ରିଲିଜ୍‌ କୁ ବିରୋଧ ପରେ ଏବେ ଟିକେଟ୍ ବୁକିଂ ପାଇଁ ଛକାପଞ୍ଝା, ଓଡ଼ିଶା ବି ପଛରେ ପଡ଼ିନି

ମୁମ୍ବାଇ: ସଞ୍ଜୟ ଲିଲା ଭନ୍‌ସାଲିଙ୍କ ବିବାଦୀୟ ଫିଲ୍ମ ‘ପଦ୍ମାବତ’ ରିଲିଜ୍‌ ହେବା ପାଇଁ ଆଉ ମାତ୍ର ୪ ଦିନ ବାକି ରହିଲା। କିନ୍ତୁ ଫିଲ୍ମକୁ ନେଇ ବିରୋଧ ଏଯାଏଁ ଥମିନାହିଁ। ଫିଲ୍ଟଟି ଯେତେ ବିବାଦ ଘେରକୁ ଯାଉଛି ଦର୍ଶକଙ୍କ ଉତ୍ସାହ ସେତିକି ବଢ଼ି ବଢ଼ି ଚାଲିଛି। ଗୁଜରାଟ ଓ ରାଜସ୍ଥାନର ଅନେକ ସ୍ଥାନରେ ଏବେ ମଧ୍ୟ ଫିଲ୍ମକୁ ଜୋରଦାର ବିରୋଧ କରାଯାଉଛି। କିନ୍ତୁ ଯେଉଁ ସହର ଗୁଡ଼ିକର ଫିଲ୍ମ ରିଲିଜ୍‌ ହେବ ସେଠାରେ ଜବରଦସ୍ତ ଆଡ୍‌ଭାନ୍ସ ଟିକେଟ୍ […]

45

45

Rakesh Mallick
  • Published: Sunday, 21 January 2018
  • Updated: 21 January 2018, 06:18 PM IST

Sports

Latest News

ମୁମ୍ବାଇ: ସଞ୍ଜୟ ଲିଲା ଭନ୍‌ସାଲିଙ୍କ ବିବାଦୀୟ ଫିଲ୍ମ ‘ପଦ୍ମାବତ’ ରିଲିଜ୍‌ ହେବା ପାଇଁ ଆଉ ମାତ୍ର ୪ ଦିନ ବାକି ରହିଲା। କିନ୍ତୁ ଫିଲ୍ମକୁ ନେଇ ବିରୋଧ ଏଯାଏଁ ଥମିନାହିଁ। ଫିଲ୍ଟଟି ଯେତେ ବିବାଦ ଘେରକୁ ଯାଉଛି ଦର୍ଶକଙ୍କ ଉତ୍ସାହ ସେତିକି ବଢ଼ି ବଢ଼ି ଚାଲିଛି। ଗୁଜରାଟ ଓ ରାଜସ୍ଥାନର ଅନେକ ସ୍ଥାନରେ ଏବେ ମଧ୍ୟ ଫିଲ୍ମକୁ ଜୋରଦାର ବିରୋଧ କରାଯାଉଛି। କିନ୍ତୁ ଯେଉଁ ସହର ଗୁଡ଼ିକର ଫିଲ୍ମ ରିଲିଜ୍‌ ହେବ ସେଠାରେ ଜବରଦସ୍ତ ଆଡ୍‌ଭାନ୍ସ ଟିକେଟ୍ ବୁକିଂ ଚାଲିଛି। ଏଥିରେ ଓଡ଼ିଶା ବି ପଛରେ ପଡ଼ିଯାଇ ନାହିଁ।

ଫିଲ୍ମଟିର ଟ୍ୱିଟର ହ୍ୟାଣ୍ଡେଲ୍‌ରେ ଆଡ୍‌ଭାନ୍ସ ଟିକେଟ୍ ବୁକିଂ ପାଇଁ ଲିଙ୍କ ସେୟାର କରାଯାଉଛି।  ରିଲିଜ୍‌ର ପ୍ରଥମ ଦିନରେ ପ୍ରଥମ ଶୋ’ ଦେଖିବା ପାଇଁ ସମସ୍ତ ସୂଚନା ମଧ୍ୟ ଦିଆଯାଉଛି। ଗୁଜରାଟ ଓ ରାଜସ୍ଥାନ ଭଳି ହିମାଚଳ ପ୍ରଦେଶ ଓ ହରିୟାଣାରେ ମଧ୍ୟ ଫିଲ୍ମ ବ୍ୟାନ୍‌ ନେଇ ଚର୍ଚ୍ଚା ହେଉଥିଲା। ତା’ ସତ୍ତ୍ୱେ ବି ହରିୟାଣାର ଫରିଦାବାଦ୍, ହିସାର ଓ ରୋହତକ ଭଳି ସହରରେ ଜୋରସୋର୍‌ରେ ଆଡ୍‌ଭାନ୍‌ସ ଟିକେଟ୍ ବୁକିଂ ଚାଲିଛି।

ଭାରତର ଯେଉଁ ସହର ଗୁଡ଼ିକର ଟିକଟ ବୁକିଂ ଚାଲିଛି ସେଗୁଡ଼ିକ ହେଲା- ଇଲାହାବାଦ, ଆମରାବତୀ, ଅମୃତସର, ଔରଙ୍ଗାବାଦ୍, ବେଙ୍ଗଲୁରୁ, ବରେଲି, ଭଟିଣ୍ଡା, ଭୁବନେଶ୍ୱର, ଚଣ୍ଡିଗଡ଼, ଚେନ୍ନାଇ, କଟକ, ଦେହେରାଡୁନ୍‌, ଧନବାଦ, ଗୋରଖପୁର, ଗୁଲବର୍ଗା, ଗୁଁଟର, ଗୌହାଟି, ହୁବଲି, ହାୱଡ଼ା, ହାଇଦ୍ରାବଦ୍, ଝାରସୁଗୁଡ଼ା, ରାଉର୍‌କେଲା, ବ୍ରଜରାଜନଗର, କାନପୁର, କୋଚି, କୋହ୍ଲାପୁର, କୋଲକାତା, ଲାତୁର, ମୁମ୍ବାଇ, ମୁରାଦାବାଦ୍, ପୁଡୁଚେରି, ପୁଣେ, ସିଲିଗୁଡ଼ି, ମଣିପାଲ, ନାସିକ୍, ପଠାନକୋଟ୍ , ମିରଟ ଏବଂ ବିଜୟନଗରମ୍‌ ଭଲି ଅନେକ ସହରରେ ଟିକେଟ୍ ବୁକିଂ ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos