ଜେଇଇ ମେନରେ ଓଡ଼ିଶା ସାମିଲ ହେବା ନିଷ୍ପତ୍ତି ଉପରେ ଆଜି ଲାଗିପାରେ କ୍ୟାବିନେଟ୍ ମୋହର

ଭୁବନେଶ୍ୱର: ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ଜେଇଇ ମେନରେ ଓଡ଼ିଶା ସାମିଲ ହେବା ନିଷ୍ପତ୍ତି ଉପରେ ଆଜି ଲାଗିପାରେ କ୍ୟାବିନେଟ୍ ମୋହର। ସେହିପରି ବିପିୟୁଟି ଆକ୍ଟ ସଂଶୋଧନକୁ କ୍ୟାବିନେଟ୍ ଅନୁମୋଦନ ମିଳିବା ସମ୍ଭାବନା ରହିଛି। ଇଂଜିନିୟିରିଂ ଆଡମିଶନ୍ ପାଇଁ ଜେଇଇ ମେନ୍ ନାଁ ଓଜେଇଇ ଏ ନେଇ ପ୍ରତିବର୍ଷ ଦ୍ୱନ୍ଦ୍ୱ ଦେଖାଦେଉଛି। ଏହାର ସ୍ଥାୟୀ ସମାଧାନ ଲାଗି ଓଡ଼ିଶା ପ୍ରଫେସନାଲ ଏଜୁକେସନ ଆକ୍ଟ ସେକ୍ସନ-ଥ୍ରୀକୁ ସଂଶୋଧନ କରିବା ପାଇଁ ସ୍କିଲ୍ ଡେଭଲପମେଣ୍ଟ ଆଣ୍ଡ ଟେକ୍ନିକାଲ ଏଜୁକେସନ ବିଭାଗ ପ୍ରସ୍ତାବ […]

assembly

assembly

Rakesh Mallick
  • Published: Thursday, 31 December 2015
  • Updated: 31 December 2015, 08:31 AM IST

Sports

Latest News

ଭୁବନେଶ୍ୱର: ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ଜେଇଇ ମେନରେ ଓଡ଼ିଶା ସାମିଲ ହେବା ନିଷ୍ପତ୍ତି ଉପରେ ଆଜି ଲାଗିପାରେ କ୍ୟାବିନେଟ୍ ମୋହର। ସେହିପରି ବିପିୟୁଟି ଆକ୍ଟ ସଂଶୋଧନକୁ କ୍ୟାବିନେଟ୍ ଅନୁମୋଦନ ମିଳିବା ସମ୍ଭାବନା ରହିଛି।

ଇଂଜିନିୟିରିଂ ଆଡମିଶନ୍ ପାଇଁ ଜେଇଇ ମେନ୍ ନାଁ ଓଜେଇଇ ଏ ନେଇ ପ୍ରତିବର୍ଷ ଦ୍ୱନ୍ଦ୍ୱ ଦେଖାଦେଉଛି। ଏହାର ସ୍ଥାୟୀ ସମାଧାନ ଲାଗି ଓଡ଼ିଶା ପ୍ରଫେସନାଲ ଏଜୁକେସନ ଆକ୍ଟ ସେକ୍ସନ-ଥ୍ରୀକୁ ସଂଶୋଧନ କରିବା ପାଇଁ ସ୍କିଲ୍ ଡେଭଲପମେଣ୍ଟ ଆଣ୍ଡ ଟେକ୍ନିକାଲ ଏଜୁକେସନ ବିଭାଗ ପ୍ରସ୍ତାବ ଆଣିଛି। ଆଜି ବସିବାକୁ ଥିବା କ୍ୟାବିନେଟ୍ ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରୀ ମିଳିବାର ସମ୍ଭାବନା ରହିଛି। ଏପରି ହେଲେ ଇଂଜିନିୟରିଂ ଆଡମିଶନ୍ ନେଇ କେଉଁ ପରୀକ୍ଷା କରାଯିବ, ସେ ନେଇ ରାଜ୍ୟ ସରକାରଙ୍କ ନିକଟରେ କ୍ଷମତା ରହିବ। ଓଜେଇଇ ଜରିଆରେ ପରୀକ୍ଷା କରିବା ନେଇ ଏବେ ଆଇନରେ ବ୍ୟବସ୍ଥା ରହିଛି। ସଂଶୋଧନ ପ୍ରସ୍ତାବରେ ମୋହର ଲାଗିଲେ ଜେଇଇ ମେନ୍ ରାଙ୍କ ଅନୁସାରେ ଦୁଇଟି ପର୍ଯ୍ୟାୟରେ କାଉନସେଲିଂ କରିବେ ସରକାର। ବଳକା ସିଟ୍ ପୂରଣ କରିବା କ୍ଷମତା ଇଂଜିନିୟରିଂ କଲେଜ କର୍ତ୍ତୃପକ୍ଷଙ୍କୁ ଦିଆଯିବ।

