ଇଚ୍ଛାଧୀନ କୋଟାରେ ପ୍ଲଟ୍ ଓ ଫ୍ଲାଟ୍ ମାମଲା: ଚାଲିଛି ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର: ଇଚ୍ଛାଧୀନ କୋଟାରେ ଆବଣ୍ଟିତ ପ୍ଲଟ୍‌ ଓ ଫ୍ଲାଟ୍ ମାମଲାର ଅଗ୍ରଗତି ଓ କାର୍ଯ୍ୟକାରିତା ନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଚାଲିଛି । ଏଥିରେ ଟାସ୍କଫୋର୍ସ ସୁପାରିଶ କାର୍ଯ୍ୟକାରିତା ନେଇ ଆଲୋଚନା ହେବ। ବୈଠକରେ  ଭିଜିଲାନ୍ସ, ଅର୍ଥ,  ନଗର ଉନ୍ନୟନ ବିଭାଗ, ବିଡିଏ, ସିଡିଏ ଓ ହାଉସିଂ ବୋର୍ଡ ଆଦି ବିଭାଗୀୟ ଅଧିକାରୀ ଉପସ୍ଥିତ ଅଛନ୍ତି। ଏହା ପୂର୍ବରୁ ବନ୍ଦ ଲଫାଫାରେ ଗତ ୧୧ ତାରିଖ ସୁଦ୍ଧା ତଥ୍ୟ ଦେବା ପାଇଁ […]

bda bbsr

Rakesh Mallick
  • Published: Saturday, 16 April 2016
  • , Updated: 16 April 2016, 11:19 AM IST

ଭୁବନେଶ୍ୱର: ଇଚ୍ଛାଧୀନ କୋଟାରେ ଆବଣ୍ଟିତ ପ୍ଲଟ୍‌ ଓ ଫ୍ଲାଟ୍ ମାମଲାର ଅଗ୍ରଗତି ଓ କାର୍ଯ୍ୟକାରିତା ନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଚାଲିଛି । ଏଥିରେ ଟାସ୍କଫୋର୍ସ ସୁପାରିଶ କାର୍ଯ୍ୟକାରିତା ନେଇ ଆଲୋଚନା ହେବ। ବୈଠକରେ  ଭିଜିଲାନ୍ସ, ଅର୍ଥ,  ନଗର ଉନ୍ନୟନ ବିଭାଗ, ବିଡିଏ, ସିଡିଏ ଓ ହାଉସିଂ ବୋର୍ଡ ଆଦି ବିଭାଗୀୟ ଅଧିକାରୀ ଉପସ୍ଥିତ ଅଛନ୍ତି।

ଏହା ପୂର୍ବରୁ ବନ୍ଦ ଲଫାଫାରେ ଗତ ୧୧ ତାରିଖ ସୁଦ୍ଧା ତଥ୍ୟ ଦେବା ପାଇଁ ଏସବୁ ବିଭାଗକୁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ରହିଥିଲା।

ଇଚ୍ଛାଧୀନ କୋଟା ପ୍ରସଙ୍ଗରେ  ସରକାରଙ୍କ ପରବର୍ତ୍ତୀ ପଦକ୍ଷେପ କ’ଣ ହେବ? ଏକାଧିକ ପ୍ଲଟ୍‌ ଓ ଫ୍ଲାଟ୍ ଆବଣ୍ଟନ ବାତିଲ୍‌ କରାଯିବ ନା ନାହିଁ, ତାକୁ ନେଇ ଲାଗି ରହିଛି ଦ୍ୱନ୍ଦ୍ୱ।

Related story