ନୂଆଦିଲ୍ଲୀ: ଗୁରୁଦ୍ୱାରରୁ ପରିବାରର ମଙ୍ଗଳ ମନାସୀ ଫେରୁଥିଲେ ପ୍ରିୟା ମେହେରା । ସାଙ୍ଗରେ ଥିଲେ ସ୍ୱାମୀ ପଙ୍କଜ ଓ ୨ ବର୍ଷର ପୁଅ । ହଠାତ୍ ତାଙ୍କ ଗାଡି ସାମ୍ନାରେ ଗୁଳି ଫୁଟିଲା। କିଛି ଜାଣିବା ଆଗରୁ ନିସ୍ତେଜ ହୋଇଗଲେ ପ୍ରିୟା । ଏହି ଦୁଃଖଦ ଘଟଣା ଘଟିଛି ରାଜଧାନୀ ଦିଲ୍ଲୀର ସାଲିମାର ବାଗ୍ ଅଞ୍ଚଳରେ।
ମଙ୍ଗଳବାର ରାତିରେ ମେହେରା ପରିବାର ଗୋଟିଏ କାରରେ ଗୁରୁଦ୍ୱାରରୁ ଘରକୁ ଫରୁଥାନ୍ତି। ଏତିକି ବେଳେ ଅନ୍ୟ ଗୋଟିଏ ଗାଡିରେ କେତେକ ଦୁର୍ବୃତ୍ତ ତାଙ୍କୁ ପିଛା କରି ଯାଉଥାନ୍ତି। କିଛି ବୁଝିବା ଆଗରୁ ହଠାତ୍ ଗୁଳି ଚାଳନା ଆରମ୍ଭ ହୋଇଯାଏ । ଦୁର୍ବୃତ୍ତମାନଙ୍କ ଲକ୍ଷ୍ୟରେ ପଙ୍କଜ ରହିଥିଲେ ହେଁ ଗୁଳି ବାଜେ ପ୍ରିୟାଙ୍କ ଛାତିରେ। ତୁରନ୍ତ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାର ଭର୍ତ୍ତି କରାଯାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରନ୍ତି।
ଅନ୍ୟପକ୍ଷରେ ମେହେର ପରିବାର ପକ୍ଷରୁ ଅଭିଯୋଗ ହୋଇଛି ଯେ, ପୋଲିସ ଓ ଡାକ୍ତରଖାନା କର୍ତ୍ତୁପକ୍ଷଙ୍କ ଅବହେଳା ଯୋଗୁଁ ପ୍ରିୟାଙ୍କ ମୃତ୍ୟୁ ହୋଇଛି। ଯଦି ଶୀଘ୍ର ଚିକିତ୍ସା ଆରମ୍ଭ ହୋଇଥାନ୍ତା ହୁଏତ ସେ ବଞ୍ଚି ଯାଇଥାଆନ୍ତେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
କେବଳ ଲୋକସଭା ନିର୍ବାଚନ ପାଇଁ ଗଠନ ହୋଇଥିଲା 'ଇଣ୍ଡିଆ' ମେଣ୍ଟ: ଶରଦ ପାୱାର
ରାଜ୍ୟ ଓ ଆଞ୍ଚଳିକ ନିର୍ବାଚନରେ ଏକାଠି ଲଢ଼ିବାକୁ ଆଲୋଚନା ହୋଇନଥିଲା ବୋଲି କହିଲେ ଶରଦ ପାୱାର।
National
‘ପ୍ୟାରିସ୍ ଭଳି ଦିଲ୍ଲୀ’ କହି କେଜ୍ରିୱାଲଙ୍କୁ ରାହୁଲଙ୍କ କଟାକ୍ଷ, ଦେଖନ୍ତୁ ଭିଡିଓ
ଇଣ୍ଡି ବ୍ଲକ୍ ମଧ୍ୟରେ ସବୁ କିଛି ଠିକ୍ଠାକ୍ ଚାଲି ନଥିବା ବେଳେ ଉଭୟ ଆପ୍ ଓ କଂଗ୍ରେସ ସଦସ୍ୟଙ୍କ ମଧ୍ୟରେ କାନ୍ଦୁଆ ଫିଙ୍ଗାଫିଙ୍ଗି ବଢ଼ିଯାଇଛି। ଏମିତିକି ଅନ୍ୟ ଦଳ ସହିତ ଆଲୋଚନା କଲା ପରେ କଂଗ୍ରେସକୁ ଇଣ୍ଡି ବ୍ଳକ୍ରୁ ବାହାର କରି ଦେବାକୁ ଧମକ ଦେଇଛି ଆପ୍।
Crime
ଦିଲ୍ଲୀରେ ୪୦୦ ସ୍କୁଲକୁ ବୋମା ଧମକ ଦେଇଥିଲା ନାବାଳକ, ଆପ୍-ବିଜେପି ମୁହାଁମୁହିଁ
ଗତ ୮ତାରିଖରେ ମିଳିଥିବା ମେଲକୁ ଟ୍ରାକ୍ କରି ଜଣେ ଯୁକ୍ତ୨ ଛାତ୍ରକୁ ଧରିଛି ପୁଲିସ। ଛାତ୍ର ଓ ଏହାର ଅଭିଭାବକ ଏକ ଏନଜିଓ ସହ ଜଡ଼ିତ। ଏନଜିଓ ଏକ ରାଜନୈତିକ ଦଳ ସହ ଜଡ଼ିତ ବୋଲି କହିଛି ପୁଲିସ।
National
କୁମ୍ଭମେଳାରେ ଅସୁସ୍ଥ ହୋଇ ପଡ଼ିଲେ ଷ୍ଟିଭ୍ ଜବ୍ସଙ୍କ ପତ୍ନୀ
ପ୍ରଥମ ଥର ପାଇଁ କୁମ୍ଭମେଳାରେ ଭାଗ ନେବାକୁ ଆସିଥିବା ଲରେନ୍ ପାୱେଲ ପୂର୍ବରୁ କେବେ ଏପରି ଭିଡ଼ ଦେଖିନଥିଲେ। ରବିବାର ରାତିରୁ ସେ ପ୍ରୟାଗରାଜରେ ସ୍ୱାମୀ କୈଳାଶନନ୍ଦ ଗିରିଙ୍କ ଶିବିରରେ ରହୁଛନ୍ତି।
National
ମା' ବିକି ଦେଲା ବୁଲେଟ୍, ନିଜକୁ ଗୁଳି କରିଦେଲା ପୁଅ
ନବମ ଶ୍ରେଣୀ ଛାତ୍ର ଜଣକ ରାଗରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।