ପୂର୍ବାଞ୍ଚଳ ଆନ୍ତଃବିଶ୍ୱବିଦ୍ୟାଳୟ କ୍ରୀଡ଼ା ମହୋତ୍ସବ ଆରମ୍ଭ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ କିଟ୍‌ରେ ଆରମ୍ଭ ହୋଇଛି ପୂର୍ବାଞ୍ଚଳ ଆନ୍ତଃବିଶ୍ୱବିଦ୍ୟାଳୟ କ୍ରୀଡ଼ା ମହୋତ୍ସବ। ବ୍ୟାଡମିଣ୍ଟନ, ଟେବୁଲ୍ ଟେନିସ୍‌, ବାସ୍କେଟ୍‌ ବଲ୍‌, ଚେସ୍ ଏବଂ ଲନ୍ ଟେନିସ୍ ଆଦି କ୍ରୀଡ଼ାରେ ପ୍ରତିଯୋଗିତା ହେଉଛି। ଉଭୟ ପୁରୁଷ ଓ ମହିଳା ବିଭାଗରେ ପୂର୍ବାଞ୍ଚଳର ପ୍ରାୟ ୫୫ଟି ବିଶ୍ୱବିଦ୍ୟାଳୟର ୧୮୦୦ ପ୍ରତିଯୋଗୀ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଛନ୍ତି। ଟୁର୍ଣ୍ଣାମେଣ୍ଟକୁ ତୁଲାଇବା ପାଇଁ ୨୦୦ ଅଫିସିଆଲ୍ ରହିଛନ୍ତି। ଏଥିରେ ଓଡ଼ିଶାର ସମସ୍ତ ବିଶ୍ୱବିଦ୍ୟାଳୟର ପ୍ରତିଯୋଗୀ ଭାଗ ନେଇଛନ୍ତି। ଆସନ୍ତା ୧୨ ତାରିଖରେ ଏହି […]

chess

Rakesh Mallick
  • Published: Monday, 10 October 2016
  • , Updated: 10 October 2016, 08:39 PM IST

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ କିଟ୍‌ରେ ଆରମ୍ଭ ହୋଇଛି ପୂର୍ବାଞ୍ଚଳ ଆନ୍ତଃବିଶ୍ୱବିଦ୍ୟାଳୟ କ୍ରୀଡ଼ା ମହୋତ୍ସବ। ବ୍ୟାଡମିଣ୍ଟନ, ଟେବୁଲ୍ ଟେନିସ୍‌, ବାସ୍କେଟ୍‌ ବଲ୍‌, ଚେସ୍ ଏବଂ ଲନ୍ ଟେନିସ୍ ଆଦି କ୍ରୀଡ଼ାରେ ପ୍ରତିଯୋଗିତା ହେଉଛି। ଉଭୟ ପୁରୁଷ ଓ ମହିଳା ବିଭାଗରେ ପୂର୍ବାଞ୍ଚଳର ପ୍ରାୟ ୫୫ଟି ବିଶ୍ୱବିଦ୍ୟାଳୟର ୧୮୦୦ ପ୍ରତିଯୋଗୀ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଛନ୍ତି। ଟୁର୍ଣ୍ଣାମେଣ୍ଟକୁ ତୁଲାଇବା ପାଇଁ ୨୦୦ ଅଫିସିଆଲ୍ ରହିଛନ୍ତି। ଏଥିରେ ଓଡ଼ିଶାର ସମସ୍ତ ବିଶ୍ୱବିଦ୍ୟାଳୟର ପ୍ରତିଯୋଗୀ ଭାଗ ନେଇଛନ୍ତି। ଆସନ୍ତା ୧୨ ତାରିଖରେ ଏହି ପ୍ରତିଯୋଗିତା ଶେଷ ହେବ। ପ୍ରତି ଚାମ୍ପିଅନ ଓ ରନର୍ସ ଅପ୍ ଦଳ ସର୍ବ-ଭାରତୀୟ ଆନ୍ତଃଜୋନ୍ ବିଶ୍ୱବିଦ୍ୟାଳୟ ଭାଗ ନେବାକୁ ମନୋନୀତ ହେବେ।

Related story