ଡାଇବେଟିସ୍‌ ଦିବସରେ ସଚେତନତାର ମନ୍ତ୍ର ବାଣ୍ଟିଲେ ଅଭିନେତ୍ରୀ ପୁନମ୍‌ ମିଶ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଆଜି ବିଶ୍ୱ ଡାଇବେଟିସ୍‌ ଦିବସ। ମଧୁମେହ ରୋଗ ଓ ଏହାର ନିରାକରଣ ସମ୍ପର୍କରେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଚି କରିବା ହେଉଛି ଏହି ଦିବସ ପାଳନର ଲକ୍ଷ୍ୟ। ଏହି ଦିନ ବିଭିନ୍ନ ଶୋଭାଯାତ୍ରା ଏବଂ ଆଲୋଚନାଚକ୍ର ଜରିଆରେ ଡାଇବେଟିସ୍‌ ରୋଗ ସମ୍ପର୍କରେ ଲୋକଙ୍କ ମନରେ ଥିବା କିଛି ଭ୍ରାନ୍ତ ଧାରଣା ଦୂର କରାଯାଏ। ଆଜିର ଦିନରେ ଡାଇବେଟିସ୍‌ ସମ୍ପର୍କରେ ସାଧାରଣ ଲୋକଙ୍କୁ ସଚେତନ କରାଇବା ପାଇଁ ଓଲିଉଡ୍‌ କଳାକାରମାନଙ୍କ ମଧ୍ୟରେ ବି ଢେର୍‌ ଉତ୍ସାହ […]

46199790_2200429906913012_1021533679018573824_n

Biswobandita Swain
  • Published: Wednesday, 14 November 2018
  • , Updated: 14 November 2018, 04:33 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଆଜି ବିଶ୍ୱ ଡାଇବେଟିସ୍‌ ଦିବସ। ମଧୁମେହ ରୋଗ ଓ ଏହାର ନିରାକରଣ ସମ୍ପର୍କରେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଚି କରିବା ହେଉଛି ଏହି ଦିବସ ପାଳନର ଲକ୍ଷ୍ୟ। ଏହି ଦିନ ବିଭିନ୍ନ ଶୋଭାଯାତ୍ରା ଏବଂ ଆଲୋଚନାଚକ୍ର ଜରିଆରେ ଡାଇବେଟିସ୍‌ ରୋଗ ସମ୍ପର୍କରେ ଲୋକଙ୍କ ମନରେ ଥିବା କିଛି ଭ୍ରାନ୍ତ ଧାରଣା ଦୂର କରାଯାଏ।

ଆଜିର ଦିନରେ ଡାଇବେଟିସ୍‌ ସମ୍ପର୍କରେ ସାଧାରଣ ଲୋକଙ୍କୁ ସଚେତନ କରାଇବା ପାଇଁ ଓଲିଉଡ୍‌ କଳାକାରମାନଙ୍କ ମଧ୍ୟରେ ବି ଢେର୍‌ ଉତ୍ସାହ ଦେଖିବାକୁ ମିଳିଛି।

 କିଏ ଭିଡିଓ ମେସେଜ୍‌ ଜରିଆରେ ତ ଆଉ କିଏ ବିଭିନ୍ନ ଶୋଭାଯାତ୍ରାରେ ସାମିଲ୍‌ ହୋଇ ଲୋକଙ୍କୁ ଡାଇବେଟିସ୍‌ ସମ୍ପର୍କରେ ସଚେତନ କରାଇବାକୁ ଚେଷ୍ଟା କରିଛନ୍ତି।

ଓଲିଉଡ୍‌ ଅଭିନେତ୍ରୀ ପୁନମ୍‌ ମିଶ୍ର ମଧ୍ୟ ଆଜି ଆପୋଲୋ ହସ୍ପିଟାଲ୍‌ କର୍ମଚାରୀମାନଙ୍କ ସହ ମିଶି ଡାଇବେଟିସ୍‌ ସଚେତନତା ଶୋଭାଯାତ୍ରାରେ ବାହାରିଥିଲେ ଏବଂ ଲୋକଙ୍କୁ ଡାଇବେଟିସ୍‌ ରୋଗ ସମ୍ପର୍କରେ ସଚେତନ କରାଇଥିଲେ। ପୁନମ୍‌ଙ୍କ ସହ ଏହି ଶୋଭାଯାତ୍ରାରେ ଓଲିଉଡ୍‌ ଅଭିନେତ୍ରୀ ନିହାରିକା ଦାଶ ମଧ୍ୟ ସାମିଲ୍‌ ହୋଇଥିଲେ।

Related story