ନାଗାଲାଣ୍ଡ ଗୁଳିକାଣ୍ଡ ଘଟଣା: ଏସ୍‌ଆଇଟିକୁ ସାମ୍ନା କରିବେ ସୁରକ୍ଷା କର୍ମୀ

କୋହିମା: ନାଗାଲାଣ୍ଡ ଗୁଳିକାଣ୍ଡ ଘଟଣାରେ ତଦନ୍ତପରିସରଭୁକ୍ତ ହେବେ ସୁରକ୍ଷା କର୍ମୀ ଏବଂସେନା ଅଧିକାରୀ। ୨୧-ପାରା ସ୍ପେଶାଲ୍ ଫୋର୍ସର ଅଧିକାରୀ ଏବଂ ଯବାନଙ୍କ ବିବୃତ୍ତି ରେକର୍ଡ଼ ଓ ଯାଞ୍ଚ ହେବ। ଏଥିପାଇଁ ନାଗାଲାଣ୍ଡର ସ୍ପେଶାଲ୍ ଇନଭେଷ୍ଟିଗେସନ୍ ଟିମ୍ (SIT)କୁ ଭାରତୀୟ ସେନା ଅନୁମତି ଦେଇଛି। ନାଗାଲାଣ୍ଡ ଏସଆଇଟି ଆସନ୍ତାକାଲି କିମ୍ବା ତା ’ପରଦିନ ଆସାମର ରେନ୍‌ଫରେଷ୍ଟ ରିସର୍ଚ୍ଚ ଇନଷ୍ଟିଚ୍ୟୁଟରେ ଅଧିକାରୀ ଏବଂ ଯବାନଙ୍କ ବିବୃତ୍ତି ରେକର୍ଡ଼ କରିବାର ସମ୍ଭାବନା ରହିଛି।  ନାଗାଲାଣ୍ଡର ମୌନ ଜିଲ୍ଲାରେ ସୁରକ୍ଷା କର୍ମୀଙ୍କ ଗୁଳି […]

Nagaland armed-forces

Tapas Behera
  • Published: Wednesday, 29 December 2021
  • , Updated: 29 December 2021, 07:08 PM IST

କୋହିମା: ନାଗାଲାଣ୍ଡ ଗୁଳିକାଣ୍ଡ ଘଟଣାରେ ତଦନ୍ତପରିସରଭୁକ୍ତ ହେବେ ସୁରକ୍ଷା କର୍ମୀ ଏବଂସେନା ଅଧିକାରୀ। ୨୧-ପାରା ସ୍ପେଶାଲ୍ ଫୋର୍ସର ଅଧିକାରୀ ଏବଂ ଯବାନଙ୍କ ବିବୃତ୍ତି ରେକର୍ଡ଼ ଓ ଯାଞ୍ଚ ହେବ। ଏଥିପାଇଁ ନାଗାଲାଣ୍ଡର ସ୍ପେଶାଲ୍ ଇନଭେଷ୍ଟିଗେସନ୍ ଟିମ୍ (SIT)କୁ ଭାରତୀୟ ସେନା ଅନୁମତି ଦେଇଛି।

ନାଗାଲାଣ୍ଡ ଏସଆଇଟି ଆସନ୍ତାକାଲି କିମ୍ବା ତା ’ପରଦିନ ଆସାମର ରେନ୍‌ଫରେଷ୍ଟ ରିସର୍ଚ୍ଚ ଇନଷ୍ଟିଚ୍ୟୁଟରେ ଅଧିକାରୀ ଏବଂ ଯବାନଙ୍କ ବିବୃତ୍ତି ରେକର୍ଡ଼ କରିବାର ସମ୍ଭାବନା ରହିଛି।  ନାଗାଲାଣ୍ଡର ମୌନ ଜିଲ୍ଲାରେ ସୁରକ୍ଷା କର୍ମୀଙ୍କ ଗୁଳି କାଣ୍ଡରେ ୧୪ ଜଣ ସାଧାରରଣ ଲୋକଙ୍କ ମୃତ୍ୟୁ ଘଟିଥିଲା। ଏହାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଏହି ଘଟଣାର ଯାଞ୍ଚ ପାଇଁ ନାଗାଲାଣ୍ଡ ସରକାର ୮ଜଣିଆ  ସଦସ୍ୟ ବିଶିଷ୍ଟ SIT ଗଠନ କରିଥିଲେ।  ତେବେ ତଦନ୍ତକୁ ଆହୁରି ତ୍ୱାରାନ୍ନିତ କାରିବା ପାଇଁ SITରେ ଆହୁରି  ୫ଜଣ ଆଇପିଏସ୍ ଅଧିକାରୀଙ୍କ ସମେତ ମୋଟ ୨ ଜଣ ଅଧିକାରୀଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା।  ଅନ୍ୟପଟେ ସେନାର ଏକ ତଦନ୍ତକାରୀ ଟିମ୍  ବୁଧବାର ନାଗାଲାଣ୍ଡର ଟିଜିଟ ପୋଲିସ ଷ୍ଟେସନ ପରିଦର୍ଶନ କରିଛନ୍ତି।

ସୂଚନା ଅନୁଯାୟୀ, ଗତ ଡିସେମ୍ବର ୪ତାରିଖରେ  ଟିରୁ ଗ୍ରାମରୁ ୮ ଜଣ ଖଣିଶ୍ରମିକ ନିଜ ଗାଁ ଓଟିଂ ଫେରୁଥିଲେ। ତେବେ ଉଗ୍ରପନ୍ଥୀ କାର୍ଯ୍ୟକଳାପ ସଂପର୍କରେ ଗୁଇନ୍ଦା ସୂଚନା ମିଳିବା ପରେ ସେନା ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଲାଗି ଯୋଜନା କରାଯାଇଥିଲା। ସୁରକ୍ଷା ବାହିନୀ ଓଟିଂ ଗାଁ ନିକଟରେ ଛପି ରହିଥିଲେ। ଉଗ୍ରବାଦୀଙ୍କ ଗାଡ଼ି ଭାବି ସେମାନେ ଟିରୁ-ଓଟିଂ ରାସ୍ତାରେ ଆସୁଥିବା ଏକ ଟ୍ରକ୍ ଉପରକୁ ଗୁଳି ଚଳାଇଥିଲେ। କିନ୍ତୁ ଏହି ଗାଡ଼ିରେ ଗ୍ରାମବାସୀମାନେ ଆସୁଥିଲେ। ଗୁଳିମାଡ଼ରେ  ୧୪ ଜଣ ସାଧାରଣ ଲୋକଙ୍କ ଜୀବନ ଯାଇଛି। ନାଗାଲାଣ୍ଡରେ ମୁତୟନ ହୋଇଥିବା ୨୧-ପାରା ସ୍ପେଶାଲ୍ ଫୋର୍ସ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା।  ପରେ ଗ୍ରାମବାସୀମାନେ ଆସାମ ରାଇଫଲ କ୍ୟାମ୍ପ ଉପରେ ଆକ୍ରମଣ କରିଥିଲେ। ଘଟଣାରେ ଉଭୟ ସେନା ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ତଦନ୍ତ ପାଇଁ ଘୋଷଣା କରାଯାଇଥିଲା। ଘଟଣା ପରେ AFSPA ACT  ହଟେଇବା ପାଇଁ ଦାବି ହୋଇଛି।

Related story