ଲେଗିଙ୍ଗସ୍‌ କାହାର ?

ନୟାଗଡ଼ (ଓଡ଼ିଶା ରିପୋର୍ଟର) ନୟାଗଡ଼ ଜିଲ୍ଲା ଯଦୁପୁରରେ ଶେଷ ହୋଇଛି ଓଡ୍ରାଫର ଅପରେସନ। ଗତକାଲି ଗାଁ ପୋଖରୀରୁ ଏକ ଲେଗିଙ୍ଗସ୍‌ ମିଳିବା ସତ୍ତ୍ୱେ ଆଜି ମଧ୍ୟ ପୋଖରୀରେ ଖୋଜାଖୋଜି କରିଥିଲା ୧୦ଜଣିଆ ଓଡ୍ରାଫ ଟିମ୍  । ପ୍ରାୟ ଦିନ ଗୋଟାଏ ବେଳେ ଏହି ଅପରେସନ ସରିଛି । ଏହା ପରେ ଓଡ୍ରାଫ ଟିମ୍ ସେଠାରୁ ଫେରି ଆସିଛି । ଆଜି ସକାଳେ ଏସ୍ଆଇଟି ମୁଖ୍ୟ ଅରୁଣ ବୋଥ୍ରା ମଧ୍ୟ ଯଦୁପୁରରେ ପହଞ୍ଚିଥିଲେ  ଏବଂ ଓଡ୍ରାଫ ଅପରେସନର ଅନୁଧ୍ୟାନ […]

6bm

Tapas Behera
  • Published: Wednesday, 23 December 2020
  • , Updated: 23 December 2020, 05:23 PM IST

ନୟାଗଡ଼ (ଓଡ଼ିଶା ରିପୋର୍ଟର) ନୟାଗଡ଼ ଜିଲ୍ଲା ଯଦୁପୁରରେ ଶେଷ ହୋଇଛି ଓଡ୍ରାଫର ଅପରେସନ। ଗତକାଲି ଗାଁ ପୋଖରୀରୁ ଏକ ଲେଗିଙ୍ଗସ୍‌ ମିଳିବା ସତ୍ତ୍ୱେ ଆଜି ମଧ୍ୟ ପୋଖରୀରେ ଖୋଜାଖୋଜି କରିଥିଲା ୧୦ଜଣିଆ ଓଡ୍ରାଫ ଟିମ୍  । ପ୍ରାୟ ଦିନ ଗୋଟାଏ ବେଳେ ଏହି ଅପରେସନ ସରିଛି । ଏହା ପରେ ଓଡ୍ରାଫ ଟିମ୍ ସେଠାରୁ ଫେରି ଆସିଛି । ଆଜି ସକାଳେ ଏସ୍ଆଇଟି ମୁଖ୍ୟ ଅରୁଣ ବୋଥ୍ରା ମଧ୍ୟ ଯଦୁପୁରରେ ପହଞ୍ଚିଥିଲେ  ଏବଂ ଓଡ୍ରାଫ ଅପରେସନର ଅନୁଧ୍ୟାନ କରିଥିଲେ । ଗତକାଲି ପମ୍ପ ଯୋଗେ ପୋଖରୀର ପ୍ରାୟ ୭୫ ପ୍ରତିଶତ ପାଣି ଶୁଖା ଯାଇଥିଲା।  ଅଧା ଶୁଖା ପୋଖରୀରୁ କାଲି ଗୋଟିଏ ଲେଗିନ୍‌ସ  ମିଳିଥିଲା । ତେବେ ଏହି ଲେଗିନ୍‌ସ କାହାର, ତାହା ସ୍ପଷ୍ଟ ଭାବେ ଜଣାପଡ଼ିନି । ତେବେ ଲେଗିଙ୍ଗସ୍‌ କାହାର ସ୍ପଷ୍ଟ ଭାବେ ଜଣାପଡ଼ି ନଥିବା ବେଳେ ତାହା ଏବେ ଏସ୍ଆଇଟି ଟିମ୍ ହେପାଜତରେ ଅଛି।

Related story