ଇଲିସି କିଲୋ ୧୮୦୦ ଟଙ୍କା, ମଟନ କେଜି ୬୫୦

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଆଜି ଛାଡ଼ଖାଇ। ମାସକ ଧରି କାର୍ତ୍ତିକ ପୂଜାର୍ଚ୍ଚନା ପରେ ଆଜି ବ୍ରତ ଭଂଗ କରିଛନ୍ତି ଲୋକେ।  ତେଣୁ ଆମିଷ ବଜାରରେ ଆଜି ଦେଖିବାକୁ ମିଳିଥିଲା ପ୍ରବଳ ଭିଡ଼। ଭୁବନେଶ୍ୱରର ୟୁନିଟ୍ ୪ ମାଛ ବଜାର, ଡମଣା, ଚନ୍ଦ୍ରଶେଖରପୁର ଭଳି ରାଜଧାନୀର ବିଭିନ୍ନ ମାଛ ବଜାରରେ ଗ୍ରାହକଙ୍କ ଗହଳି ଲାଗିଥିଲା  ସେହିପରି କଟକ, ବ୍ରହ୍ମପୁର, ବାଲେଶ୍ୱର, ସମ୍ବଲପୁର, ରାଉରକେଲା, ଜୟପୁର ଭଳି ସହରରେ ମଧ୍ୟ ବେଶ ଜମିଥିଲା ଆମିଷ ବଜାର। ଆଜି ଚାରିଆଡ଼େ ଛାଡ଼ଖାଇର ପରିବେଶ। ଆମିଷ […]

5689

5689

Tapas Behera
  • Published: Wednesday, 13 November 2019
  • Updated: 13 November 2019, 07:46 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଆଜି ଛାଡ଼ଖାଇ। ମାସକ ଧରି କାର୍ତ୍ତିକ ପୂଜାର୍ଚ୍ଚନା ପରେ ଆଜି ବ୍ରତ ଭଂଗ କରିଛନ୍ତି ଲୋକେ।  ତେଣୁ ଆମିଷ ବଜାରରେ ଆଜି ଦେଖିବାକୁ ମିଳିଥିଲା ପ୍ରବଳ ଭିଡ଼। ଭୁବନେଶ୍ୱରର ୟୁନିଟ୍ ୪ ମାଛ ବଜାର, ଡମଣା, ଚନ୍ଦ୍ରଶେଖରପୁର ଭଳି ରାଜଧାନୀର ବିଭିନ୍ନ ମାଛ ବଜାରରେ ଗ୍ରାହକଙ୍କ ଗହଳି ଲାଗିଥିଲା  ସେହିପରି କଟକ, ବ୍ରହ୍ମପୁର, ବାଲେଶ୍ୱର, ସମ୍ବଲପୁର, ରାଉରକେଲା, ଜୟପୁର ଭଳି ସହରରେ ମଧ୍ୟ ବେଶ ଜମିଥିଲା ଆମିଷ ବଜାର। ଆଜି ଚାରିଆଡ଼େ ଛାଡ଼ଖାଇର ପରିବେଶ। ଆମିଷ ବଜାରରେ ଗ୍ରାହକଙ୍କ ଲାଗିଛି ପ୍ରବଳ ଭିଡ଼ । ମାଛ, ମାଂସ, ଚିଙ୍ଗୁଡି ଓ କଙ୍କଡ଼ା କିଣିବାକୁ ବଜାରରେ ଦେଖିବାକୁ ମିଳିଥିଲା ପ୍ରବଳ ଗହଳି ।

ରାଜଧାନୀ ଭୁବନେଶ୍ୱରର ୟୁନିଟ୍ ୪ ମାଛ ବଜାରର ଆଜି ଅଜସ୍ର ଭିଡ଼ ଦେଖିବାକୁ ମିଳିଥିଲା। ଆଜି ଆମିଷ ଦର ପୂର୍ବଦିନ ତୁଳନାରେ ଟିକିଏ ଅଧିକ ଥିଲା। ଇଲିସି ମାଛ କିଲୋ ପିଛା ୧୪୦୦ରୁ ୧୮୦୦ ଟଙ୍କା, ଚିଲିକା ମାଛ ଖଂଗାର ଦର କେଜି ପିଛା ୪ଶହରୁ ୬ଶହ ଟଙ୍କା, ରୋହି ମାଛ କେଛି ପିଛା ୨ଶହରୁ ୩ ଶହ ଟଙ୍କା ଥିଲା ।  ସମୁଦ୍ର ମାଛ ପାମ୍ପଲେଟ୍‌ ଦର କେଜି ୮ଶହ ଟଙ୍କା ଥିଲା ।

