ଆଜି ଇଡିରେ ହାଜର ହେବେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ମାମଲାରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସମ୍ମୁଖରେ ହାଜର ହେବେ କଂଗ୍ରେସ ନେତା ରାହୁଲ ଗାନ୍ଧି ।  ଏହି ପରିପ୍ରେକ୍ଷୀରେ କଂଗ୍ରେସ ଶକ୍ତି ପ୍ରଦର୍ଶନ କରିବା ପାଇଁ ଯୋଜନା କରିଛି। ଦେଶବ୍ୟାପୀ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟ ଆଗରେ କଂଗ୍ରେସ କର୍ମୀମାନେ ବିକ୍ଷୋଭ କରିବେ ।  ନ୍ୟାସନାଲ ହେରାଲ୍ଡ ମାମଲାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଆସନ୍ତା ୨୩ତାରିଖରେ ବି ହାଜର ହେବାକୁ ନିର୍ଦ୍ଦେଶ ରହିଛି ।  ହେଲେ ସୋନିଆ କରୋନା ସଂକ୍ରମିତ ଥିବାରୁ […]

Rahul-Gandhi

Tapas Behera
  • Published: Monday, 13 June 2022
  • , Updated: 13 June 2022, 08:34 AM IST

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ମାମଲାରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସମ୍ମୁଖରେ ହାଜର ହେବେ କଂଗ୍ରେସ ନେତା ରାହୁଲ ଗାନ୍ଧି ।  ଏହି ପରିପ୍ରେକ୍ଷୀରେ କଂଗ୍ରେସ ଶକ୍ତି ପ୍ରଦର୍ଶନ କରିବା ପାଇଁ ଯୋଜନା କରିଛି। ଦେଶବ୍ୟାପୀ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟ ଆଗରେ କଂଗ୍ରେସ କର୍ମୀମାନେ ବିକ୍ଷୋଭ କରିବେ ।  ନ୍ୟାସନାଲ ହେରାଲ୍ଡ ମାମଲାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଆସନ୍ତା ୨୩ତାରିଖରେ ବି ହାଜର ହେବାକୁ ନିର୍ଦ୍ଦେଶ ରହିଛି ।  ହେଲେ ସୋନିଆ କରୋନା ସଂକ୍ରମିତ ଥିବାରୁ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି ।  ତେବେ ଇଡିରେ ହାଜର ପୂର୍ବରୁ ସବୁ କଂଗ୍ରେସ ସାଂସଦଙ୍କୁ ଦିଲ୍ଲୀ ଡକାଇ କାହିଁକି କଂଗ୍ରେସ ଏହାର ରାଜନୀତି କରୁଛି ବୋଲି ପ୍ରଶ୍ନ କରିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । ରାହୁଲ ନାଟକବାଜି ନ କରି ଇଡି ଆଗରେ ହାଜର ହୁଅନ୍ତୁ ଏବଂ ରାଜନୀତି କରି ଆଇନରୁ ଖସିବାକୁ ଚେଷ୍ଟା କରନ୍ତୁନି ବୋଲି ସମ୍ବିତ ଗତକାଲି କହିଥିଲେ ।  ସେପଟେ କଂଗ୍ରେସ ଏହାକୁ ପ୍ରତିଶୋଧ ରାଜନୀତି ବୋଲି କହିଛି । ବିଜେପି ନେତା ସୁବ୍ରମନିୟନ୍‌ ସ୍ୱାମୀଙ୍କ ଅଭିଯୋଗ ପରେ ନ୍ୟାଶନାଲ ହେରାଲ୍ଡ ମାମଲା ସାମ୍ନାକୁ ଆସିଥିଲା।

ସୋନିଆ ଗାନ୍ଧି ଓ ତାଙ୍କ ପୁଅ ରାହୁଲ ଗାନ୍ଧି ଏକ କମ୍ପାନୀ ପ୍ରତିଷ୍ଠା କରିବା ସହ ୯୦ କୋଟିର ଋଣଭାରରେ ବୁଡ଼ିଥିବା ଏଜେଏଲ୍‌ର ମାଲିକାନାକୁ ନିଜ ହାତକୁ ନେଇଥିଲେ। ୟଙ୍ଗ ଇଣ୍ଡିଆ ଲିଃ କମ୍ପାନୀ ଏହାକୁ କିଣିଥିଲା। ୟଙ୍ଗ ଇଣ୍ଡିଆ ଲିଃର ନିର୍ଦ୍ଦେଶକ ରାହୁଲ ଗାନ୍ଧି ରହିଥିଲେ। ତେବେ ଏଜେଏଲ୍‌ର ଶେୟାର ହୋଲ୍ଡରମାନଙ୍କୁ କମ୍ପାନୀର ମାଲିକାନା ପରିବର୍ତ୍ତନ ବେଳେ କୌଣସି ପ୍ରକାରର ନୋଟିସ ପଠା ଯାଇନଥିବା ଅଭିଯୋଗ ହୋଇଛି। ସୁବ୍ରମନିୟନ୍‌ ସ୍ୱାମୀ କହିଥିଲେ ଯେ ୟଙ୍ଗ ଇଣ୍ଡିଆ ଲିଃ ବେଆଇନ ଭାବେ ଏଜେଏଲର ସମ୍ପତ୍ତି ଦଖଲ କରିଥିଲା। ଏହା ମଧ୍ୟରେ ନ୍ୟାଶନାଲ ହେରାଲ୍ଡ ମଧ୍ୟ ରହିଥିଲା। ଏପରି କି ବେଆଇନ ଭାବେ କମ୍ପାନୀ ୨ ହଜାର କୋଟି ଟଙ୍କାର ସମ୍ପତ୍ତି ହଡ଼ପ କରିଥିବା ସୁବ୍ରମନିୟନ୍‌ ସ୍ୱାମୀ ଅଭିଯୋଗ କରିଥିଲେ।

ସେ ଆହୁରି କହିଥିଲେ ଯେ ଏଜେଏଲ କଂଗ୍ରେସ ପାର୍ଟି ଠାରୁ ୯୦.୨୫ କୋଟି ଟଙ୍କା ଋଣ ଆକାରରେ ନେଇଥିଲା। ଏହାକୁ ଅସୁଲ କରିବାର ଅଧିକାର ହାସଲ କରିବାକୁ ୟଙ୍ଗ ଇଣ୍ଡିଆ ଲିଃ ଉକ୍ତ କମ୍ପାନୀକୁ ମାତ୍ର ୫୦ ଲକ୍ଷ ଟଙ୍କା ଦେଇଥିଲା। ନ୍ୟାଶନାଲ ହେରାଲ୍ଡ ଖବର କାଗଜର କାମ ଆରମ୍ଭ କରିବା ପାଇଁ ଏପରି ଋଣ ନେଇଥିଲା। ଋଣ ପ୍ରଦାନ ମଧ୍ୟ ବେଆଇନ। କାରଣ ଏହା ପାର୍ଟି ଫଣ୍ଡରୁ ଦିଆଯାଇଥିଲା ବୋଲି ସେ କହିଛନ୍ତି।

୨୦୧୪ରେ ଇଡି ଘଟଣାର ଖୋଳତାଡ଼ ଆରମ୍ଭ କରିବା ସହ ମନି ଲଣ୍ଡରିଂ ମାମଲା ରୁଜୁ କରିଛି।

Related story