ଏପଟେ ବିପିୟୁଟି ଆକ୍ଟରେ ସଂଶୋଧନ ନେଇ ମଧ୍ୟ କ୍ୟାବିନେଟରେ ମୋହର ଲାଗିପାରେ। ଫଳରେ କୁଳପତିଙ୍କ କାର୍ଯ୍ୟକାଳ ୫ ବର୍ଷରୁ ୩ ବର୍ଷକୁ ହ୍ରାସ ପାଇବ। ବିଭାଗୀୟ ମନ୍ତ୍ରୀ, ବିପିୟୁଟିର ପ୍ରୋ-ଚାନସଲର୍ ରହିବେ। ତା’ଛଡ଼ା ନୂଆ କରି ଡେପୁଟି ରେଜିଷ୍ଟ୍ରାର ପଦବୀ ସୃଷ୍ଟି ହେବ। ରେଜିଷ୍ଟ୍ରାର ପଦବୀରେ ଜଣେ ପ୍ରଶାସକ କିମ୍ୱା ପ୍ରଫେସର ରହିପାରିବେ। ଏପଟେ ସରକାରୀ ପଲିଟେକନିକ୍ କଲେଜର ପ୍ରିନସପାଲ ନିଯୁକ୍ତି ନେଇ କ୍ୟାଡର୍ ରୁଲରେ ମଧ୍ୟ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟର ମୋହର ମିଳିବା ସମ୍ଭାବନା ରହିଛି। ଫଳରେ ଓପିଏସସି ମେରିଟ୍ ଲିଷ୍ଟ ଅନୁସାରେ ପ୍ରିନସପାଲ୍ ନିଯୁକ୍ତ ହେବେ। ଏହାସହ ଅନ୍ୟ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମଧ୍ୟ କ୍ୟାବିନେଟରେ ମୋହର ଲାଗିବା ସମ୍ଭାବନା ରହିଛି।

ଆଜିର କ୍ୟାବିନେଟ ବୈଠକରେ ପ୍ରାୟ ୧୧ଟି ପ୍ରସ୍ତାବ ଉପରେ ମୋହର ଲାଗିପାରେ। ଓଡ଼ିଶା ଆଡମିନିଷ୍ଟ୍ରେଟିଭ ସର୍ଭିସ ରୁଲ୍-୨୦୧୧ରେ ସଂଶୋଧନ, ଇସ୍ପାତ ଓ ଖଣି ବିଭାଗ ଅଧୀନରେ ଖଣି ନିର୍ଦ୍ଦେଶାଳୟ ଭଳି ଏକ ଇସ୍ପାତ ନିର୍ଦ୍ଦେଶାଳୟ ପ୍ରତିଷ୍ଠା ନେଇ କ୍ୟାବିନେଟର ମୋହର ଲାଗିପାରେ।

ସେହିପରି ଓଡ଼ିଶା ଲେବର ବେଲଫର ଫଣ୍ଡ ରୁଲସ୍ ୨୦୧୫କୁ କାର୍ଯ୍ୟକାରୀ କରିବା, ଓଡ଼ିଶା ଭାଟ୍ ଆଇନ ୨୦୦୪ ଅନୁସାରେ ଟିକସ ବ୍ୟବସ୍ଥାର ସମାନୁପାତି କରଣ  ଉପରେ  ମଧ୍ୟ  କ୍ୟାବିନେଟ୍ ମୋହର ଲାଗିପାରେ। ଏହାବାଦ୍ ଅର୍ଥ, ଜଳ ସମ୍ପଦ, ଶକ୍ତି ଓ ସାଧାରଣ ପ୍ରଶାସନ ବିଭାଗ କିଛି ପ୍ରସ୍ତାବ ଉପରେ ବି କ୍ୟାବିନେଟର ମୋହର ଲାଗିପାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story