ବନ୍ଦ ହେବ କି ଯୁଦ୍ଧ ? ଚାଇନା କଥାରେ ରାଜି ହେଲେ ପୁଟିନ୍‌

ନୂଆଦିଲ୍ଲୀ: ଯୁଦ୍ଧର ଦ୍ୱିତୀୟ ଦିନରେ ୟୁକ୍ରେନ୍‌ ଉପରେ ଘମାଘୋଟ୍‌ ଆକ୍ରମଣ ଜାରି ରଖିଥିବା ରୁଷ ଅସ୍ତ୍ରବିରତି ପାଇଁ ଏକପ୍ରକାର ରାଜି ହୋଇଛି। ଚାଇନା ରାଷ୍ଟ୍ରପତି ସି. ଜିନପିଙ୍ଗ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କୁ ମନେଇବା ପରେ ୟୁକ୍ରେନ୍‌ ସହ ଅଲୋଚନା ପାଇଁ ରାଜି ହୋଇଛନ୍ତି ପୁଟିନ୍‌। ୟୁକ୍ରେନ୍‌ ସହ ଏକ ଉଚ୍ଚସ୍ତରୀୟ ଆଲୋଚନା ପାଇଁ ସି. ଜିନପିଙ୍ଗଙ୍କୁ ଫୋନ୍‌ ଯୋଗେ  ଜଣାଇଛନ୍ତି ପୁଟିନ। ଏ ସସମ୍ପର୍କରେ ଚାଇନା ବୈଦେଶିକ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ଆଜିର ଆଲୋଚନା ବେଳେ […]

Putin

Tapas Behera
  • Published: Friday, 25 February 2022
  • , Updated: 25 February 2022, 06:44 PM IST

ନୂଆଦିଲ୍ଲୀ: ଯୁଦ୍ଧର ଦ୍ୱିତୀୟ ଦିନରେ ୟୁକ୍ରେନ୍‌ ଉପରେ ଘମାଘୋଟ୍‌ ଆକ୍ରମଣ ଜାରି ରଖିଥିବା ରୁଷ ଅସ୍ତ୍ରବିରତି ପାଇଁ ଏକପ୍ରକାର ରାଜି ହୋଇଛି। ଚାଇନା ରାଷ୍ଟ୍ରପତି ସି. ଜିନପିଙ୍ଗ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କୁ ମନେଇବା ପରେ ୟୁକ୍ରେନ୍‌ ସହ ଅଲୋଚନା ପାଇଁ ରାଜି ହୋଇଛନ୍ତି ପୁଟିନ୍‌। ୟୁକ୍ରେନ୍‌ ସହ ଏକ ଉଚ୍ଚସ୍ତରୀୟ ଆଲୋଚନା ପାଇଁ ସି. ଜିନପିଙ୍ଗଙ୍କୁ ଫୋନ୍‌ ଯୋଗେ  ଜଣାଇଛନ୍ତି ପୁଟିନ। ଏ ସସମ୍ପର୍କରେ ଚାଇନା ବୈଦେଶିକ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ଆଜିର ଆଲୋଚନା ବେଳେ ୟୁକ୍ରେନ୍‌ର ଭୌଗଳିକ ସ୍ଥିତି ଏବଂ ଐତିହାସିକ ପୃଷ୍ଟଭୂମି ସଂକ୍ରାନ୍ତରେ ଆଲୋଚନା କରିଛନ୍ତି ।

କଥାବାର୍ତ୍ତାରେ ୟୁକ୍ରେନ୍‌ର ପୂର୍ବାଞ୍ଚଳରେ ରୁଷ ସେନା ପକ୍ଷରୁ ସ୍ୱତନ୍ତ୍ର ଅପରେସନର କାରଣ ସମ୍ପର୍କରେ ମଧ୍ୟ ଜଣାଇଛନ୍ତି। ଆମେରିକା ଏବଂ ନାଟୋ ରୁଷର ସୁରକ୍ଷା ପ୍ରସଙ୍ଗକୁ ଦୀର୍ଘଦିନ ଧରି ଅଣଦେଖା କରି ଆସୁଛନ୍ତି। ରୁଷ ପ୍ରତି ବିପଦ ଥିବାରୁ ୟୁକ୍ରେନ୍‌ର ପୂର୍ବାଞ୍ଚଳରେ ସେନା ଅପରେଶନ ଆବଶ୍ୟକ ବୋଲି ପୁଟିନ କହିଛନ୍ତି । ଯୁଦ୍ଧକୁ ନେଇ ଆଜି ପୁଟିନଙ୍କ ସହ ଫୋନ୍‌ ଯୋଗେ ଆଲୋଚନା କରିଥିଲେ  ଚାଇନା ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ। ପୁଟନିଙ୍କୁ ପ୍ରତିପକ୍ଷ ୟୁକ୍ରେନ୍‌ ସହ ଆଲୋଚନା ପାଇଁ ପ୍ରସ୍ତାବ ଦେଇଥିଲେ ସେ। ରୁଷ ବୈଦେଶିକ ମନ୍ତ୍ରୀ କହିଛନ୍ତି, ୟୁକ୍ରେନର ସେନା ଯୁଦ୍ଧ କରିବା ବନ୍ଦ କରିବା ସହିତ ଅସ୍ତ୍ରଶସ୍ତ୍ର ଛାଡ଼ିଦେଲେ ଆମେ ଆଲୋଚନା ପାଇଁ ପ୍ରସ୍ତୁତ ଅଛୁ ।

ମସ୍କୋ ୟୁକ୍ରେନକୁ ଏଭଳି ସଙ୍କଟରୁ ମୁକ୍ତ କରିବାକୁ ଚାହିଁଛି। ଗୁରୁବାର ରୁଷ ରାଷ୍ଟ୍ରପତି ୟୁକ୍ରେନ ସେନାକୁ ଆତ୍ମସମର୍ପଣ କରିବାକୁ କହିଥିଲେ । ଏହାପରେ ରୁଷ ସଶକ୍ତ ପ୍ରହାର ଆରମ୍ଭ କରି ଦେଇଥିଲା । ରିପୋର୍ଟ ଅନୁଯାୟୀ, ରୁଷ ୟୁକ୍ରେନର ୧୧ ଏୟାରଫିଲ୍ଡ ସମେତ ୭୦ରୁ ଅଧିକ ସାମରିକ ପ୍ରତିଷ୍ଠାନ ଧ୍ୱଂସ କରିଥିବା ଦାବି କରିଛି।

Related story