ରଣଜୀ ମୁକାବିଲା: ପ୍ରଥମ ଇନିଂସରେ ଓଡ଼ିଶା ୨୧୭ରେ ଅଲଆଉଟ୍

ଭୁବନେଶ୍ୱର: ଭୁବନେଶ୍ୱରର କିଟ୍ ଷ୍ଟାଡିୟମରେ ଦିଲ୍ଲୀ ବିପକ୍ଷ ରଣଜୀ ମ୍ୟାଚର ପ୍ରଥମ ଇନିଂସରେ ଓଡ଼ିଶା ଦଳ ୨୧୭ ରନ୍ କରି ଅଲ୍ ଆଉଟ୍ ହୋଇଯାଇଛି। ଫଳରେ ଦଳ ପ୍ରଥମ ଇନିଂସରେ ଦିଲ୍ଲୀଠାରୁ ୯୭ ରନ୍ ପଛରେ ରହିଛି। ଦିଲ୍ଲୀ ପ୍ରଥମ ଇନିଂସରେ ୩୧୧ ରନ୍ କରିଛି। ଏହି ମ୍ୟାଚର ଚତୁର୍ଥ ଦିବସରେ ଆଜି ଓଡ଼ିଶା ଦଳ ୧୯୫ ରନରୁ ଖେଳ ଆରମ୍ଭ କରିଥିଲା। ଗତକାଲି ମାତ୍ର ୪ଟି ୱିକେଟ୍ ହରାଇଥିବା ଓଡ଼ିଶା ଦଳ ଆଜି ମାତ୍ର ୨୨ […]

ranji

ranji

Rakesh Mallick
  • Published: Monday, 02 November 2015
  • Updated: 02 November 2015, 10:57 AM IST

Sports

Latest News

ଭୁବନେଶ୍ୱର: ଭୁବନେଶ୍ୱରର କିଟ୍ ଷ୍ଟାଡିୟମରେ ଦିଲ୍ଲୀ ବିପକ୍ଷ ରଣଜୀ ମ୍ୟାଚର ପ୍ରଥମ ଇନିଂସରେ ଓଡ଼ିଶା ଦଳ ୨୧୭ ରନ୍ କରି ଅଲ୍ ଆଉଟ୍ ହୋଇଯାଇଛି। ଫଳରେ ଦଳ ପ୍ରଥମ ଇନିଂସରେ ଦିଲ୍ଲୀଠାରୁ ୯୭ ରନ୍ ପଛରେ ରହିଛି। ଦିଲ୍ଲୀ ପ୍ରଥମ ଇନିଂସରେ ୩୧୧ ରନ୍ କରିଛି।

ଏହି ମ୍ୟାଚର ଚତୁର୍ଥ ଦିବସରେ ଆଜି ଓଡ଼ିଶା ଦଳ ୧୯୫ ରନରୁ ଖେଳ ଆରମ୍ଭ କରିଥିଲା। ଗତକାଲି ମାତ୍ର ୪ଟି ୱିକେଟ୍ ହରାଇଥିବା ଓଡ଼ିଶା ଦଳ ଆଜି ମାତ୍ର ୨୨ ରନ୍ ଯୋଡ଼ିବାକୁ ସମର୍ଥ ହୋଇଥିଲା। ୨୨ ରନରେ ଦଳ ବାକି ୬ଟି ୱିକେଟ୍ ହରାଇଥିଲା। ଗତକାଲି ୭୬ ରନ୍ କରି ଅପରାଜିତ ରହିଥିବା ଅନୁରାଗ ଷଡ଼ଙ୍ଗୀ ଆଜି ସ୍କୋରବୋର୍ଡରେ ଗୋଟିଲ ରନ୍ ବି ଯୋଡ଼ି ପାରି ନଥିଲେ। ଆଜି ସେ ମାତ୍ର ୪ଟି ବଲର ସମ୍ମୁଖୀନ ହୋଇ ପ୍ରଥମ ବ୍ୟାଟ୍ସମ୍ୟାନ୍ ଭାବେ ଆଉଟ୍ ହୋଇଯାଇଥିଲେ। ସେତେବେଳେ ଦଳୀୟ ସ୍କୋର ସେହି ୧୯୫ ରନରେ ରହିଥିଲା।  ସେ ଆଉଟ୍ ହୋଇ ଯିବା ପରେ କ୍ରିଜକୁ ଆସିଥିବା ଅଭିଳାଷ ମଲ୍ଲିକ ଶୂନରେ ଆଉଟ୍ ହୋଇଯାଇଥିଲେ। ତାଙ୍କ ପରେ ପରେ ଆଉଟ୍ ହୋଇଯାଇଥିଲେ ଗତକାଲିଠାରୁ ୧୫ ରନ୍ କରି ଅପରାଜିତ ଥିବା ପ୍ରତୀକ ଦାସ। ଆଜି ନିଜ ସ୍କୋରକାର୍ଡରେ ମାତ୍ର ଗୋଟିଏ ରନ୍ ଯୋଡ଼ି ଆଉଟ୍ ହୋଇଯାଇଥିଲା। ଦଳୀୟ ସ୍କୋର ୧୯୬ ଥିବା ବେଳେ ପଡ଼ିଥିଲା ଦୁଇଟି ୱିକେଟ୍। ଦୀପକ ବେହେରା ୧୧ ରନ୍ କରିଥିବା ବେଳେ ସୂର୍ଯ୍ୟକାନ୍ତ ପ୍ରଧାନ ୭ ରନ୍ କରିଥିଲେ। ଧରଜ ସିଂହ ଶୂନରେ ଆଉଟ୍ ହୋଇଥିବା ବେଳେ ବସନ୍ତ ମହାନ୍ତି ୩ ରନରେ ନଟଆଉଟ୍ ରହିଥିଲେ। ମହାରାଷ୍ଟ୍ର ପକ୍ଷରୁ ପ୍ରଦୀପ ସାଙ୍ଗୱାନ ୭ଟି ୱିକେଟ୍ ହାସଲ କରିଛନ୍ତି। ଆଜି ଓଡ଼ିଶାର ପଡ଼ିଥିବା ୬ଟି ୱିକେଟରୁ ୫ଟି ନେଇଥିଲେ ସାଙ୍ଗୱାନ। ଗତକାଲି ୨ଟି ୱିକେଟ୍ ନେଇଥିବା ସାଙ୍ଗୱାନ୍ ଆଜି ୫ଟି ୱିକେଟ୍ ନେଇ ଓଡ଼ିଶା ଦଳକୁ ଧରାଶୟୀ କରି ଦେଇଥିଲେ। ଅନୁରାଗ ଷଡ଼ଙ୍ଗୀ, ପ୍ରତୀକ ଦାସ, ଦୀପକ ବେହେରା, ସୂର୍ଯ୍ୟକାନ୍ତ ପ୍ରଧାନ ଓ ଧରଜ ସିଂହଙ୍କ ୱିକେଟ୍ ନେଇଥିଲେ।

ଅନ୍ୟପକ୍ଷରେ ଶେଷ ଖବର ମିଳିବା ସୁଦ୍ଧା ଦିଲ୍ଲୀ ଦଳ ଦ୍ୱିତୀୟ ଇନିଂସରେ ୧ ୱିକେଟ୍ ହରାଇ ୧୫୦ ରନ୍ ହାସଲ କରିଛି। ଗୌତମ ଗମ୍ଭୀର ୫୪ ରନ୍ କରି ଆଉଟ୍ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos