ ଆଫ୍ରିକା ଦଳ ୨ଟି ୱିକେଟ୍ ହରାଇ ସଂଗ୍ରହ କରିଛି ୭୨ ରନ୍। […]

rahane

rahane

Rakesh Mallick
  • Published: Sunday, 06 December 2015
  • Updated: 06 December 2015, 11:42 AM IST

Sports

Latest News

ନୂଆଦିଲ୍ଲୀ: ଦିଲ୍ଲୀର ଫିରୋଜଶାହା କୋଟଲା ଷ୍ଟାଡିୟମରେ ଚାଲିଥିବା ଗାନ୍ଧୀ-ମଣ୍ଡେଲା ଟେଷ୍ଟ୍ ସିରିଜର ଚତୁର୍ଥ ତଥା ଶେଷ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ଆଗରେ ୪୮୧ ରନରେ ବିଜୟ ଲକ୍ଷ୍ୟ ରଖିଛି ଭାରତ। ରବିବାର ଭାରତୀୟ ଦଳ ୫ ୱିକେଟରେ ୨୬୭ ରନ କରି ଦ୍ୱିତୀୟ ଇନିଂସ ପାଳି ଘୋଷଣା କରିବା ପରେ ଟାର୍ଗେଟର ପିଛା କରୁଛି ଭ୍ରମଣକାରୀ ଦଳ।

ଆଜି ଷ୍ଟମ୍ପ ଅପସାରଣ ସୁଦ୍ଧା ଦକ୍ଷିଣ ଆଫ୍ରିକା ଦଳ ୨ଟି ୱିକେଟ୍ ହରାଇ ସଂଗ୍ରହ କରିଛି ୭୨ ରନ୍। ଖେଳ ଆଉ ଗୋଟିଏ ଦିନ ବାକି ଥିବା ବେଳେ ଦଳକୁ ବିଜୟ ପାଇଁ ୪୦୯ ରନ୍ ସଂଗ୍ରହ କରିବ ପଡ଼ିବ।

ଆଜି ଭାରତୀୟ ଦଳ ୧୯୦ ରନରୁ ଦ୍ୱିତୀୟ ଇନିଂସକୁ ଆଗେଇ ନେଇଥିଲା। ତେବେ ଗତକାଲିଠାରୁ ୮୫ ରନ୍ କରି ଅପରାଜିତ ଥିବା ଅଧିନାୟକ ବିରାଟ କୋହଲି ଆଜି ମାତ୍ର ୩ ରନ୍ କରିବାକୁ ସକ୍ଷମ ହୋଇଥିଲେ। ସେ ୮୮ ରନ୍ କରି ଆଉଟ୍ ହୋଇଯାଇଥିଲେ। ଅନ୍ୟପକ୍ଷରେ ଗତକାଲିଠାରୁ କ୍ରିଜରେ ଥିବା ଆଜିଙ୍କ୍ୟ ରାହାଣେ ଶତକ ପୂରଣ କରିବାକୁ ସଫଳ ହୋଇଥିଲେ। ସେ ଗତକାଲି ୫୨ ରନ୍ କରିଥିବା ବେଳେ ଆଜି ଆଉ ୪୮ ରନ୍ ଯୋଡ଼ି ଥିଲେ। ସେ ୨୦୬ଟି ବଲ ଖେଳି ୮ଟି ଚୌକା ଓ ୩ଟି ଛକ୍କା ସହାୟତାରେ ଏହି ଶତକ ହାସଲ କରିଛନ୍ତି। ସେ ପ୍ରଥମ ଇନିଂସରେ ମଧ୍ୟ ଶତକ (୧୨୭) ହାସଲ କରିଥିଲେ। ଭାରତୀୟ ଦଳ ଦ୍ୱିତୀୟ ଇନିଂସ ଘୋଷଣା କରିବା ବେଳକୁ ରାହାଣେ ୧୦୦ ରନ୍ ଓ ରିଦ୍ଧିମାନ ସାହା ୨୩ ରନ୍ କରି ଅପରାଜିତ ଥିଲେ। ଦଳ ଦ୍ୱିତୀୟ ଇନିଂସରେ ୫ଟି ୱିକେଟ୍ ହରାଇ ୨୬୭ ରନ୍ ସଂଗ୍ରହ କରିବା ପରେ ଇନିଂସ ଘୋଷଣା କରିଛି।

ଦକ୍ଷିଣ ଆଫ୍ରିକା ପକ୍ଷରୁ ଦ୍ୱିତୀୟ ଇନିଂସରେ ଡିନ୍ ଏଲଗାର ମାତ୍ର ୪ ରନ୍ ଆଉଟ୍ ହୋଇଥିବା ବେଳେ ଟେମ୍ବା ବାଭୁମା ୩୪ ରନ୍ କରି ରବିଚନ୍ଦ୍ରନ ଅଶ୍ୱିନଙ୍କ ଦ୍ୱାରା ବୋଲ୍ଡ ହୋଇଯାଇଥିଲେ। ହାସିମ ଅମଲା ୨୩ ଓ ଏବି ଡିଭିଲିୟର୍ସ ୧୧ ରନ୍ କରି ଅପରାଜିତ ଅଛନ୍ତି।ଭାରତ ପକ୍ଷରୁ ରବିଚନ୍ଦ୍ରନ ଅଶ୍ୱିନ ୨ଟି ୱିକେଟ୍ ଅକ୍ତିଆର କରିଛନ୍ତି।

ଭାରତ ପ୍ରଥମ ଇନିଂସରେ ୩୩୪ ରନ୍ କରିଥିବା ବେଳେ ଦକ୍ଷିଣ ଆଫ୍ରିକା ମାତ୍ର ୧୨୧ ରନରେ ଆଉଟ୍ ହୋଇଯାଇଥିଲା।

ସୂଚନାଯୋଗ୍ୟ, ଏହି ୪ ଟିକିଆ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସିରିଜକୁ ୨-୦ରେ ଭାରତ ଜିତି ସାରିଛି। ତେବେ ସମ୍ମାନ ରଖିବାକୁ ଦ. ଆଫ୍ରିକା ଏହି ମ୍ୟାଚକୁ ଜିତିବାକୁ ଉଦ୍ୟମ କରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos