ମରୁଡ଼ି ସ୍ଥିତି ନେଇ ରାଜ୍ୟପାଳଙ୍କୁ ଭେଟିଲା ବିଜେପି ପ୍ରତିନିଧି ଦଳ; ମରୁଡ଼ି କ୍ଷୟକ୍ଷତିର ତୁରନ୍ତ ଆକଳନ ଦାବି କଲା

ଭୁବନେଶ୍ୱର: ରାଜ୍ୟରେ ମରୁଡ଼ି ପରିସ୍ଥିତିକୁ ନେଇ ଆଜି ରାଜ୍ୟପାଳ ଏସ୍.ସି ଜମିରଙ୍କୁ ଭେଟିଥିଲେ ବିଜେପିର ଏକ ପ୍ରତିନିଧି ଦଳ। ମରୁଡ଼ି ସ୍ଥିତି ନେଇ କ୍ଷୟକ୍ଷତିର ଆକଳନ ତୁରନ୍ତ କରାଯାଉ ଏବଂ କ୍ଷତିଗ୍ରସ୍ତ ଚଷୀଙ୍କୁ କ୍ଷତିପୂରଣ ଦିଆଯାଉ ବୋଲି ସେମାନେ ଦାବି କରିଥିଲେ। ଏ ପ୍ରସଙ୍ଗରେ ଏକ ୬ ଦଫା ଦାବି ସମ୍ୱଳିତ ଏକ ସ୍ମାରକପତ୍ର ରାଜ୍ୟପାଳଙ୍କୁ ଦେଇଥିଲେ।  ରାଜ୍ୟପାଳ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ବିଜେପିର ଏହି ପ୍ରତିନିଧି ଦଳ ଅନୁରୋଧ କରିଥିଲା। ରାଜ୍ୟପାଳଙ୍କୁ ସାକ୍ଷାତ କରି […]

bjp

bjp

Rakesh Mallick
  • Published: Monday, 14 September 2015
  • Updated: 14 September 2015, 07:51 AM IST

Sports

Latest News

bjpଭୁବନେଶ୍ୱର: ରାଜ୍ୟରେ ମରୁଡ଼ି ପରିସ୍ଥିତିକୁ ନେଇ ଆଜି ରାଜ୍ୟପାଳ ଏସ୍.ସି ଜମିରଙ୍କୁ ଭେଟିଥିଲେ ବିଜେପିର ଏକ ପ୍ରତିନିଧି ଦଳ। ମରୁଡ଼ି ସ୍ଥିତି ନେଇ କ୍ଷୟକ୍ଷତିର ଆକଳନ ତୁରନ୍ତ କରାଯାଉ ଏବଂ କ୍ଷତିଗ୍ରସ୍ତ ଚଷୀଙ୍କୁ କ୍ଷତିପୂରଣ ଦିଆଯାଉ ବୋଲି ସେମାନେ ଦାବି କରିଥିଲେ। ଏ ପ୍ରସଙ୍ଗରେ ଏକ ୬ ଦଫା ଦାବି ସମ୍ୱଳିତ ଏକ ସ୍ମାରକପତ୍ର ରାଜ୍ୟପାଳଙ୍କୁ ଦେଇଥିଲେ।  ରାଜ୍ୟପାଳ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ବିଜେପିର ଏହି ପ୍ରତିନିଧି ଦଳ ଅନୁରୋଧ କରିଥିଲା।

ରାଜ୍ୟପାଳଙ୍କୁ ସାକ୍ଷାତ କରି ଫେରିବା ପରେ ବିଜେପି ରାଜ୍ୟ ସଭାପତି କନକ ବର୍ଦ୍ଧନ ସିଂହଦେଓ କହିଥିଲେ ଯେ ସ୍ୱଳ୍ପବୃଷ୍ଟି ଯୋଗୁଁ ଖରିଫ ଫସଲ ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ଏହାସତ୍ତ୍ୱେ ରାଜ୍ୟ ସରକାର ନୀରବ ରହିଛନ୍ତି। ଅଧିକାରୀମାନେ ମରୁଡ଼ି ପ୍ରଭାବିତ ଅଞ୍ଚଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ରାଜ୍ୟ ସରକାର ତୁରନ୍ତ ଏଦିଗରେ ପଦକ୍ଷେପ ନିଅନ୍ତୁ ବୋଲି ସେ କହିଥିଲେ।

