ରାଉରକେଲା ଷ୍ଟେସନରେ ଗାଙ୍ଗପୁର ମହିଳା ହକି ଦଳକୁ ସ୍ୱାଗତ

ରାଉରକେଲା: ବେଙ୍ଗାଲୁରୁଠାରେ ମହିଳା ହକି ପ୍ରତିଯୋଗିତାରେ ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘକୁ ପରାସ୍ତ କରି ଓଡ଼ିଶା ଫେରିବା ପରେ ଗାଙ୍ଗପୁର ମହିଳା ଦଳର ଖେଳାଳିମାନଙ୍କୁ ରାଉରକେଲା ଷ୍ଟେସନରେ ସ୍ୱାଗତ କରାଯାଇଛି। ଷ୍ଟେସନ୍‌ରୁ ଖେଳାଳିମାନେ ରାଞ୍ଚି ଅଭିମୁଖେ ଯାତ୍ରା କରିଛନ୍ତି। ଆସନ୍ତାକାଲିଠାରୁ ରାଞ୍ଚିରେ ଅନୁଷ୍ଠିତ ହେବାକୁ ଥିବା ଜୁନିୟର ଜାତୀୟ ହକି ପ୍ରତିଯୋଗିତାରେ ସେମାନେ ଭାଗ ନେବେ। ଦଳଗତ ଉଦ୍ୟମ ସେମାନଙ୍କୁ ସଫଳ କରାଇଲା ବୋଲି ଖେଳାଳିମାନେ କହିଛନ୍ତି।

gangpura

Rakesh Mallick
  • Published: Friday, 29 April 2016
  • , Updated: 29 April 2016, 12:42 PM IST

Related story