‘ଚାଲ୍‌ ଟିକେ ଦୁଷ୍ଟ ହେବା’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ଚାଲ୍‌ ଟିକେ ଦୁଷ୍ଟ ହେବା’ ଏମିତି ଏକ ଟାଇଟେଲ୍‌ ନେଇ ତରଙ୍ଗ ନେଇଆସୁଛି ତାର ୧୮ତମ ଚଳଚ୍ଚିତ୍ର। ନିକଟରେ ଏହି ଫିଲ୍ମର ମହୁରତ ସରିଛି। ତରଙ୍ଗ ସିନେ ପ୍ରଡକ୍ସନ୍ସ ନବାଗତା କଳାକାରମାନଙ୍କୁ ସବୁବେଳେ ସୁଯୋଗ ଦେଇଆସିଛି ଏବଂ ତାଙ୍କ ଦକ୍ଷତାକୁ ଦର୍ଶକଙ୍କ ସାମ୍ନାରେ ଉପସ୍ଥାପନା କରିଛି। ପୂର୍ବଥର ଭଳି ଏଥର ମଧ୍ୟ ଫିଲ୍ମରେ ସେମିତି କିଛି ନବାଗତା ସାମିଲ୍‌ ହୋଇଛନ୍ତି। ନୂଆମୁହଁ ଭାବେ ଅଭିନେତା ରିଶାନ୍‌ ଏବଂ ଦୁଇଜଣ ଅଭିନେତ୍ରୀ ସାୟଲ୍‌ ଏବଂ ମହିମା […]

_MG_0358.JPG

Biswobandita Swain
  • Published: Monday, 03 December 2018
  • , Updated: 03 December 2018, 06:04 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ଚାଲ୍‌ ଟିକେ ଦୁଷ୍ଟ ହେବା’ ଏମିତି ଏକ ଟାଇଟେଲ୍‌ ନେଇ ତରଙ୍ଗ ନେଇଆସୁଛି ତାର ୧୮ତମ ଚଳଚ୍ଚିତ୍ର। ନିକଟରେ ଏହି ଫିଲ୍ମର ମହୁରତ ସରିଛି। ତରଙ୍ଗ ସିନେ ପ୍ରଡକ୍ସନ୍ସ ନବାଗତା କଳାକାରମାନଙ୍କୁ ସବୁବେଳେ ସୁଯୋଗ ଦେଇଆସିଛି ଏବଂ ତାଙ୍କ ଦକ୍ଷତାକୁ ଦର୍ଶକଙ୍କ ସାମ୍ନାରେ ଉପସ୍ଥାପନା କରିଛି।

ପୂର୍ବଥର ଭଳି ଏଥର ମଧ୍ୟ ଫିଲ୍ମରେ ସେମିତି କିଛି ନବାଗତା ସାମିଲ୍‌ ହୋଇଛନ୍ତି। ନୂଆମୁହଁ ଭାବେ ଅଭିନେତା ରିଶାନ୍‌ ଏବଂ ଦୁଇଜଣ ଅଭିନେତ୍ରୀ ସାୟଲ୍‌ ଏବଂ ମହିମା ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି।

ଏଥିସହ ଫିଲ୍ମରେ ମିହିର୍‌ ଦାସ, ପ୍ରଦ୍ୟୁମ୍ନ ଲେଙ୍କା ଏବଂ ପ୍ରିୟଙ୍କା ପଟ୍ଟନାୟକଙ୍କୁ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ। ଫିଲ୍ମର ନିର୍ଦ୍ଦେଶନା ତାପସ ସରଘରିଆ ଦେଇଛନ୍ତି।

Related story