କନ୍ଧମାଳ ମାଓ ଅପରେସନ୍ କଳିଙ୍ଗନଗର ଘଟଣାର ପୁନରାବୃତ୍ତି : ବିଜୟ ମହାପାତ୍ର

ଭୁବନେଶ୍ୱର: କନ୍ଧମାଳ ମାଓ ଅପରେସନ୍‌ରେ ନିରୀହ ଲୋକଙ୍କ ମୃତ୍ୟୁ ଘଟଣାକୁ ନେଇ ତେଜୁଛି ରାଜନୀତି। ବିଜେପି ନେତା ବିଜୟ ମହାପାତ୍ର କହିଛନ୍ତି,“ କନ୍ଧମାଳ ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ୨୦୦୫ ମସିହା ପରେ କଳିଙ୍ଗନଗର ଘଟଣାର ପୁନରାବୃତ୍ତି ହୋଇଛି। ପୋଲିସ୍ ଗୁଳିରେ ଯେଉଁମାନେ ଶିକାର ହେଲେ ସେଥିରେ ସବୁଠୁ ଦୁଃଖଦ ଘଟଣା ହେଉଛି ୨ ବର୍ଷର ଶିଶୁର ମୃତ୍ୟୁ ଘଟିଛି, ଯାହା ଭାରତ ବର୍ଷର କୌଣସି ରାଜ୍ୟରେ ହୋଇ ନ ଥିଲା। ପୋଲିସ୍‌ ଯେତେବେଳେ ମାଓବାଦୀମାନଙ୍କୁ ଦମନ କରିବାକୁ […]

bijaya

Rakesh Mallick
  • Published: Sunday, 10 July 2016
  • , Updated: 10 July 2016, 08:19 PM IST

ଭୁବନେଶ୍ୱର: କନ୍ଧମାଳ ମାଓ ଅପରେସନ୍‌ରେ ନିରୀହ ଲୋକଙ୍କ ମୃତ୍ୟୁ ଘଟଣାକୁ ନେଇ ତେଜୁଛି ରାଜନୀତି। ବିଜେପି ନେତା ବିଜୟ ମହାପାତ୍ର କହିଛନ୍ତି,“ କନ୍ଧମାଳ ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ୨୦୦୫ ମସିହା ପରେ କଳିଙ୍ଗନଗର ଘଟଣାର ପୁନରାବୃତ୍ତି ହୋଇଛି। ପୋଲିସ୍ ଗୁଳିରେ ଯେଉଁମାନେ ଶିକାର ହେଲେ ସେଥିରେ ସବୁଠୁ ଦୁଃଖଦ ଘଟଣା ହେଉଛି ୨ ବର୍ଷର ଶିଶୁର ମୃତ୍ୟୁ ଘଟିଛି, ଯାହା ଭାରତ ବର୍ଷର କୌଣସି ରାଜ୍ୟରେ ହୋଇ ନ ଥିଲା। ପୋଲିସ୍‌ ଯେତେବେଳେ ମାଓବାଦୀମାନଙ୍କୁ ଦମନ କରିବାକୁ ଯାଉଛି ସେତେବେଳେ ସାଧାରଣ ଲୋକଙ୍କ ଉପରକୁ ଗୁଳି କରା ଗଲା କିପରି? ଏହା ହେଉଛି ମୁଖ୍ୟ ପ୍ରସଙ୍ଗ। ପୋଲିସ୍ ମାଓବାଦୀଙ୍କ ଉପରକୁ ଗୁଳି ଚଳାଇବା ସମୟରେ ଯଦି ଅଟୋ ଆସିଗଲା, ଅଟୋ ଉପରକୁ କାହିଁକି ଗୁଳି ଚଳାଇବ? ତରବରିଆ ଭାବେ ସରକାର ତଦନ୍ତ କମିଶନ ଓ ୫ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି।  କେହି ଦାବି ନ କରିବା ପୂର୍ବରୁ ସହାୟତା ରାଶି ଘୋଷଣା କରିଦେଲେ ସେଥିରୁ ପ୍ରମାଣିତ ହୋଇଯାଉଛି ଯେ ସରକାର ଦୋଷୀ। ଦୋଷୀ ଯେଭଳି ଆଗ ନିଜକୁ ପୋଲିସ୍ ଆଗରେ ଆତ୍ମସମର୍ପଣ କରି ଦିଏ, ସେହିଭଳି ସରକାର ମଧ୍ୟ ସାଧାରଣ ଲୋକଙ୍କ ପାଖରେ ଆତ୍ମସମର୍ପଣ କରି ଦେଇଛନ୍ତି।  ୫ କି ୬ ନୁହଁ ପୋଲିସ୍‌ ଗୁଳିରେ ଅଧିକ ଲୋକ ଶିକାର ହୋଇଛନ୍ତି ।”

ସେ କହିଛନ୍ତି, “ସରକାର କେବଳ ତଦନ୍ତ କମିଶନ ଓ ସହାୟତା ରାଶି ଘୋଷଣା କରି ଖସି ଯିବାକୁ ଉଦ୍ୟମ କରୁଛନ୍ତି। ଏସ୍‌ପି ଓ ଆଇଜି ଯେଉଁ ବିବୃତି ରଖିଛନ୍ତି ତାହା ଅତ୍ୟନ୍ତ ନିନ୍ଦନୀୟ। ଉଭୟଙ୍କୁ ତୁରନ୍ତ ସେଠାରୁ ହଟାଇବା ଆବଶ୍ୟକ। ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବା ଦରକାର। ଯେହେତୁ ସେମାନେ ୬ ଜଣ ଆଦିବାସୀଙ୍କ ହତ୍ୟାରେ ସଂପୃକ୍ତ ସେମାନଙ୍କ ନାଁରେ ହତ୍ୟା ମକଦ୍ଦମା ରୁଜୁ ହେବା ଦରକାର, ନ ହେଲେ ପୁଣି କଳିଙ୍ଗନଗର ଭଳି ସାରା ଓଡ଼ିଶାରେ ଆଦିବାସୀଙ୍କ ମନରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହେବ।”

Related story