ପହିଲାରେ ପିଏମ୍‌-କିଷାନର ଦଶମ କିସ୍ତି ପ୍ରଦାନ କରିବେ ମୋଦି

ନୂଆଦିଲ୍ଲୀ: ଜାନୁଆରୀ ପହିଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ୧୦ କୋଟି ଚାଷୀଙ୍କୁ ପିଏମ୍‌-କିଷାନର ଦଶମ କିସ୍ତି ପ୍ରଦାନ କରିବେ । ସେମାନଙ୍କୁ ୨୦ହଜାର କୋଟିରୁ ଅଧିକ ଅର୍ଥ ହସ୍ତାନ୍ତର ହେବ। ଏ ପର୍ଯ୍ୟନ୍ତ  ୧.୬ଲକ୍ଷ କୋଟି ଟଙ୍କା ରାଶି କୃଷକ ମାନଙ୍କୁ ଦିଆଯାଇଛି। ତୃଣମୂଳ ସ୍ତରରର କୃଷକମାନଙ୍କୁ ସଶକ୍ତ କରିବାରେ ପିଏମ୍‌-କିଷାନର ଲକ୍ଷ୍ୟ। ପ୍ରଧାନମନ୍ତ୍ରୀ ୧.୨୪ଲକ୍ଷ କୃଷକଙ୍କୁ ସୁବିଧା ପାଇଁ  ୩୫୧ ଏଫପିଓକୁ ୧୪ କୋଟି ଟଙ୍କାରୁ ଅଧିକ ଇକ୍ୟୁଇଟି ଗ୍ରାଣ୍ଟ ପ୍ରଦାନ କରିବେ। ପ୍ରଧାନମନ୍ତ୍ରୀ […]

Modi

Tapas Behera
  • Published: Wednesday, 29 December 2021
  • , Updated: 29 December 2021, 09:55 PM IST

ନୂଆଦିଲ୍ଲୀ: ଜାନୁଆରୀ ପହିଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ୧୦ କୋଟି ଚାଷୀଙ୍କୁ ପିଏମ୍‌-କିଷାନର ଦଶମ କିସ୍ତି ପ୍ରଦାନ କରିବେ । ସେମାନଙ୍କୁ ୨୦ହଜାର କୋଟିରୁ ଅଧିକ ଅର୍ଥ ହସ୍ତାନ୍ତର ହେବ। ଏ ପର୍ଯ୍ୟନ୍ତ  ୧.୬ଲକ୍ଷ କୋଟି ଟଙ୍କା ରାଶି କୃଷକ ମାନଙ୍କୁ ଦିଆଯାଇଛି। ତୃଣମୂଳ ସ୍ତରରର କୃଷକମାନଙ୍କୁ ସଶକ୍ତ କରିବାରେ ପିଏମ୍‌-କିଷାନର ଲକ୍ଷ୍ୟ।

ପ୍ରଧାନମନ୍ତ୍ରୀ ୧.୨୪ଲକ୍ଷ କୃଷକଙ୍କୁ ସୁବିଧା ପାଇଁ  ୩୫୧ ଏଫପିଓକୁ ୧୪ କୋଟି ଟଙ୍କାରୁ ଅଧିକ ଇକ୍ୟୁଇଟି ଗ୍ରାଣ୍ଟ ପ୍ରଦାନ କରିବେ। ପ୍ରଧାନମନ୍ତ୍ରୀ ଭିଡିଓ କନଫରେସିଂ ଜରିଆରେ ଏହି ସୁବିଧା ହସ୍ତାନ୍ତର କରିବେ । ଏହା ଦ୍ୱାରା ୧୦ କୋଟିରୁ ଅଧିକ ହିତାଧିକାରୀଙ୍କ ନିକଟକୁ ୨୦ହଜାର କୋଟିରୁ ଅଧିକ ଅର୍ଥ ହସ୍ତାନ୍ତର ହେବ ।

ପିଏମ୍‌-କିଷାନ ଯୋଜନାରେ  ବାର୍ଷିକ ୬ହଜାର ଟଙ୍କା ଲେଖାଏଁ ପ୍ରତି ହିତାଧିକାରୀ ପରିବାରକୁ ପ୍ରଦାନ କରାଯାଇଥାଏ । ଏହି ଅର୍ଥ  କିସ୍ତିୱାରୀ ଦୁଇ ହଜାର କରି ତିନିଟି କିସ୍ତିରେ  ପ୍ରଦାନ କରାଯାଏ। ଏହି ଅର୍ଥ ପ୍ରତ୍ୟେକ  ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଜମା କରାଯାଏ। ଅଦ୍ୟାବଧି ଯୋଜନା  ଅଧିନରେ ଚାଷୀ ପରିବାରକୁ ୧.୬ ଲକ୍ଷ ରକାଟି ଟଙ୍କା ସମ୍ମାନ ରାଶି ପ୍ରଦାନ କରାଯାଇଛି।

Related story