ବିରାଟ ଭାଙ୍ଗିବେ ଏହି ପାକ୍‌ କିମ୍ବଦନ୍ତୀଙ୍କ ରେକର୍ଡ !

ହାଇଦ୍ରାବାଦ (ଓଡ଼ିଶା ରିପୋର୍ଟର) : ଶୁକ୍ରବାର ହାଇଦ୍ରାବାଦରେ ଭାରତ ୱେଷ୍ଟଇଣ୍ଡିଜ୍‌କୁ ଦ୍ୱିତୀୟ ଟେଷ୍ଟରେ ଭେଟିବ ଏବଂ ଏଥିରେ ଅଧିନାୟକ ବିରାଟ କୋହଲିଙ୍କ ପାଇଁ ରହିଛି ବିରାଟ ସୁଯୋଗ। ବର୍ତ୍ତମାନ ତାଙ୍କ ନାମରେ ୨୪ଟି ଶତକ ରହିଥିବାବେଳେ ଆଉ ଗୋଟିଏ ଶତକ କରିଲେ ସେ ପାକିସ୍ତାନର କିମ୍ବଦନ୍ତୀ ଖେଳାଳି ଇଞ୍ଜମାମ୍‌ ଉଲ୍ ହକ୍‌ଙ୍କ ସହିତ ସମକକ୍ଷ ହୋଇଯିବେ। ବର୍ତ୍ତମାନ ଇଞ୍ଜମାମ୍‌ଙ୍କ ନାମରେ ୨୫ଟି ଟେଷ୍ଟ ଶତକର ରେକର୍ଡ ରହିଛି। ଉଲ୍ଲେଖନୀୟ ବିଷୟ ହେଉଛି, କୋହଲି ଏହି ରେକର୍ଡ ମାତ୍ର […]

Virat

Hemant Lenka
  • Published: Wednesday, 10 October 2018
  • , Updated: 10 October 2018, 05:55 PM IST

ହାଇଦ୍ରାବାଦ (ଓଡ଼ିଶା ରିପୋର୍ଟର) : ଶୁକ୍ରବାର ହାଇଦ୍ରାବାଦରେ ଭାରତ ୱେଷ୍ଟଇଣ୍ଡିଜ୍‌କୁ ଦ୍ୱିତୀୟ ଟେଷ୍ଟରେ ଭେଟିବ ଏବଂ ଏଥିରେ ଅଧିନାୟକ ବିରାଟ କୋହଲିଙ୍କ ପାଇଁ ରହିଛି ବିରାଟ ସୁଯୋଗ। ବର୍ତ୍ତମାନ ତାଙ୍କ ନାମରେ ୨୪ଟି ଶତକ ରହିଥିବାବେଳେ ଆଉ ଗୋଟିଏ ଶତକ କରିଲେ ସେ ପାକିସ୍ତାନର କିମ୍ବଦନ୍ତୀ ଖେଳାଳି ଇଞ୍ଜମାମ୍‌ ଉଲ୍ ହକ୍‌ଙ୍କ ସହିତ ସମକକ୍ଷ ହୋଇଯିବେ।

ବର୍ତ୍ତମାନ ଇଞ୍ଜମାମ୍‌ଙ୍କ ନାମରେ ୨୫ଟି ଟେଷ୍ଟ ଶତକର ରେକର୍ଡ ରହିଛି। ଉଲ୍ଲେଖନୀୟ ବିଷୟ ହେଉଛି, କୋହଲି ଏହି ରେକର୍ଡ ମାତ୍ର ୭୩ଟି ମ୍ୟାଚ୍‌ ଖେଳି ହାସଲ କରିବେ। ସେ ବର୍ତ୍ତମାନ ପର୍ଯ୍ୟନ୍ତ ୭୨ଟି ମ୍ୟାଚ୍‌ ଖେଳି ୫୪.୬୬ ରନ୍‌ ହାରରେ ୬୨୮୬ ରନ୍‌ କରିଛନ୍ତି ଏବଂ ଇଞ୍ଜମାମ୍‌ ୧୨୦ ଟେଷ୍ଟରୁ ୪୬.୯୦ ରନ୍‌ ହାରରେ ୮୮୩୦ ରନ୍‌ କରିପାରିଛନ୍ତି। ଟେଷ୍ଟରେ ଶତକ କରିବା ତାଲିକାରେ କୋହଲି ବର୍ତ୍ତମାନ ୨୧ତମ ସ୍ଥାନରେ ଅଛନ୍ତି।

Related story