ସ୍ତ୍ରୀ ଅଦଳବଦଳ କରି ବନ୍ଧା ହେଲେ ୭

ଥିରୁଅନ୍ତପୁରମ: ସୁଖ ପାଇଁ ସାଥୀ ସ୍ୱାପଡିଲ୍‌। ଦେହ ସୁଖ ପାଇଁ ପାର୍ଟନର ଅଦବଦଦଳ କରି ଫସିଲେ ୭ ଜଣ। ସେକ୍ସ ପାଇଁ ପାର୍ଟନର ଅଦଳବଦଳ କରୁଥିବା ଏକ ରାକେଟ କେରଳ ପୁଲିସ ସ୍କାନରକୁ ଆସିଥିବା ବେଳେ ୭ ଜଣ ଗିରଫ ହୋଇଛନ୍ତି। ଏହି ଯୌନ କେଳେଙ୍କାରୀରେ ସମ୍ପୃକ୍ତ ଥିବା  ୭ ଜଣ ଅଭିଯୁକ୍ତଙ୍କୁ ପୁଲିସ ରବିବାର ଗିରଫ କରିଛି। ଏହି ରାକେଟରେ ୧୦୦୦ କପୁଲ ସମ୍ପୃକ୍ତ ଥିବା ପୁଲିସ ସନ୍ଦହ କରିଛି।  କାରକାଚଲ ପୁଲିସ ଷ୍ଟେସନରେ ଜଣେ […]

photo

Tapas Behera
  • Published: Monday, 10 January 2022
  • , Updated: 10 January 2022, 03:36 PM IST

ଥିରୁଅନ୍ତପୁରମ: ସୁଖ ପାଇଁ ସାଥୀ ସ୍ୱାପଡିଲ୍‌। ଦେହ ସୁଖ ପାଇଁ ପାର୍ଟନର ଅଦବଦଦଳ କରି ଫସିଲେ ୭ ଜଣ। ସେକ୍ସ ପାଇଁ ପାର୍ଟନର ଅଦଳବଦଳ କରୁଥିବା ଏକ ରାକେଟ କେରଳ ପୁଲିସ ସ୍କାନରକୁ ଆସିଥିବା ବେଳେ ୭ ଜଣ ଗିରଫ ହୋଇଛନ୍ତି। ଏହି ଯୌନ କେଳେଙ୍କାରୀରେ ସମ୍ପୃକ୍ତ ଥିବା  ୭ ଜଣ ଅଭିଯୁକ୍ତଙ୍କୁ ପୁଲିସ ରବିବାର ଗିରଫ କରିଛି। ଏହି ରାକେଟରେ ୧୦୦୦ କପୁଲ ସମ୍ପୃକ୍ତ ଥିବା ପୁଲିସ ସନ୍ଦହ କରିଛି।  କାରକାଚଲ ପୁଲିସ ଷ୍ଟେସନରେ ଜଣେ ମହିଳା ଅଭିଯୋଗ କରିବା ପରେ ଆରମ୍ଭ ହୋଇଛି ଗିରଫଦାରି।

ଅଭିଯୋଗ ଅନୁଯାୟୀ ସମ୍ପୃକ୍ତ ମହିଳାଙ୍କ ସ୍ୱାମୀ ତାଙ୍କୁ ପର ପୁରୁଷ ସହ ଯୌନ ସମ୍ପର୍କ ପାଇଁ  ବାଧ୍ୟ କରିଥିଲେ। ପୂର୍ବରୁ କ୍ୟମାକୁଲାମ ଅଞ୍ଚଳରେ ସମାନ ଘଟଣା ନଜରକୁ ଆସିଥିଲା। ପୁଲିସ କହିବା ଅନୁଯାୟୀ ଏକ ରାକେଟ ଏଥିପାଇଁ ସୋଶାଲ ନେଟୱର୍କିଂ ସାଇଟ ବ୍ୟବହାର କରି ଏଭଳି କାରବାର କରୁଛି। ପ୍ରଥମେ ସେମାନେ ଥୋପ ପକାଇ ମେସେଞ୍ଜର ଗ୍ରୁପ ଏବଂ ଟେଲିଗ୍ରାରେ ସାମିଲ କରୁଛନ୍ତି । ପରେ ସେମାନେ ପରସ୍ପରକୁ ଜାଣୁଛନ୍ତି। ଏହା ପରେ ପାର୍ଟନର ଅଦଳବଦଳ ହେଉଛି।

ପୁଲିସ କହିଛି ଯେ, ଆମେ ଅଭିଯୋଗ କରିଥିବା ମହିଳାଙ୍କ ସ୍ୱାମୀଙ୍କୁ ଗିରଫ କରିଛୁ। ଖୁବଶୀଘ୍ର ରାକେଟର ଅନ୍ୟ ଅଭିଯୁକ୍ତମାନଙ୍କୁ ଧରାଯିବ ବୋଲି ଏର୍ଣ୍ଣାକୁଲମ ଜିଲ୍ଲାର ଏସପି କହିଛନ୍ତି । ପ୍ରଭାବଶାଳୀ ଲୋକମାନେ ଏହି  କେଳେଙ୍କାରୀରେ  ସାମିଲ ହେଉଥିବା ପୁଲିସ କହିଛି । ବର୍ତ୍ତମାନ ୨୫ ଜଣ ପୁଲିସ ସ୍କାନରରେ ଅଛନ୍ତି। ତେବେ ସୋଶାଲ ମିଡିଆ ଗ୍ରୁପରେ ୧୦୦୦ରୁ ଅଧିକ ସଦସ୍ୟ ଥିବା ପୁଲିସ ସନ୍ଦେହ କରୁଛି।

Related story