ଏସ୍‌ସି, ଏସ୍‌ଟି ଆଇନର ପୁନର୍ବିଚାର ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିବେ ସରକାର

ନୂଆଦିଲ୍ଲୀ: ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଆଇନକୁ ନେଇ ସୁପ୍ରିମକୋର୍ଟଙ୍କ ଆଦେଶର ପୁନର୍ବିଚାର କରିବାକୁ ମୋଦି ସରକାର ଆବେଦନ କରିବେ। ଏନଡିଏର ଦଳିତ ଓ ଆଦିବାସୀ ସାଂସଦଙ୍କ ଦାବି ପରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ସୂଚନା ଅନୁଯାୟୀ, ଆସନ୍ତା ସପ୍ତାହ ସରକାର ସୁପ୍ରିମକୋର୍ଟରେ ଏ ନେଇ ଆବେଦନ କରିପାରନ୍ତି। ଏନେଇ ଏକ ପିଟିସନ୍ ଦାଏର କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଥାବର ଚାନ୍ଦ ଗେହଲଟ ସୂଚନା ଦେଇଛନ୍ତି। ସାମାଜିକ ନ୍ୟାୟିକ ମନ୍ତ୍ରାଳୟ ଏ ସମ୍ପର୍କରେ ଆଇନ୍ […]

supremecourt

Rakesh Mallick
  • Published: Thursday, 29 March 2018
  • , Updated: 29 March 2018, 04:54 PM IST

ନୂଆଦିଲ୍ଲୀ: ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଆଇନକୁ ନେଇ ସୁପ୍ରିମକୋର୍ଟଙ୍କ ଆଦେଶର ପୁନର୍ବିଚାର କରିବାକୁ ମୋଦି ସରକାର ଆବେଦନ କରିବେ। ଏନଡିଏର ଦଳିତ ଓ ଆଦିବାସୀ ସାଂସଦଙ୍କ ଦାବି ପରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।

ସୂଚନା ଅନୁଯାୟୀ, ଆସନ୍ତା ସପ୍ତାହ ସରକାର ସୁପ୍ରିମକୋର୍ଟରେ ଏ ନେଇ ଆବେଦନ କରିପାରନ୍ତି। ଏନେଇ ଏକ ପିଟିସନ୍ ଦାଏର କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଥାବର ଚାନ୍ଦ ଗେହଲଟ ସୂଚନା ଦେଇଛନ୍ତି। ସାମାଜିକ ନ୍ୟାୟିକ ମନ୍ତ୍ରାଳୟ ଏ ସମ୍ପର୍କରେ ଆଇନ୍ ମନ୍ତ୍ରାଳୟକୁ ଚିଠି ଲେଖି ରିଭ୍ୟୁ ପିଟିସନ୍ ଫାଇଲ କରିବାକୁ କହିଛି। ଦୁଇ ବିଭାଗର ସଚିବ ଏକାଠି ବସି ପିଟିସନ୍ ଉପରେ ଚୂଡାନ୍ତ ନିଷ୍ପତ୍ତି ନେବେ ।

ଦଳିତ ଓ ଆଦିବାସୀ ସାଂସଦଙ୍କ ଅଭିଯୋଗ ଅନୁଯାୟୀ, ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ଏସସି ଏସଟି ଆଇନ ଦୁର୍ବଳ ହୋଇଯାଇଛି। ଯାହାଦ୍ୱାରା ଦଳିତ ଆଦିବାସୀମାନେ ଅତ୍ୟାଚାରିତ ହେବେ। ତେଣୁ ପୂର୍ବଭଳି ଆଇନ୍ ଯେପରି କଡ଼ାକଡ଼ି ଥିଲା ସେଭଳି ରଖିଯାଉ।

ଏସସି ଏସଟି ଆଇନର ଅପବ୍ୟବହାର ନେଇ ସୁପ୍ରିମକୋର୍ଟ ଗତ ସପ୍ତାହରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ। ଏସସି, ଏସଟି ଆଇନରେ କୌଣସି ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯାଇ ପାରିବ ନାହିଁ। ମାମଲା ଦାଏର କରିବା ପୂର୍ବରୁ ପ୍ରଥମେ ଡିଏସପି ସ୍ତରର ଜଣେ ଅଧିକାରୀ ଏହାର ତଦନ୍ତ କରିବେ। ଏପରିକି ଅଭିଯୁକ୍ତଙ୍କୁ ଆଗୁଆ ଜାମିନ୍ ମଧ୍ୟ ମିଳିବ। କିନ୍ତୁ ଏହାକୁ ନେଇ କଂଗ୍ରେସ ମୋଦି ସରକାରଙ୍କୁ ସମାଲୋଚନା କରିଥିଲା। ଦଳିତ, ଆଦିବାସୀଙ୍କୁ ଚପାଇବାରୁ ହୀନ ଉଦ୍ୟମ ବୋଲି ଅଭିଯୋଗ କରିଥିଲା।

Related story