ମିଡିଆ ପ୍ରତିନିଧିଙ୍କୁ ବାଡ଼େଇଲେ ଲାଲୁଙ୍କ ପୁଅ ତେଜ ପ୍ରତାପଙ୍କ ସୁରକ୍ଷାକର୍ମୀ!

ପାଟନା: ଲୋକସଭା ନିର୍ବାଚନର ଆଜି ଅନ୍ତିମ ଦିନ। ସପ୍ତମ ପର୍ଯ୍ୟାୟ ପାଇଁ ଭୋଟିଂ ଚାଲିଥିବା ବେଳେ ବିହାରର ରାଜଧାନୀ ପାଟନାରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜ ପ୍ରତାପ ଯାଦବଙ୍କ ସୁରକ୍ଷାକର୍ମୀ ଓ ଗଣମାଧ୍ୟମ ପ୍ରତିନିଧି ମୁହାଁମୁହିଁ ହୋଇଥିବା ବେଳେ ଉଭୟ ପକ୍ଷର ଲୋକେ ଆହତ ହୋଇଥିବା ଜଣାପଡ଼ିଛି। ତେବେ ଏହି ଘଟଣାକୁ ନେଇ ତେଜ ପ୍ରତାପ କହିଛନ୍ତି, ତାଙ୍କ ଉପରକୁ ମରଣାନ୍ତକ ଆକ୍ରମଣ ପାଇଁ ପ୍ରୟାସ ହୋଇଥିଲା। […]

tej pratap

tej pratap

Subhransu Sekhar
  • Published: Sunday, 19 May 2019
  • Updated: 19 May 2019, 05:38 PM IST

ପାଟନା: ଲୋକସଭା ନିର୍ବାଚନର ଆଜି ଅନ୍ତିମ ଦିନ। ସପ୍ତମ ପର୍ଯ୍ୟାୟ ପାଇଁ ଭୋଟିଂ ଚାଲିଥିବା ବେଳେ ବିହାରର ରାଜଧାନୀ ପାଟନାରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜ ପ୍ରତାପ ଯାଦବଙ୍କ ସୁରକ୍ଷାକର୍ମୀ ଓ ଗଣମାଧ୍ୟମ ପ୍ରତିନିଧି ମୁହାଁମୁହିଁ ହୋଇଥିବା ବେଳେ ଉଭୟ ପକ୍ଷର ଲୋକେ ଆହତ ହୋଇଥିବା ଜଣାପଡ଼ିଛି। ତେବେ ଏହି ଘଟଣାକୁ ନେଇ ତେଜ ପ୍ରତାପ କହିଛନ୍ତି, ତାଙ୍କ ଉପରକୁ ମରଣାନ୍ତକ ଆକ୍ରମଣ ପାଇଁ ପ୍ରୟାସ ହୋଇଥିଲା।

ସୂଚନା ଥାଉ କି ତେଜ ପ୍ରତାପ ଯାଦବ ଆଜି ଭୋଟ ଦେଇ ସାରି ବୁଥରୁ ବାହାରୁଥିଲେ। ଏହି ସମୟରେ ତାଙ୍କ କାର ଆଗକୁ ଜଣେ କ୍ୟାମେରାମ୍ୟାନ ପଳାଇ ଆସିଥିଲେ। ଏହାପରେ କ୍ୟାମେରାମ୍ୟାନ ଜଣଙ୍କ ତେଜ ପ୍ରତାପ ଯାଦବଙ୍କ ଗାଡ଼ିର ସାମ୍ନା କାଚ ଉପରକୁ ନିଜ କ୍ୟାମେରାକୁ ଫିଙ୍ଗି ଦେଇଥିଲେ ବୋଲି କୁହାଯାଇଛି। ଫଳରେ ତେଜ ପ୍ରତାପଙ୍କ କାରର କାଚ ଭାଙ୍ଗିଯାଇଥିଲା। ଏହାପରେ ତେଜ ପ୍ରତାପଙ୍କ ସୁରକ୍ଷାକର୍ମୀ ଆସି ଗଣମାଧ୍ୟମ ପ୍ରତିନିଧିଙ୍କୁ ମାଡ଼ପିଟ କରିଥିବା ଅଭିଯୋଗ ହୋଇଛି।

ତେଜ ପ୍ରତାପ ଏ ନେଇ ଟ୍ୱିଟ୍ କରି ଉଲ୍ଲେଖ କରିଛନ୍ତି ଯେ ସେ ଭୋଟ ଦେଇ ବାହାରକୁ ଆସିଥିଲେ। ଏହାପରେ ତାଙ୍କ ଉପରକୁ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣରୁ ସେ ବର୍ତ୍ତିଯାଇଥିବା କହିଥିବା ବେଳେ ତାଙ୍କ ଡ୍ରାଇଭର ଏବଂ ସୁରକ୍ଷାକର୍ମୀ ଆକ୍ରମଣର ଶିକାର ହୋଥିବା ସେ କହିଛନ୍ତି। ଏହାକୁ ନେଇ ତେଜ ପ୍ରତାପ ଯାଦବ ଆକ୍ରମଣକାରୀଙ୍କ ବିରୋଧରେ ଥାନାରେ ମାମଲା ରୁଜୁ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos