ନୀତୀଶଙ୍କ ନୂତନ ମନ୍ତ୍ରିମଣ୍ଡଳରେ ବିଜେପିରୁ ୧୧

ପାଟନା: ବିହାରରେ ନୂଆ ସରକାର ଗଠନ ପରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଶନିବାର ନୂତନ ମନ୍ତ୍ରୀମଣ୍ଡଳ ଗଠନ କରିଛନ୍ତି। ଗଠିତ ହୋଇଥିବା ୨୬ ଜଣିଆ ତାଲିକାରେ ବିଜେପିର ୧୧ ଜଣ ବିଧାୟକଙ୍କୁ ସାମିଲ କରାଯାଇଛି। ଏହି ମନ୍ତ୍ରୀମାନଙ୍କୁ ଆଜି ବିହାର ରାଜ୍ୟପାଳ କେଶରୀ ନାଥ ରାଜଭବନରେ ଶପଥ ପାଠ କରାଇଛନ୍ତି। ସୂଚନା ଅନୁଯାୟୀ ଗତ ୨୬ ତାରିଖରେ ମୁଖ୍ୟମନ୍ତ୍ରୀପଦରୁ ଇସ୍ତଫା ଦେଇଥିଲେ ନୀତୀଶ କୁମାର। ଦୁର୍ନୀତି ମାମଲାରେ ଲାଲୁଙ୍କ ପୁଅ ତେଜସ୍ୱୀ ଯାଦବ ଛନ୍ଦି ହେବାରୁ ମହାମେଣ୍ଟ […]

nitish

nitish

Rakesh Mallick
  • Published: Saturday, 29 July 2017
  • Updated: 31 July 2017, 07:29 AM IST

ପାଟନା: ବିହାରରେ ନୂଆ ସରକାର ଗଠନ ପରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଶନିବାର ନୂତନ ମନ୍ତ୍ରୀମଣ୍ଡଳ ଗଠନ କରିଛନ୍ତି। ଗଠିତ ହୋଇଥିବା ୨୬ ଜଣିଆ ତାଲିକାରେ ବିଜେପିର ୧୧ ଜଣ ବିଧାୟକଙ୍କୁ ସାମିଲ କରାଯାଇଛି। ଏହି ମନ୍ତ୍ରୀମାନଙ୍କୁ ଆଜି ବିହାର ରାଜ୍ୟପାଳ କେଶରୀ ନାଥ ରାଜଭବନରେ ଶପଥ ପାଠ କରାଇଛନ୍ତି। ସୂଚନା ଅନୁଯାୟୀ ଗତ ୨୬ ତାରିଖରେ ମୁଖ୍ୟମନ୍ତ୍ରୀପଦରୁ ଇସ୍ତଫା ଦେଇଥିଲେ ନୀତୀଶ କୁମାର।

ଦୁର୍ନୀତି ମାମଲାରେ ଲାଲୁଙ୍କ ପୁଅ ତେଜସ୍ୱୀ ଯାଦବ ଛନ୍ଦି ହେବାରୁ ମହାମେଣ୍ଟ ଭାଙ୍ଗି ଇସ୍ତଫା ଦେଇଥିଲେ ନୀତୀଶ କୁମାର। ପରେ ୨୭ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ପୁଣି ଥରେ ଶପଥ ନେଇଥିଲେ ଜେଡିୟୁ ନେତା ନୀତୀଶ କୁମାର। ବିଜେପି ଓ ଏନ୍‌ଡିଏ ସମର୍ଥନରେ ସେ ଗଢ଼ିଛନ୍ତି ସରକାର। ତାଙ୍କ ସହିତ ବିଜେପି ନେତା ସୁଶୀଲ କୁମାର ମୋଦି ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ପରେ ବିଧାନସଭାରେ ଅସ୍ଥା ଭୋଟରେ ୧୩୧ ଜଣ ବିଧାୟକଙ୍କ ସମର୍ଥନରେ ନୀତୀଶ କୁମାର ବହୁମତ ସାବ୍ୟସ୍ତ କରିବା ପରେ ଆଜି ନୂତନ ମନ୍ତ୍ରୀମଣ୍ଡଳ ଗଠନ କରିଛନ୍ତି। ୨୪୩  ଆସନ ବିଶିଷ୍ଟ ବିହାର ବିଧାନସଭାରେ ଜେଡିୟୁର ୭୧ ଜଣ ବିଧାୟକ ଅଛନ୍ତି। ବିଜେପିର ୫୩ ଜଣ ବିଧାୟକ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos