ଭୁବନେଶ୍ୱର: ଆଜି କାର୍ଯ୍ୟରେ ଯୋଗ ଦେବେ ରାଜ୍ୟର ସମସ୍ତ ଓକିଲ। ସ୍ୟାଟ୍ ଉଚ୍ଛେଦ ପ୍ରତିବାଦ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ଏହା କହିଛନ୍ତି ଷ୍ଟେଟ ବାର୍ କାଉନସିଲର ଅଧ୍ୟକ୍ଷ ମାନସ ମହାପାତ୍ର। ସ୍ୟାଟ୍ ଉଚ୍ଛେଦ ହେଲେ ପ୍ରାୟ ଏକ ହଜାର ଆଇନଜୀବୀ କ୍ଷତିଗ୍ରସ୍ତ ହେବା ସହିତ ସ୍ୱଳ୍ପ ଖର୍ଚ୍ଚରେ ଗରିବ କର୍ମଚାରୀମାନେ ନ୍ୟାୟ ପାଇବାରୁ ବଂଚିତ ହେବେ। ଏଥିସହ ଉଚ୍ଚ ନ୍ୟାୟାଳୟରେ ତିନି ଲକ୍ଷ ପଚାସ ହଜାର ମାମଲା ପଡି ରହିଥିବାରୁ ନିର୍ଦ୍ଦିଷ୍ଟ ସମୟ ସୀମା ଭିତରେ ନ୍ୟାୟ ପାଇପାରିବେ ନାହିଁ ବୋଲି ଗତକାଲି ରାଜ୍ୟ ସଚିବାଳୟରେ ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ଦେଇଛନ୍ତି। ଏହାସହିତ ରାଜ୍ୟରେ ଇଣ୍ଡଷ୍ଟ୍ରିଆଲ ଟ୍ରିବୁନାଲ, କୋ-ଅପରେଟିଭ ଟ୍ରିବୁନାଲ ଓ ଏଜୁକେସନ ଟ୍ରିବୁନାଲ ଥିବାବେଳେ ସ୍ୟାଟ ଉଚ୍ଛେଦ ନେଇ ଆଉ ଥରେ ତର୍ଜମା କରିବାକୁ ଦାବି କରିଛନ୍ତି। ତେବେ ଏନେଇ ତର୍ଜମା କରିବେ ବୋଲି ମୁଖ୍ୟମନ୍ତ୍ରୀଙ୍କ ଠାରୁ ପ୍ରତିଶୃତି ପାଇବା ପରେ ଆନ୍ଦୋଳନରୁ ଓହରିଛି ଓକିଲ ସଂଘ। ତେବେ ଆସନ୍ତାଦୁଇ ସପ୍ତାହ ମଧ୍ୟରେ ସରକାର ନିଷ୍ପତ୍ତି ନ ନେଲେ ପରବର୍ତ୍ତି ପଦକ୍ଷେପ ନେବ ବୋଲି ସଂଘ କହିଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
କେବଳ ଲୋକସଭା ନିର୍ବାଚନ ପାଇଁ ଗଠନ ହୋଇଥିଲା 'ଇଣ୍ଡିଆ' ମେଣ୍ଟ: ଶରଦ ପାୱାର
ରାଜ୍ୟ ଓ ଆଞ୍ଚଳିକ ନିର୍ବାଚନରେ ଏକାଠି ଲଢ଼ିବାକୁ ଆଲୋଚନା ହୋଇନଥିଲା ବୋଲି କହିଲେ ଶରଦ ପାୱାର।
National
‘ପ୍ୟାରିସ୍ ଭଳି ଦିଲ୍ଲୀ’ କହି କେଜ୍ରିୱାଲଙ୍କୁ ରାହୁଲଙ୍କ କଟାକ୍ଷ, ଦେଖନ୍ତୁ ଭିଡିଓ
ଇଣ୍ଡି ବ୍ଲକ୍ ମଧ୍ୟରେ ସବୁ କିଛି ଠିକ୍ଠାକ୍ ଚାଲି ନଥିବା ବେଳେ ଉଭୟ ଆପ୍ ଓ କଂଗ୍ରେସ ସଦସ୍ୟଙ୍କ ମଧ୍ୟରେ କାନ୍ଦୁଆ ଫିଙ୍ଗାଫିଙ୍ଗି ବଢ଼ିଯାଇଛି। ଏମିତିକି ଅନ୍ୟ ଦଳ ସହିତ ଆଲୋଚନା କଲା ପରେ କଂଗ୍ରେସକୁ ଇଣ୍ଡି ବ୍ଳକ୍ରୁ ବାହାର କରି ଦେବାକୁ ଧମକ ଦେଇଛି ଆପ୍।
Crime
ଦିଲ୍ଲୀରେ ୪୦୦ ସ୍କୁଲକୁ ବୋମା ଧମକ ଦେଇଥିଲା ନାବାଳକ, ଆପ୍-ବିଜେପି ମୁହାଁମୁହିଁ
ଗତ ୮ତାରିଖରେ ମିଳିଥିବା ମେଲକୁ ଟ୍ରାକ୍ କରି ଜଣେ ଯୁକ୍ତ୨ ଛାତ୍ରକୁ ଧରିଛି ପୁଲିସ। ଛାତ୍ର ଓ ଏହାର ଅଭିଭାବକ ଏକ ଏନଜିଓ ସହ ଜଡ଼ିତ। ଏନଜିଓ ଏକ ରାଜନୈତିକ ଦଳ ସହ ଜଡ଼ିତ ବୋଲି କହିଛି ପୁଲିସ।
National
କୁମ୍ଭମେଳାରେ ଅସୁସ୍ଥ ହୋଇ ପଡ଼ିଲେ ଷ୍ଟିଭ୍ ଜବ୍ସଙ୍କ ପତ୍ନୀ
ପ୍ରଥମ ଥର ପାଇଁ କୁମ୍ଭମେଳାରେ ଭାଗ ନେବାକୁ ଆସିଥିବା ଲରେନ୍ ପାୱେଲ ପୂର୍ବରୁ କେବେ ଏପରି ଭିଡ଼ ଦେଖିନଥିଲେ। ରବିବାର ରାତିରୁ ସେ ପ୍ରୟାଗରାଜରେ ସ୍ୱାମୀ କୈଳାଶନନ୍ଦ ଗିରିଙ୍କ ଶିବିରରେ ରହୁଛନ୍ତି।
National
ମା' ବିକି ଦେଲା ବୁଲେଟ୍, ନିଜକୁ ଗୁଳି କରିଦେଲା ପୁଅ
ନବମ ଶ୍ରେଣୀ ଛାତ୍ର ଜଣକ ରାଗରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।