୨୦୦୬ ମୁମ୍ୱାଇ ସିରିଏଲ୍ ଟ୍ରେନ୍ ବୋମା ବିସ୍ଫୋରଣ ମାମଲା: ୧୨ ଦୋଷୀଙ୍କ ଦଣ୍ଡ ବିଧାନ ଆଜି

ମୁମ୍ବାଇ: ୨୦୦୬ ମୁମ୍ୱାଇ ସିରିଏଲ୍ ଟ୍ରେନ୍ ବୋମା ବିସ୍ଫୋରଣ ମାମଲାରେ ଆଜି ଦଣ୍ଡବିଧାନ ଘୋଷଣା ହୋଇପାରେ। ମହାରାଷ୍ଟ୍ର କଣ୍ଟ୍ରୋଲ ଅଫ୍ ଅର୍ଗାନାଇଜଡ୍ କ୍ରାଇମ୍ ଆକ୍ଟ ବା ମକୋକା କୋର୍ଟ ମାମଲାର ଦଣ୍ଡ ବିଧାନ ଘୋଷଣା କରିବେ। ପୂର୍ବରୁ ଗତ ୨୩ ତାରିଖରେ କୋର୍ଟ ଏହି ମାମଲାର ରାୟ ପ୍ରକାଶ କରି ୧୨ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଏହି ମାମଲାରେ ଗିରଫ ହୋଇଥିବା ମୋଟ ୧୩ ଜଣଙ୍କ ମଧ୍ୟରୁ ଜଣେ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ। ତେବେ କୋର୍ଟ […]

trainblast

trainblast

Rakesh Mallick
  • Published: Wednesday, 30 September 2015
  • Updated: 30 September 2015, 07:32 AM IST

Sports

Latest News

ମୁମ୍ବାଇ: ୨୦୦୬ ମୁମ୍ୱାଇ ସିରିଏଲ୍ ଟ୍ରେନ୍ ବୋମା ବିସ୍ଫୋରଣ ମାମଲାରେ ଆଜି ଦଣ୍ଡବିଧାନ ଘୋଷଣା ହୋଇପାରେ। ମହାରାଷ୍ଟ୍ର କଣ୍ଟ୍ରୋଲ ଅଫ୍ ଅର୍ଗାନାଇଜଡ୍ କ୍ରାଇମ୍ ଆକ୍ଟ ବା ମକୋକା କୋର୍ଟ ମାମଲାର ଦଣ୍ଡ ବିଧାନ ଘୋଷଣା କରିବେ। ପୂର୍ବରୁ ଗତ ୨୩ ତାରିଖରେ କୋର୍ଟ ଏହି ମାମଲାର ରାୟ ପ୍ରକାଶ କରି ୧୨ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଏହି ମାମଲାରେ ଗିରଫ ହୋଇଥିବା ମୋଟ ୧୩ ଜଣଙ୍କ ମଧ୍ୟରୁ ଜଣେ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ। ତେବେ କୋର୍ଟ ଦୋଷୀଙ୍କ ଦଣ୍ଡ ବିଧାନ ଉପରେ ରାୟ ସଂରକ୍ଷିତ ରଖିଥିଲେ। ଏହି ମାମଲାର ଶୁଣାଣି ବେଳେ ୮ଜଣଙ୍କୁ ମୃତ୍ୟୁଦଣ୍ଡ ଏବଂ ଅନ୍ୟ ୪ ଜଣଙ୍କୁ ଆଜୀବନ କାରାଦଣ୍ଡ ପାଇଁ ସରକାରୀ ଓକିଲ ଦାବି କରିଥିଲେ। ୨୦୦୬ ଜୁଲାଇ ୧୧ରେ ମୁମ୍ୱାଇ ଲୋକାଲ୍ ଟ୍ରେନରେ ମାଟୁଙ୍ଗାରୁ ମୀରା ରୋଡ୍ ମଧ୍ୟରେ ଗୋଟିଏ ପରେ ଗୋଟେ ମୋଟ୍ ୭ଟି ସିରିଜ୍ ବିସ୍ଫୋରଣ ହୋଇଥିଲା। ଏଥିରେ ୧୮୯ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ଶହରୁ ଅଧିକ ଲୋକ ଆହତ ହୋଇଥିଲେ। ଏହି ଘଟଣାର ୯ବର୍ଷ ପରେ ମକୋକା କୋର୍ଟ ଏହି ମାମଲାର ରାୟ ପ୍ରକାଶ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos