ମହାକାଶକୁ ଗଲା ‘କାର୍ଟୋସାଟ୍-୨’: ଶତ୍ରୁର ସମରସଜ୍ଜା ଉପରେ ରଖିବ ନଜର

ଶ୍ରୀହରିକୋଟ୍ଟା: ଆଉ ଏକ ଇତିହାସ ରଚିଲା ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠା (ଇସ୍ରୋ)। ସାଟେଲାଇଟ୍ କାର୍ଟୋସାଟ୍-୨କୁ ଆଜି ଉତକ୍ଷେପଣ କରାଯାଇଛି। ଶ୍ରୀହରିକୋଟ୍ଟା ସ୍ଥିତ ସତୀଶ ଧାୱନ ସ୍ପେସ ସେଣ୍ଟରୁ ସକାଳ ୯ଟା ୨୯ରେ ପିଏସ୍‌ଏଲ୍‌ଭି ସି-୩୮ଦ୍ୱାରା ଏହାକୁ ଉତ୍‌କ୍ଷେପଣ କରାଯାଇଥିଲା। କାର୍ଟୋସାଟ୍-୨ ସହ ୩୦ଟି ନାନୋ-ସାଟେଲାଇଟ୍ ମଧ୍ୟ ପଠାଯାଇଛି। ସେଗୁଡ଼ିକ ନିଜ ନିଜ କକ୍ଷ ପଥରେ ଅବସ୍ଥାପିତ ହୋଇଛନ୍ତି। ଏଥିରେ ରହିଛି ଭାରତ ବ୍ୟତୀତ ଅଷ୍ଟ୍ରିଆ, ବେଲଜିୟମ, ଚିଲି, ଚେକ୍ ଗଣରାଜ୍ୟ, ଫିନ୍‌ଲ୍ୟାଣ୍ଡ, ଫ୍ରାନ୍ସ, ଜର୍ମାନୀ, ଇଟାଲି, […]

cartosat

Rakesh Mallick
  • Published: Friday, 23 June 2017
  • , Updated: 23 June 2017, 10:30 AM IST

ଶ୍ରୀହରିକୋଟ୍ଟା: ଆଉ ଏକ ଇତିହାସ ରଚିଲା ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠା (ଇସ୍ରୋ)। ସାଟେଲାଇଟ୍ କାର୍ଟୋସାଟ୍-୨କୁ ଆଜି ଉତକ୍ଷେପଣ କରାଯାଇଛି। ଶ୍ରୀହରିକୋଟ୍ଟା ସ୍ଥିତ ସତୀଶ ଧାୱନ ସ୍ପେସ ସେଣ୍ଟରୁ ସକାଳ ୯ଟା ୨୯ରେ ପିଏସ୍‌ଏଲ୍‌ଭି ସି-୩୮ଦ୍ୱାରା ଏହାକୁ ଉତ୍‌କ୍ଷେପଣ କରାଯାଇଥିଲା। କାର୍ଟୋସାଟ୍-୨ ସହ ୩୦ଟି ନାନୋ-ସାଟେଲାଇଟ୍ ମଧ୍ୟ ପଠାଯାଇଛି। ସେଗୁଡ଼ିକ ନିଜ ନିଜ କକ୍ଷ ପଥରେ ଅବସ୍ଥାପିତ ହୋଇଛନ୍ତି। ଏଥିରେ ରହିଛି ଭାରତ ବ୍ୟତୀତ ଅଷ୍ଟ୍ରିଆ, ବେଲଜିୟମ, ଚିଲି, ଚେକ୍ ଗଣରାଜ୍ୟ, ଫିନ୍‌ଲ୍ୟାଣ୍ଡ, ଫ୍ରାନ୍ସ, ଜର୍ମାନୀ, ଇଟାଲି, ଜାପାନ, ଲାତାବିୟା, ଲିଥୁଆନିୟା, ସ୍ଲୋଭାକିଆ, ବ୍ରିକେଟନ୍ ଓ ଆମେରିକା ଭଳି ୧୪ଟି ଦେଶର ୨୯ଟି ନାନୋ-ସାଟେଲାଇଟ୍।

କାର୍ଟୋସାଟ୍‌-୨ର ଓଜନ ୭୧୨ କିଲୋଗ୍ରାମ ହୋଇଥିବା ବେଳେ ଅନ୍ୟ ୩୦ଟି ନାନୋ-ସାଟେଲାଇଟ୍‌ର ଓଜନ ୨୪୩ କିଲୋଗ୍ରାମ। ଅର୍ଥାତ ପିଏସ୍‌ଏଲ୍‌ଭି ସି-୩୮ ରକେଟ୍ ମୋଟ ୯୫୫ କିଲୋଗ୍ରାମର ଓଜନ ବୋହି ଆଜି ମହାକାଶକୁ ଯାତ୍ରା କରିଥିଲା।

କାର୍ଟୋସାଟ୍-୨ ଆକାଶ ମାର୍ଗରେ ଭାରତର ଆଖି ଭଳି କାମ କରିବ। ଶତ୍ରୁ ପକ୍ଷର ସମରସଜ୍ଜା ଉପରେ ଏହା ଫଟୋ ପଠାଇପାରିବ। ଏପରିକି ସୀମାରେ କେତୋଟି ଟ୍ୟାଙ୍କ ରହିଛି ତାହା ମଧ୍ୟ ଗଣନା କରିପାରିବ। ଏହାଦ୍ୱାରା ଭାରତକୁ ରଣନୀତି ପ୍ରସ୍ତୁତିରେ ଅନେକ ସହାୟକ ହେବ।

ଏଥିସହ କାର୍ଟୋସାଟ ପକ୍ଷରୁ ମିଳିବାକୁ ଥିବା ଅତ୍ୟାଧୁନିକ ଫଟୋ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ପ୍ଲାନିଂ, ଉପକୂଳ ସୁରକ୍ଷା ଓ ରାସ୍ତା ନିର୍ମାଣ କ୍ଷେତ୍ରରେ ମଧ୍ୟ ସହାୟକ ହେବ।

କାର୍ଟୋସାଟ୍-୨ ୫ବର୍ଷ ପାଇଁ କାର୍ଯ୍ୟ କରିବ।

Related story