ପ୍ରେମ ହୋଇଗଲା ହ୍ୱିଲ୍‌ଚେୟାରରେ

ନୂଆଦିଲ୍ଲୀ: କୁହାଯାଏ ”ଲଭ୍‌ ମିନ୍‌ସ୍‌ ଫାଇଣ୍ଡିଗଂ ଦ ବିୟୁଟି  ଇନ୍‌ ସମ୍‌ୱାନ୍ସ ଇନ୍‌ପରଫେକ୍ସନ”( love means finding the beauty in someones imperfection)। ଅର୍ଥାତ କାହାର ଛିଦ୍ରତା ଭିତରେ ସୁନ୍ଦରତା ଖୋଜି ପାଇବାଟା ହିଁ ପ୍ରେମ। ପ୍ରତ୍ୟକ ମଣିଷ ଭିତରେ କିଛି ନା କିଛି ଅଭାବ ବା ତ୍ରୁଟି ରହିଛି। ତଥାପି ସେ ତ୍ରୁଟି ଭିତରୁ ଯଦି କେହି ମନର ସୁନ୍ଦରତାକୁ ପଢିପାରିଲା ତେବେ ସେଠି ପ୍ରେମ ଆପେ ଆପେ ହୋଇଯାଏ। ଯେମିତି ନେହାଲଙ୍କୁ ହୋଇଥିଲା […]

cover

Rakesh Mallick
  • Published: Wednesday, 28 March 2018
  • , Updated: 28 March 2018, 02:53 PM IST

ନୂଆଦିଲ୍ଲୀ: କୁହାଯାଏ ''ଲଭ୍‌ ମିନ୍‌ସ୍‌ ଫାଇଣ୍ଡିଗଂ ଦ ବିୟୁଟି  ଇନ୍‌ ସମ୍‌ୱାନ୍ସ ଇନ୍‌ପରଫେକ୍ସନ''( love means finding the beauty in someones imperfection)। ଅର୍ଥାତ କାହାର ଛିଦ୍ରତା ଭିତରେ ସୁନ୍ଦରତା ଖୋଜି ପାଇବାଟା ହିଁ ପ୍ରେମ। ପ୍ରତ୍ୟକ ମଣିଷ ଭିତରେ କିଛି ନା କିଛି ଅଭାବ ବା ତ୍ରୁଟି ରହିଛି। ତଥାପି ସେ ତ୍ରୁଟି ଭିତରୁ ଯଦି କେହି ମନର ସୁନ୍ଦରତାକୁ ପଢିପାରିଲା ତେବେ ସେଠି ପ୍ରେମ ଆପେ ଆପେ ହୋଇଯାଏ। ଯେମିତି ନେହାଲଙ୍କୁ ହୋଇଥିଲା ଅନୁପଙ୍କ ସହ।

ଆଜକୁ ୯ବର୍ଷ ପୂର୍ବେ ଦୁହିଁଙ୍କର ଭେଟ ହୋଇଥିଲା, ମୁମ୍ବାଇ ରାସ୍ତାରେ। ଦୁହେଁ ସାମ୍ନା କରିଥିଲେ ମର୍ମନ୍ତୁକ ଦୁର୍ଘଟଣାର। ନେହାଲ ଓ ଅନୁପଙ୍କ କାର ଧକ୍କା ହୋଇଥିଲା। ଦୁର୍ଘଟଣା ପରେ ସେମାନଙ୍କୁ ଗୋଟିଏ ହସ୍ପିଟାଲ ନିଆଗଲା। ଦୁହିଁଙ୍କର ଗୋଟିଏ ସମସ୍ୟା ଥିଲା। ଚେକ୍‌ଅପ୍‌ ପରେ ଜଣାପଡିଲା, ଦୁହିଁଙ୍କର ସ୍ପାଇନଲ୍ କାର୍ଡରେ ଆଘାତ ଲାଗିଛି, ଆଉ ଦୁହେଁ ଚାଲିପାରିବେ ନାହିଁ। ଡାକ୍ତରଙ୍କ ପରାମର୍ଶ କ୍ରମେ ଦୁହେଁ ହ୍ୱିଲ୍‌ଚେୟାରରେ ରହିଲେ। ଆଜୀବନ ସେମାନନଙ୍କୁ ଏମିତି ରହିବାର ଥିଲା। ଚିକିତ୍ସାପରେ ଦୁହେଁ ଘରକୁ ଫେରି ଯାଇଥିଲେ।

ଦୁର୍ଘଟଣାର କିଛିଦିନ ପରେ ଦୁହିଁଙ୍କର ଭେଟ ହୋଇଥିଲା ନିନା ଫାଉଣ୍ଡେସନ୍‌ ନାମକ ଏକ ଏନ୍‌ଜିଓରେ। ସେଠାରେ ପ୍ରଥମ ଥର ସେମାନେ ପରସ୍ପର ସହ କଥା ହୋଇଥିଲେ। ପରସ୍ପର ସହ ମିଶିବା ପରେ ସେମାନେ ଅନୁଭବ କଲେ ଯେ ସେମାନଙ୍କ ଭିତରେ କେବଳ ହ୍ୱିଲ୍‌ଚେୟାରର ସାମଞ୍ଜସ୍ୟ ନାହିଁ। ଏମିତି ଅନେକ କିଛି  କଥା ଥିଲା ଯେଉଁଥିରେ ଦୁହିଁଙ୍କର ଭାବନା ମେଳ ଖାଉଥିଲା। ସେଦିନର ପ୍ରଥମ ଦେଖାରୁ ପରସ୍ପର ଭଲ ପାଇବସିଥିଲେ। ଏକଥା ଉଭୟ ସେମାନଙ୍କ ପରିବାରକୁ ଜଣାଇଲେ।

ଅନୁର କେରଳର ରହିଥିଲେ ଓ ନେହାଲ ଗୁଜୁରାଟରେ। ଦୁହିଁଙ୍କ ପରିବାର ସେମାନଙ୍କ ବିବାହ ପାଇଁ ଆଦୌ ରାଜି ନଥିଲେ। ଦୁହେଁ ଅପାଙ୍ଗ, ତେଣୁ କେମିତି ଦୁହେଁ ପରସ୍ପରର ସାହାରା ହେବେ ସେ ବିଷୟରେ ତାଙ୍କ ପରିବାର ଲୋକେ ଚିନ୍ତା କରୁଥିଲେ। ୭ବର୍ଷ ବିତିଗଲା ପରିବାର ଲୋକଙ୍କୁ ବୁଝାଇବାକୁ। ଶେଷରେ ଦୁହିଁଙ୍କ ଭିତରେ ଥିବା ଭଲ ପାଇବା ଦେଖି ପରିବାର ଲୋକେ ରାଜି ହେବାକୁ ବାଧ୍ୟ ହୋଇଥିଲେ। ୧୨ଡିସେମ୍ବର ୨୦୧୭ରେ ମୁମ୍ବାଇର ହୋଟେଲ୍‌ ଗ୍ରାଣ୍ଡ ହୟାତ୍‌ରେ ଦୁହେଁ ସାରା ଜୀବନ ପାଇଁ ପରସ୍ପରର ହାତ ଧରିଲେ। ସେଇ ହ୍ୱିଲ୍‌ଚେୟାରରେ ବସି।

ଏବେ ସୋସିଆଲ ମିଡିଆରେ ଦୁହିଁଙ୍କ ବିବାହ ଫଟୋ ଭାଇରାଲ୍‌ ହେଉଛି। ଯେଉଁଥିରେ ନେହାଲ ସବ୍ୟସଚ୍ଚୀ ଡିଜାଇନ୍‌ର ଲେହେଙ୍ଗା ପିନ୍ଧିଛନ୍ତି ଏ ଖୁବ୍‌ ସୁନ୍ଦର ଲାଗୁଛନ୍ତି। ଅନୁପ ମଧ୍ୟ ବ୍ଲୁ ସେରୱାନିରେ କେଉଁ ବଲିଉଡ୍‌ ଷ୍ଟାରଠୁ କମ୍‌ ହ୍ୟାଣ୍ଡସମ୍‌ ଲାଗୁ ନାହିଁନ୍ତି। ରଙ୍ଗ ବେରଙ୍ଗ ଆତସବାଜିରେ ରଙ୍ଗିନ ଲାଗୁଛି ପରିବେଷ। ଲାଗୁଛି କେଉଁ ରାଜଘରର ଦୁଇ ପ୍ରେମୀଯୁଗଳଙ୍କ ବିବାହ ହେଉଛି।

ନେହାଲଙ୍କ କହିବା ଅନୁଯାୟୀ, ଏବେ ସେମାନେ ନିଜ ପରିବାରଠୁ ଦୂରରେ ଅଛନ୍ତି ଓ ଖୁସିରେ ଅଛନ୍ତି। କୌଣସି ଜିନିଷର କିଛି ଅସୁବିଧା ହେବାର ସେ ଅନୁଭବ କରୁନାହିଁନ୍ତି।

Related story