ରାଜ୍ୟସଭାରେ ଆଜି ଆସିବ ଜିଏସ୍‌ଟି ବିଲ୍‌

ନୂଆଦିଲ୍ଲୀ: ରାଜ୍ୟସଭାରେ ଆଜି ଗୁଡ୍ସ ଆଣ୍ଡ ସର୍ଭିସେସ୍‌ (ଜିଏସ୍‌ଟି) ବିଲ୍‌ ଉପସ୍ଥାପନ କରାଯିବ। ଏ ନେଇ ବିଜେପି ସାସଦୀୟ ବ୍ୟାପାର ମନ୍ତ୍ରୀ ଅନନ୍ତ କୁମାର ସୂଚନା ଦେଇଛନ୍ତି। ଏହି ବିଲ୍‌କୁ ପାସ୍‌ କରାଇବାକୁ ବିଜେପି ପକ୍ଷରୁ ପ୍ରସ୍ତୁତି ଜୋର ଧରିଛି। ଜିଏସ୍‌ଟି ବିଲ୍‌ ପାରିତ ହେବା ନେଇ ଅର୍ଥମନ୍ତ୍ରୀ ସବୁ ଦଳଙ୍କ ସହିତ ଅରଲୋଚନା କରିଛନ୍ତି। ତେଣୁ ରାଜ୍ୟସଭାରେ ଏହି ବିଲ୍‌ ପାରିତ ହୋଇଯିବା ନେଇ ଆଶା ରଖିଛୁ ବୋଲି ଅନନ୍ତ କହିଛନ୍ତି। ଜିଏସ୍‌ଟି କେନ୍ଦ୍ର ସରକାରଙ୍କ […]

Rajya-Sabha

Rakesh Mallick
  • Published: Wednesday, 03 August 2016
  • , Updated: 03 August 2016, 10:47 PM IST

ନୂଆଦିଲ୍ଲୀ: ରାଜ୍ୟସଭାରେ ଆଜି ଗୁଡ୍ସ ଆଣ୍ଡ ସର୍ଭିସେସ୍‌ (ଜିଏସ୍‌ଟି) ବିଲ୍‌ ଉପସ୍ଥାପନ କରାଯିବ। ଏ ନେଇ ବିଜେପି ସାସଦୀୟ ବ୍ୟାପାର ମନ୍ତ୍ରୀ ଅନନ୍ତ କୁମାର ସୂଚନା ଦେଇଛନ୍ତି। ଏହି ବିଲ୍‌କୁ ପାସ୍‌ କରାଇବାକୁ ବିଜେପି ପକ୍ଷରୁ ପ୍ରସ୍ତୁତି ଜୋର ଧରିଛି। ଜିଏସ୍‌ଟି ବିଲ୍‌ ପାରିତ ହେବା ନେଇ ଅର୍ଥମନ୍ତ୍ରୀ ସବୁ ଦଳଙ୍କ ସହିତ ଅରଲୋଚନା କରିଛନ୍ତି। ତେଣୁ ରାଜ୍ୟସଭାରେ ଏହି ବିଲ୍‌ ପାରିତ ହୋଇଯିବା ନେଇ ଆଶା ରଖିଛୁ ବୋଲି ଅନନ୍ତ କହିଛନ୍ତି।

ଜିଏସ୍‌ଟି କେନ୍ଦ୍ର ସରକାରଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଏହାକୁ ଚଳିତ ଅଧିବେଶନରେ ଯେମିତି ହେଲେ ପାରିତ କରିବାକୁ ବିଜେପି ଚାହୁଁଛି। ଏଥିପାଇଁ ଦଳ ପକ୍ଷରୁ ହୁଇପ୍‌ ଜାରି କରାଯାଇଛି। ଦଳର ସମସ୍ତ ସାଂସଦଙ୍କୁ ଆଲୋଚନା ସମୟରେ ସଂସଦରେ ଉପସ୍ଥିତ ରହିବାକୁ ଦଳ ପକ୍ଷରୁ କଡା ନିର୍ଦ୍ଦେଶ ଦିଆଯାଇଛି।

ଜିଏସ୍‌ଟି ଲାଗୁ କରିବା ପାଇଁ ସମ୍ବିଧାନ ସଂଶୋଧନର ଆବଶ୍ୟକତା ରହିଛି। ଏଥିପାଇଁ ଦୁଇ ତୃତୀୟାଂଶ ସଦସ୍ୟଙ୍କ ସମର୍ଥନର ଆବଶ୍ୟକତା ରହିଛି। ତେଣୁ ଏହାକୁ ପାରିତ କରିବାରେ ସରକାରଙ୍କୁ ଅସୁବିଧା ହୋଇପାରେ ବୋଲି ଅନୁମାନ କରାଯାଉଛି।

ଜିଏସ୍‌ଟି ବ୍ୟତୀତ ଚଳିତ ଅଧିବେଶନରେ ସରକାର ୨୫ଟି ବିଲ୍‌ ପାରିତ କରିବାକୁ ଲକ୍ଷ୍ୟ ରଖିଛନ୍ତି।

Related story