ବିଜେଡିର ପଦଯାତ୍ରା ଶେଷ; ମୁଖ୍ୟମନ୍ତ୍ରୀ କହିଲେ କେନ୍ଦ୍ରୀୟ ଅବହେଳା ବିରୁଦ୍ଧରେ ଲଢୁଛୁ, ଆଗକୁ ବି ଲଢ଼ିବୁ

ଭୁବନେଶ୍ୱର: ଓଡ଼ିଶା ପ୍ରତି କେନ୍ଦ୍ରୀୟ ଅବହେଳା ବିରୁଦ୍ଧରେ ବିଜେଡି ସବୁବେଳେ ଲଢ଼ି ଆସିଛି। ଆଗକୁ ମଧ୍ୟ ଏହି ଧାରା ଅବ୍ୟାହତ ରହିବ। ଓଡ଼ିଶାର ହକ୍ ପାଇଁ ବିଜେଡି ଲଢ଼ିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଏହି କଥା। ବିଜେଡିର ଜନସଂପର୍କ ପଦଯାତ୍ରାର ଉଦଯାପନ ଦିବସ ଅବସରରେ ଆଜି ଭୁବନେଶ୍ୱରର ପଥରବନ୍ଧ ବସ୍ତିରେ ଆୟୋଜିତ ସଭାରେ ମୁଖ୍ୟମନ୍ତ୍ରୀ ଏ କଥା କହିଥିଲେ। ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ, ସାମାଜିକ ସୁରକ୍ଷା ଦିଗରେ ଓଡ଼ିଶା ଏବେ ଏକ ଅଗ୍ରଣୀ ରାଜ୍ୟ। […]

padajatra

Rakesh Mallick
  • Published: Sunday, 11 October 2015
  • , Updated: 11 October 2015, 08:53 AM IST

ଭୁବନେଶ୍ୱର: ଓଡ଼ିଶା ପ୍ରତି କେନ୍ଦ୍ରୀୟ ଅବହେଳା ବିରୁଦ୍ଧରେ ବିଜେଡି ସବୁବେଳେ ଲଢ଼ି ଆସିଛି। ଆଗକୁ ମଧ୍ୟ ଏହି ଧାରା ଅବ୍ୟାହତ ରହିବ। ଓଡ଼ିଶାର ହକ୍ ପାଇଁ ବିଜେଡି ଲଢ଼ିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଏହି କଥା। ବିଜେଡିର ଜନସଂପର୍କ ପଦଯାତ୍ରାର ଉଦଯାପନ ଦିବସ ଅବସରରେ ଆଜି ଭୁବନେଶ୍ୱରର ପଥରବନ୍ଧ ବସ୍ତିରେ ଆୟୋଜିତ ସଭାରେ ମୁଖ୍ୟମନ୍ତ୍ରୀ ଏ କଥା କହିଥିଲେ। ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ, ସାମାଜିକ ସୁରକ୍ଷା ଦିଗରେ ଓଡ଼ିଶା ଏବେ ଏକ ଅଗ୍ରଣୀ ରାଜ୍ୟ। ରାଜ୍ୟ ସରକାର ଆଦିବାସୀ, ଚାଷୀ ଓ ଶ୍ରମିକଙ୍କ ବିଶ୍ୱାସଭାଜନ ହୋଇପାରିଛନ୍ତି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଭୁବନେଶ୍ୱର ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ବିଜୟ ମହାନ୍ତି, ବିଧାୟକ ପ୍ରିୟଦର୍ଶୀ ମିଶ୍ର ଓ ମେୟର ଅନନ୍ତ ନାରାୟଣ ଜେନା  ପ୍ରମୁଖ ଉପସ୍ଥିତ ଥିଲେ।

ଅକ୍ଟୋବର ୨ ତାରିଖ ଗାନ୍ଧି ଜୟନ୍ତୀରୁ ଆରମ୍ଭ ହୋଇଥିଲା ବିଜେଡିର ଜନସମ୍ପର୍କ ପଦଯାତ୍ରା। ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସମେତ ଦଳର ମନ୍ତ୍ରୀ ସାଂସଦ ବିଧାୟକ ଓ ଅନ୍ୟ ବରିଷ୍ଠ ନେତାମାନେ ୩୨ଟି ସାଂଗଠନିକ ଜିଲ୍ଲାରେ ଏହି ଜନସଂପର୍କ ପଦଯାତ୍ରା କରିଥିଲେ। ପଦଯାତ୍ରାରେ ଦଳ ସରକାରଙ୍କ ସଫଳତା ଓ କେନ୍ଦ୍ର ଅବହେଳା ନେଇ ଜନସାଧାରଣଙ୍କୁ ଅବଗତ କରାଇଥିଲା।

Related story