ଜେଏନୟୁ ବିଶ୍ୱବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନର ଫଳାଫଳ ଆଜି

ନୂଆଦିଲ୍ଲୀ: ନୂଆଦିଲ୍ଲୀର ଜବାହରଲାଲ ନେହରୁ ବା ଜେଏନୟୁ ବିଶ୍ୱବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନ ଶେଷ ହୋଇଛି । ଶନିବାର ଭୋଟ୍ ଗଣତି ପରେ ଫଳାଫଳ ଘୋଷଣା ହେବ। ତେବେ ଏଥର ଜେଏନୟୁ ନିର୍ବାଚନରେ ଦୁଇ ଜଣ ଓଡିଆ ଛାତ୍ର ସଭାପତି ଓ ସାଧାରଣ ସଂପାଦକ ଭାବେ ପ୍ରତିଦ୍ୱନ୍ଦ୍ୱିତାରେ ଅଛନ୍ତି। ଇଣ୍ଟରନ୍ୟାସନାଲ୍ ଷ୍ଟଡିଜର ଛାତ୍ର ଚିନ୍ମୟ ମହାନନ୍ଦ ସଭାପତି ଓ ରାଜନୀତି ବିଜ୍ଞାନର ଛାତ୍ର ରାମ ନାଗ ସାଧାରଣ ସଂପାଦକ ପଦବୀ ପାଇଁ ପ୍ରାର୍ଥୀ ଅଛନ୍ତି। ଏ ଦୁଇଜଣଙ୍କ […]

delhi

Rakesh Mallick
  • Published: Saturday, 12 September 2015
  • , Updated: 12 September 2015, 10:48 AM IST

ନୂଆଦିଲ୍ଲୀ: ନୂଆଦିଲ୍ଲୀର ଜବାହରଲାଲ ନେହରୁ ବା ଜେଏନୟୁ ବିଶ୍ୱବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନ ଶେଷ ହୋଇଛି । ଶନିବାର ଭୋଟ୍ ଗଣତି ପରେ ଫଳାଫଳ ଘୋଷଣା ହେବ। ତେବେ ଏଥର ଜେଏନୟୁ ନିର୍ବାଚନରେ ଦୁଇ ଜଣ ଓଡିଆ ଛାତ୍ର ସଭାପତି ଓ ସାଧାରଣ ସଂପାଦକ ଭାବେ ପ୍ରତିଦ୍ୱନ୍ଦ୍ୱିତାରେ ଅଛନ୍ତି। ଇଣ୍ଟରନ୍ୟାସନାଲ୍ ଷ୍ଟଡିଜର ଛାତ୍ର ଚିନ୍ମୟ ମହାନନ୍ଦ ସଭାପତି ଓ ରାଜନୀତି ବିଜ୍ଞାନର ଛାତ୍ର ରାମ ନାଗ ସାଧାରଣ ସଂପାଦକ ପଦବୀ ପାଇଁ ପ୍ରାର୍ଥୀ ଅଛନ୍ତି। ଏ ଦୁଇଜଣଙ୍କ ବ୍ୟତିତ କାଉନସିଲର ପଦବୀ ପାଇଁ ମଧ୍ୟ ବହୁ ଓଡ଼ିଆ ଛାତ୍ରଛାତ୍ରୀ ପ୍ରତିଦ୍ୱନ୍ଦ୍ୱିତାରେ ଅଛନ୍ତି। ତେଣୁ ନିର୍ବାଚନ ଫଳାଫଳକୁ ନେଇ ଜେଏନୟୁରେ ଥିବା ଓଡ଼ିଆ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସୁକତା ପ୍ରକାଶ ପାଇଛି।

Related story