ସେହିପରି ଏହି ପ୍ରତିନିଧି ଦଳରେ ସାମିଲ ହୋଇଥିବା ଦଳର ବରିଷ୍ଠ ନେତା ବିଜୟ ମହାପାତ୍ର କହିଥିଲେ ଯେ ରାଜ୍ୟରେ ମରୁଡ଼ି ସ୍ଥିତ ଉପୁଜି ଥିବା ସମସ୍ତେ ଜାଣିଛନ୍ତି। କିନ୍ତୁ ରାଜ୍ୟର ଅନେକ ସ୍ଥାନରେ ଆଦୌ ଚାଷ ହୋଇନାହିଁ ଓ ଜମି ପଡ଼ିଆ ପଡ଼ିଛି ବୋଲି କେହି ଜାଣି ନଥିଲେ। ଏକଥା ପ୍ରଥମେ ଲୋକଲୋଚନକୁ ତଥା ଗଣମାଧ୍ୟମ ସାମ୍ନାକୁ ଆଣିଛି ବିଜେପି। ବିଜେପି ରାଜ୍ୟର ୫ଟି ଜିଲ୍ଲାକୁ ଗସ୍ତ କରି ମରୁଡ଼ି ସ୍ଥିତିର ସମୀକ୍ଷା କରିଥିଲା। ବିଶେଷ କରି ସମ୍ବଲପୁର, ନୂଆପଡ଼ା, କଳାହାଣ୍ଡି, ଭବାନୀପାଟଣା ଆଦିରେ ମରୁଡ଼ି ସ୍ଥିତି ଉତ୍କଟ ରହିଛି। ମରୁଡ଼ି ସ୍ଥିତିର ମୁକାବିଲା ପାଇଁ ସରକାର ପୂର୍ବରୁ ପଦକ୍ଷେପ ନେଇ ପାରି ଥାଆନ୍ତେ। ଏଲଆଇ ପଏଣ୍ଟଗୁଡ଼ିକୁ ସଜାଡ଼ି ପାରି ଥାଆନ୍ତେ। କିନ୍ତୁ ଦୂରଦୃଷ୍ଟି ଅଭାବରୁ ସରକାର ସେମିତି କରି ନାହାନ୍ତି।

ବିଜୟ ମହାପାତ୍ର ଆହୁରି ମଧ୍ୟ କହିଥିଲେ ଯେ ରାଜ୍ୟ କୃଷି ମନ୍ତ୍ରୀ ୫ ବର୍ଷ ପାଇଁ ଯୋଜନା କରି ବସି ଯାଇଛନ୍ତି। ମୁଖ୍ୟମନ୍ତ୍ରୀ ତ କୁଆଡ଼େ ଯାଆନ୍ତି ନାହିଁ। ରାଜ୍ୟର ମରୁଡ଼ି ସ୍ଥିତିକୁ କୃଷି ମନ୍ତ୍ରୀ କି ମୁଖ୍ୟମନ୍ତ୍ରୀ ନିଜେ ଯାଇ ଦେଖି ନାହାନ୍ତି। ମୁଖ୍ୟମନ୍ତ୍ରୀ, କୃଷି ମନ୍ତ୍ରୀଙ୍କ କଥା ଛାଡ଼ନ୍ତୁ, ବିଜେପି ଗସ୍ତ କରିଥିବା ଜିଲ୍ଲାଗୁଡ଼ିକର ଜିଲ୍ଲାପାଳମାନେ ବି ନିଜ ଅଞ୍ଚଳର ମରୁଡ଼ି ପ୍ରଭାବିତ ସ୍ଥାନଗୁଡ଼ିକୁ ପରିଦର୍ଶନରେ ଯାଇ ନାହାନ୍ତି। କମ୍ ବର୍ଷା ଯୋଗୁଁ ଚାଷ ହୋଇପାରି ନଥିବା ବେଳେ ରାଜ୍ୟର ଅନେକ ଅଞ୍ଚଳର ଲୋକେ ଏବେ ଦାଦନ ଖଟିବା ପାଇଁ ବାହାର ରାଜ୍ୟକୁ ଯିବାକୁ ପ୍ରସ୍ତୁତ ହେଉଛନ୍ତି।

ରାଜ୍ୟର ମରୁଡ଼ି ସ୍ଥିତି ନେଇ ବିଜେପିର ଏଭଳି ମନ୍ତବ୍ୟର ପ୍ରତିକ୍ରିୟା ରଖିଛି ବିଜେଡି। କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ କହିଛନ୍ତି ଯେ ରାଜ୍ୟରେ ସମ୍ଭାବ୍ୟ ମରୁଡ଼ି ପରିସ୍ଥିତି ନେଇ ସରକାର ଆଗୁଆ ପଦକ୍ଷେପ ନେଇଛନ୍ତି। ସ୍ୱଳ୍ପକାଳୀନ ବିହାନ ଯୋଗାଇ ଦେବା ନେଇ ବ୍ୟବସ୍ଥା କରାଯାଉଛି। ସେପ୍ଟେମ୍ବର ୨୫ ତାରିଖରୁ ସେ ୯ଟି ଜିଲ୍ଲା ଗସ୍ତରେ ଯିବେ। ସେହିପରି ଦଳୀୟ ମୁଖପାତ୍ର ପ୍ରତାପ ଦେବ କହିଛନ୍ତି ଯେ ବିଜେପି ହୋମ୍ ୱାର୍କ କରିବା ଉଚିତ୍। ବର୍ଷାଋତୁ ପରେ ଯାଇ ମରୁଡ଼ି କ୍ଷୟକ୍ଷତି ନେଇ ଆକଳନ କରାଯାଏ ଓ କ୍ଷତିପୂରଣ ଦିଆଯାଏ। ସରକାର ତାଙ୍କ କାମ ଠିକ୍ ଢଙ୍ଗରେ କରୁଛନ୍ତି।

ଆଜି ରାଜ୍ୟ ସଭାପତି କେ.ଭି ସିଂହଦେଓଙ୍କ ନେତୃତ୍ୱରେ ରାଜ୍ୟପାଳଙ୍କୁ ସାକ୍ଷାତ କରିଥିବା ପ୍ରତିନିଧି ଦଳରେ ବିଜୟ ମହାପାତ୍ର, ପ୍ରତାପ ଷଡ଼ଙ୍ଗୀ, ପ୍ରଦୀପ ନାଏକ ଓ ପୃଥ୍ୱୀରାଜ ହରିଚନ୍ଦନ ପ୍ରମୁଖ ସାମିଲ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos