ବିଦାୟୀ ଟେଷ୍ଟରେ ମକ୍‌ଲମ୍‌ଙ୍କ ରେକର୍ଡ: ୫୪ ବଲ୍‌ରେ ମାରିଲେ ଶତକ

ଖ୍ରୀଷ୍ଟଚର୍ଚ୍ଚ: ଟେଷ୍ଟ୍ କ୍ରିକେଟ୍ ଇତିହାସରେ ଏକ ନୂଆ ରେକର୍ଡ ସ୍ଥାପନ କରିଛନ୍ତି ନ୍ୟୁଜିଲ୍ୟାଣ୍ଡ୍ ଅଧିନାୟକ ବ୍ରେଣ୍ଡନ୍ ମକ୍‌ଲମ୍‌। ଟେଷ୍ଟ୍ କ୍ରିକେଟ୍‌ରେ ସେ ମାରିଛନ୍ତି ଦ୍ରୁତତମ ଶତକ। ମାତ୍ର ୫୪ଟି ବଲ୍‌ରେ ସେ ସଂଗ୍ରହ କରିଛନ୍ତି ୧୦୦ ରନ୍। ଶନିବାର ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟ୍‌ ମ୍ୟାଚ୍‌ର ପ୍ରଥମ ଦିନରେ ସେ ହାସଲ କରିଛନ୍ତି ଏହି ରେକର୍ଡ। ସୂଚନାଯୋଗ୍ୟ, ଏହା ହେଉଛି ମକ୍‌ଲମ୍‌ଙ୍କ ବିଦାୟୀ ଟେଷ୍ଟ୍ ମ୍ୟାଚ୍। ୧୦୧ ତମ ଓ ତଥା ଶେଷ ଟେଷ୍ଟ ମ୍ୟାଚ୍‌ ଖେଳୁଥିବା […]

mcculum

mcculum

Rakesh Mallick
  • Published: Saturday, 20 February 2016
  • Updated: 20 February 2016, 07:22 AM IST

mcculumଖ୍ରୀଷ୍ଟଚର୍ଚ୍ଚ: ଟେଷ୍ଟ୍ କ୍ରିକେଟ୍ ଇତିହାସରେ ଏକ ନୂଆ ରେକର୍ଡ ସ୍ଥାପନ କରିଛନ୍ତି ନ୍ୟୁଜିଲ୍ୟାଣ୍ଡ୍ ଅଧିନାୟକ ବ୍ରେଣ୍ଡନ୍ ମକ୍‌ଲମ୍‌। ଟେଷ୍ଟ୍ କ୍ରିକେଟ୍‌ରେ ସେ ମାରିଛନ୍ତି ଦ୍ରୁତତମ ଶତକ। ମାତ୍ର ୫୪ଟି ବଲ୍‌ରେ ସେ ସଂଗ୍ରହ କରିଛନ୍ତି ୧୦୦ ରନ୍। ଶନିବାର ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟ୍‌ ମ୍ୟାଚ୍‌ର ପ୍ରଥମ ଦିନରେ ସେ ହାସଲ କରିଛନ୍ତି ଏହି ରେକର୍ଡ। ସୂଚନାଯୋଗ୍ୟ, ଏହା ହେଉଛି ମକ୍‌ଲମ୍‌ଙ୍କ ବିଦାୟୀ ଟେଷ୍ଟ୍ ମ୍ୟାଚ୍।

୧୦୧ ତମ ଓ ତଥା ଶେଷ ଟେଷ୍ଟ ମ୍ୟାଚ୍‌ ଖେଳୁଥିବା ମକ୍‌ଲମ୍‌ଙ୍କର ଏହା ହେଉଛି ୧୨ତମ ଶତକ। ୧୬ଟି ଚୌକା ଓ ୪ଟି ଛକା ମାରି ସେ ଏହି ଶତକ ହାସଲ କରିଥିଲେ। ଏହା ସହିତ ସେ ୱେଷ୍ଟଇଣ୍ଡିଜ୍‌ର ଭିଭିଆନ୍ ରିଚାର୍ଡସନ୍ ଓ ପାକିସ୍ତାନର ମିସ୍‌ବା-ଉଲ୍-ହକ୍‌ଙ୍କ ରେକର୍ଡକୁ ପଛରେ ପକାଇ ଦେଇଛନ୍ତି। ଭିଭିଆନ୍ ରିଚାର୍ଡସନ୍ ଓ ମିସ୍‌ବା ଟେଷ୍ଟ୍ କ୍ରିକେଟ୍‌ ୫୬ଟି ବଲ୍‌ରେ ଶତକ ହାସଲ କରି ଥିଲେ। ଭିଭିଆନ୍ ୧୯୮୬ରେ ଆଣ୍ଟିଗୁଆରେ ଇଂଲଣ୍ଡ ବିରୋଧରେ ୫୬ଟି ବଲ୍‌ରେ ଶତକ ହାସଲ କରିଥିବା ବେଳେ ମିସ୍‌ବା ୨୦୧୪ରେ ଆବୁ ଧାବିରେ ଅଷ୍ଟ୍ରେଲିଆ ବିପକ୍ଷରେ ୫୬ଟି ବଲ୍‌ରେ ଶତକ ହାସଲ କରିଥିଲେ।

ଆଜି ମକ୍‌ଲମ୍‌ ୭୯ଟି ବଲ୍‌ରେ ୧୪୫ ରନ୍‌ କରି ଆଉଟ୍ ହୋଇଥିଲେ। ଏହା ମଧ୍ୟରେ ଥିଲା ୬ଟି ଛକା ଓ ୨୧ଟି ଚୌକା। ସେ ପାଟ୍ଟିନ୍‌ସନ୍‌ଙ୍କର ଏକ ବଲ୍‌ରେ ଲିଓନଙ୍କ ହାତରେ କ୍ୟାଚ୍‌ ଆଉଟ୍ ହୋଇଥିଲେ।  ୩୪ ବର୍ଷୀୟ ମକ୍‌ଲମ୍‌ ୩୯ ରନ୍ କରି ଥିବା ବେଳେ ଆଉଟ୍ ହୋଇଯାଇଥିଲେ। ସେ ଗଲିରେ ମାରିଥିବା ଏକ ସଟ୍‌ରେ ମିଚେଲ୍ ମାର୍ଶଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ। ତେବେ ଟିଭି ରିପ୍ଲେରୁ ଜଣାପଡ଼ିଲା ଯେ  ଜେମ୍ସ ପାଟ୍ଟିନ୍‌ସନ୍‌ ପକାଇଥିବା ଉକ୍ତ ବଲ୍‌ଟି ନୋ ବଲ୍ ଥିଲା।

ମକ୍‌ଲମ୍‌ ଆଉ ଏକ ରେକର୍ଡର ଅଧିକାରୀ ମଧ୍ୟ ହୋଇଛନ୍ତି। ଟେଷ୍ଟ୍ କ୍ରିକେଟ୍‌ରେ ସବୁଠୁ ଅଧିକ ଛକା ମାରିଥିବା ଖେଳାଳି ପାଲଟି ଯାଇଛନ୍ତି। ସେ ୧୦୧ଟି ଟେଷ୍ଟ୍ ମ୍ୟାଚ୍‌ରୁ ୧୦୬ଟି ଛକ୍କା ହାସଲ କରିଛନ୍ତି। ପୂର୍ବରୁ ଏହି ରେକର୍ଡ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର୍ ଆଦାମ୍ ଗିଲଖ୍ରୀଷ୍ଟଙ୍କ ନାମରେ ଥିଲା। ତେବେ ଗତ ବର୍ଷ ଡିସେମ୍ବରରେ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟର ଦ୍ୱିତୀୟ ଇନିଂସରେ ମକ୍‌ଲମ୍‌ ଶହେ ଛକା ପୂରଣ କରି ଗିଲଖ୍ରୀଷ୍ଟଙ୍କ ରେକର୍ଡ ସହ ସମକକ୍ଷ ହୋଇଥିଲେ। ଆଜି ସେ ୬ଟି ଛକା ମାରି ଗିଲିଙ୍କ ରେକର୍ଡ ଭାଙ୍ଗି ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story