ଚିଙ୍ଗୁଡି କେଜି ୪୫୦ରୁ ୬୫୦ ପର୍ଯ୍ୟନ୍ତ ଥିଲା।  ଚିଲିକା କଂକଡା ୮ଶହରୁ ୧୨ଶହ ଟଙ୍କା ମଧ୍ୟରେ ବିକ୍ରି ହୋଇଥିଲା।  ସେହିପରି ମଟନ କେଜି ସାଢେ ୬ଶହ ଟଙ୍କା ଏବଂ ଫାର୍ମ ଚିକେନ ୧୮୦ ଓ ଦେଶୀ କୁକୁଡ଼ା କେଜି ସାଢେ ୩ଶହ ଟଙ୍କା ରହିଥିଲା। ଭୁବନେଶ୍ୱରରେ  ପାଖାପାଖି ୮୦ରୁ ୧୦୦ ଟନ ଆମିଷ ବିକ୍ରି ହୋଇଥିବା କହିଛନ୍ତି ବ୍ୟବସାୟୀ। ସେହିପରି କଟକରେ ମଧ୍ୟ ଜମିଥିଲା ଆମିଷ ବଜାର।  ମାଛ, ମାଂସ ଓ ଚିଙ୍ଗୁଡି କିଣିବାକୁ ଲୋକେ ଗହଳି ଲଗାଇଥିଲେ।  ଦର ଟିକିଏ ଅଧିକା ଥିଲେ ମଧ୍ୟ ଘରକୁ ଆମିଷ କିଣି ନେଇଥିଲେ ଲୋକେ ।  ଛାଡ଼ଖାଇ ଥିବାରୁ ସହରର ବିଭିନ୍ନ ସ୍ଥାନରେ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳିଥିଲା।

ଉପକୂଳ ବାଲେଶ୍ୱର, ବ୍ରହ୍ମପୁର ଓ ପୁରୀରେ ମଧ୍ୟ ବେଶ ଜମିଥିଲା ଛାଡ଼ଖାଇ।  ମାଛ ବଜାରରେ ସକାଳୁ ଦେଖିବାକୁ ମିଳିଥିଲା ଗ୍ରାହକଙ୍କ ଗହଳି।  ରୋହି, ଭାକୁର, ଖଁଗା, ମାଗୁର, ଇଲିସି, ଚିଙ୍ଗୁଡି ଏବଂ କଙ୍କଡା ଭଳି ବିଭିନ୍ନ ଆମିଷ ନେବାକୁ ଗାହକ ଜମା ହୋଇଥିଲେ।  ପୂର୍ବ ଦିନ ତୁଳନାରେ ଆଜି ଦର ଟିକିଏ ଅଧିକା ରହିଥିଲେ ବି ଲୋକ ପଛକୁ ହଟିନଥିଲେ।  କଟକ, ବାଲେଶ୍ୱର, ବ୍ରହ୍ମପୁର ଓ ଜୟପୁରରେ ଖାସି ମାଂସ କିଲୋ ପିଛା  ୬୦୦ ଟଙ୍କାରେ ବିକ୍ରି ହୋଇଥିଲା।  ରାଜଧାନୀ ତୁଳନାରେ ଅନ୍ୟ ସବୁ ସହରରେ ଆମିଷ ଦର ଟିକିଏ କମ ରହିଥିଲା । ପୂର୍ବଦିନ ତୁଳନାରେ ଦର ଟିକିଏ ଅଧିକା ଥିଲେ ମଧ୍ୟ ବଜାରରେ ଗ୍ରାହକଙ୍କ ଭିଡ କମିନଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos